ଉତ୍‌କ୍ଷେପଣ ହେବ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌; ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’

ନୂଆଦିଲ୍ଲୀ ୦୬/୧୦: ନାସାର ଡବଲ ଆଷ୍ଟରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ୍‌ ବା ଡାର୍ଟ ମିଶନ ପୃଥିବୀ ପ୍ରତି ବିପଦ ଗ୍ରହାଣୁର ଦିଗ ପରିବର୍ତ୍ତନର ଏକ ପଦ୍ଧତି ଆରମ୍ଭ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । କାଇନେଟିକ୍‌ ପ୍ରଭାବ ଜରିଆରେ ମହାକାଶରେ ଗ୍ରହାଣୁର ଗତିକୁ ବଦଳାଇବାରେ ଏହା ସଫଳ ହୋଇଥିଲା ।  ୨୦୨୨, ସେପ୍ଟେମ୍ବରରେ ଏକ ସରଳ ଓ ଶସ୍ତା   ମହାକାଶଯାନ ଡିଡିମୋସ୍‌ ଗ୍ରହାଣୁ ଓ ଏହାର   ପିରାମିଡ୍‌ ଆକାର ମୁନ୍‌ଲେଟ୍‌ ବା କ୍ଷୁଦ୍ର ଚନ୍ଦ୍ର ଡିମୋର୍ଫୋସ୍‌ର ଦିଗକୁ ବଦଳାଇଥିଲା । ଏହାର ୨ ବର୍ଷ ପରେ ୟୁରୋପୀୟ ମହାକାଶ ଏଜେନ୍ସି ସେହି ଗ୍ରହାଣୁର ଅଧ୍ୟୟନ ଲାଗି  ‘ହେରା ମିଶନ’ ଲଞ୍ଚ୍‌ କରିବାକୁ ଯାଉଛି । ଅକ୍ଟୋବର ୭ ତାରିଖ ଅର୍ଥାତ୍‌ ଆଜି ସ୍ପେସ୍‌ଏକ୍ସ  ଫାଲକନ୍‌ ରକେଟ୍‌ରେ କେପ୍‌ କାନାଭରାଲରୁ ଏହି  ମିଶନ୍‌ ଉତ୍‌କ୍ଷେପଣ ହେବ । ରକେଟ୍‌ ୨୦୨୬  ମସିହାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । ତା’ପୂର୍ବରୁ  ଅନେକ କୋଟି କିମି ଯାତ୍ରା କରିବ । ‘ହେରା’ ମହାକାଶଯାନର ଆକାର  ପ୍ରାୟ ଏକ ଛୋଟ କାର୍‌  ଭଳି, ଯାହାର ଓଜନ  ପ୍ରାୟ ୧,୦୮୧ କିଲୋ । ଡିମୋର୍ଫୋସ୍‌ ଉପରେ ନାସାର ଡାର୍ଟ ମିଶନର  ପ୍ରଭାବକୁ ଏହି ମିଶନ  ଅଧ୍ୟୟନ କରିବ ।   ଏଥିସହ ଦୁଇ ଗ୍ରହାଣୁ  ଉପରେ ଡାର୍ଟର  କାର୍ଯ୍ୟାନୁଷ୍ଠାନର ପ୍ରଭାବକୁ  ଯାଞ୍ଚ୍‌ କରିବ। ଡିଡିମୋସ୍‌ ଓ ଡିମୋର୍ଫୋସ୍‌ ଭଳି  ଦ୍ୱେତ ଗ୍ରହାଣୁର ଅଧ୍ୟୟନ ପାଇଁ ଏହାକୁ ନିର୍ମାଣ  କରାଯାଇଛି । ଅଦ୍ୟା

ଉତ୍‌କ୍ଷେପଣ ହେବ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌; ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’

ନୂଆଦିଲ୍ଲୀ ୦୬/୧୦: ନାସାର ଡବଲ ଆଷ୍ଟରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ୍‌ ବା ଡାର୍ଟ ମିଶନ ପୃଥିବୀ ପ୍ରତି ବିପଦ ଗ୍ରହାଣୁର ଦିଗ ପରିବର୍ତ୍ତନର ଏକ ପଦ୍ଧତି ଆରମ୍ଭ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । କାଇନେଟିକ୍‌ ପ୍ରଭାବ ଜରିଆରେ ମହାକାଶରେ ଗ୍ରହାଣୁର ଗତିକୁ ବଦଳାଇବାରେ ଏହା ସଫଳ ହୋଇଥିଲା ।  

୨୦୨୨, ସେପ୍ଟେମ୍ବରରେ ଏକ ସରଳ ଓ ଶସ୍ତା   ମହାକାଶଯାନ ଡିଡିମୋସ୍‌ ଗ୍ରହାଣୁ ଓ ଏହାର   ପିରାମିଡ୍‌ ଆକାର ମୁନ୍‌ଲେଟ୍‌ ବା କ୍ଷୁଦ୍ର ଚନ୍ଦ୍ର ଡିମୋର୍ଫୋସ୍‌ର ଦିଗକୁ ବଦଳାଇଥିଲା । ଏହାର ୨ ବର୍ଷ ପରେ ୟୁରୋପୀୟ ମହାକାଶ ଏଜେନ୍ସି ସେହି ଗ୍ରହାଣୁର ଅଧ୍ୟୟନ ଲାଗି  ‘ହେରା ମିଶନ’ ଲଞ୍ଚ୍‌ କରିବାକୁ ଯାଉଛି । ଅକ୍ଟୋବର ୭ ତାରିଖ ଅର୍ଥାତ୍‌ ଆଜି ସ୍ପେସ୍‌ଏକ୍ସ  ଫାଲକନ୍‌ ରକେଟ୍‌ରେ କେପ୍‌ କାନାଭରାଲରୁ ଏହି  ମିଶନ୍‌ ଉତ୍‌କ୍ଷେପଣ ହେବ । ରକେଟ୍‌ ୨୦୨୬  ମସିହାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । ତା’ପୂର୍ବରୁ  ଅନେକ କୋଟି କିମି ଯାତ୍ରା କରିବ । 

‘ହେରା’ ମହାକାଶଯାନର ଆକାର  ପ୍ରାୟ ଏକ ଛୋଟ କାର୍‌  ଭଳି, ଯାହାର ଓଜନ  ପ୍ରାୟ ୧,୦୮୧ କିଲୋ । ଡିମୋର୍ଫୋସ୍‌ ଉପରେ ନାସାର ଡାର୍ଟ ମିଶନର  ପ୍ରଭାବକୁ ଏହି ମିଶନ  ଅଧ୍ୟୟନ କରିବ ।   ଏଥିସହ ଦୁଇ ଗ୍ରହାଣୁ  ଉପରେ ଡାର୍ଟର  କାର୍ଯ୍ୟାନୁଷ୍ଠାନର ପ୍ରଭାବକୁ  ଯାଞ୍ଚ୍‌ କରିବ। ଡିଡିମୋସ୍‌ ଓ ଡିମୋର୍ଫୋସ୍‌ ଭଳି  ଦ୍ୱେତ ଗ୍ରହାଣୁର ଅଧ୍ୟୟନ ପାଇଁ ଏହାକୁ ନିର୍ମାଣ  କରାଯାଇଛି । ଅଦ୍ୟାବଧି ପରିଚିତ ସମସ୍ତ  ଗ୍ରହାଣୁର ୧୫ ପ୍ରତିଶତ ଦ୍ୱେତ । ତେଣୁ ଏହି  ଅନ୍ୱେଷଣରୁ ବୈଜ୍ଞାନିକ ଗ୍ରହାଣୁଙ୍କ ପ୍ରକୃତି ଓ  କାର୍ଯ୍ୟ ଉପରେ ଅଧିକ ଜ୍ଞାନ ହାସଲ କରିବେ ।