ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ବଡ ଧରଣର ଲୁଟ୍ ଘଟଣା, ଧରାପଡିଲା ଜଣେ ଅଭିଯୁକ୍ତ
ବରଗଡ଼ ୨୩/୦୪: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ବଡ ଧରଣର ଲୁଟ୍ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ୧୨ ଲକ୍ଷରୁ ଅଧିକ ଟଙ୍କା । ଘଟଣା ଘଟିଛି ବରଗଡ ବରପାଲି ସହରରେ । ପୋଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ଅମିତ କୁମାର ଦାଶ ବୋଲି ପୁଲିସ ସୂଚନା ଦେଇଛି। ଏ ନେଇ ବରଗଡ଼ ଏସପି ପିଏସ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଗିରଫ ଅମିତ ଠାରୁ ପୁଲିସ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ, ୭ ଟି ମୋବାଇଲ, ଗୋଟିଏ ଟାଟା ଏସି, ଗୋଟିଏ ମିନି ଟ୍ରକ, ଦୁଇଟି କାର, ଗୋଟିଏ ମୋଟର ସାଇକେଲ, ଗୋଟିଏ ସ୍କୁଟି ଏବଂ ୱାକି ଟକି ଜବତ କରିଛି । ତେବେ ଅମିତର ଅନ୍ୟ ସହଯୋଗୀକୁ ପୋଲିସ ଖୋଜୁଥିବା ବେଳେ ଗିରଫ ଅମିତ ନାମରେ ବରଗଡ ଜିଲ୍ଳାର ବିଭିନ୍ନ ଥାନା ସମେତ ବଲାଙ୍ଗୀର, ସମ୍ବଲପୁର, ବୁର୍ଲା, ସୁବର୍ଣ୍ଣପୁର, ଛତିଶଗଡର ରାୟଗଡ ଆଦି ବିଭିନ୍ନ ସ୍ଥାନରେ ୨୪ ଟି ମାମଲା ଥିବା ସୂଚନା ଦେଇଛନ୍ତି । Also read: ମୁନିଗୁଡା ରେଳ ଷ୍ଟେସନରୁ ୪୮କେଜି ଗଞ୍ଜେଇ ଜବତ, ୬ ବେପାରୀ ଗିରଫସୂଚନାଥାଉକି, ଗତ ଗୁରୁବାର ୧୮ ବରପାଲି ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଦିନ ଦିପହରରେ ଦୁଇ ଜଣ ଦୃର୍ବୃତ୍ତ ବନ୍ଧୁକ ମୁନରେ ୯ ଲକ୍ଷ ୨୬ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ସେଥିମଧ୍ୟରୁ ଜଣେ ଲୁଟେରା ମହିଳା ପୋଷାକ ପିନ୍ଧିଥିବା ସିସିଟିଭି ଫୁଟେଜରୁ ଜଣପଡିଥିଲା । ଯାହାକୁ ନେଇ ପୁ
ବରଗଡ଼ ୨୩/୦୪: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ବଡ ଧରଣର ଲୁଟ୍ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ୧୨ ଲକ୍ଷରୁ ଅଧିକ ଟଙ୍କା । ଘଟଣା ଘଟିଛି ବରଗଡ ବରପାଲି ସହରରେ । ପୋଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ଅମିତ କୁମାର ଦାଶ ବୋଲି ପୁଲିସ ସୂଚନା ଦେଇଛି। ଏ ନେଇ ବରଗଡ଼ ଏସପି ପିଏସ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଗିରଫ ଅମିତ ଠାରୁ ପୁଲିସ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ, ୭ ଟି ମୋବାଇଲ, ଗୋଟିଏ ଟାଟା ଏସି, ଗୋଟିଏ ମିନି ଟ୍ରକ, ଦୁଇଟି କାର, ଗୋଟିଏ ମୋଟର ସାଇକେଲ, ଗୋଟିଏ ସ୍କୁଟି ଏବଂ ୱାକି ଟକି ଜବତ କରିଛି । ତେବେ ଅମିତର ଅନ୍ୟ ସହଯୋଗୀକୁ ପୋଲିସ ଖୋଜୁଥିବା ବେଳେ ଗିରଫ ଅମିତ ନାମରେ ବରଗଡ ଜିଲ୍ଳାର ବିଭିନ୍ନ ଥାନା ସମେତ ବଲାଙ୍ଗୀର, ସମ୍ବଲପୁର, ବୁର୍ଲା, ସୁବର୍ଣ୍ଣପୁର, ଛତିଶଗଡର ରାୟଗଡ ଆଦି ବିଭିନ୍ନ ସ୍ଥାନରେ ୨୪ ଟି ମାମଲା ଥିବା ସୂଚନା ଦେଇଛନ୍ତି ।
Also read: ମୁନିଗୁଡା ରେଳ ଷ୍ଟେସନରୁ ୪୮କେଜି ଗଞ୍ଜେଇ ଜବତ, ୬ ବେପାରୀ ଗିରଫ
ସୂଚନାଥାଉକି, ଗତ ଗୁରୁବାର ୧୮ ବରପାଲି ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଦିନ ଦିପହରରେ ଦୁଇ ଜଣ ଦୃର୍ବୃତ୍ତ ବନ୍ଧୁକ ମୁନରେ ୯ ଲକ୍ଷ ୨୬ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ସେଥିମଧ୍ୟରୁ ଜଣେ ଲୁଟେରା ମହିଳା ପୋଷାକ ପିନ୍ଧିଥିବା ସିସିଟିଭି ଫୁଟେଜରୁ ଜଣପଡିଥିଲା । ଯାହାକୁ ନେଇ ପୁଲିସ ତଦନ୍ତ କରିବା ସହ ଆଜି ଅମିତ ଦାସକୁ ଗିରଫ କରିଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ସେହିପରି ଅମିତ ଦାଶ ଉକ୍ତ ଲୁଟ ଘଟଣାରେ ମହିଳା ପୋଷାକ ପିନ୍ଧିଥିବା ଏବଂ ପୂର୍ବରୁ ଏପରି ସେ ଲୁଟ ଡକାୟତି କରୁଥିବା ନେଇ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।