ଉତ୍ତର ଗାଜାରେ IDFର ମିସାଇଲ୍ ମାଡ଼; ୩୪ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି । ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଗାଜାରେ ଯୁଦ୍ଧବିରତି ନେଇ ଆଲୋଚନା ଜାରି ରହିଛି । ଏହାରି ଭତିରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ପୁଣି ଥରେ ଆକ୍ରମଣ କରିଛି । ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଉତ୍ତର ଗାଜାର ଏକ ପାଞ୍ଚ ମହଲା ବିଶିଷ୍ଟ ବିଲ୍ଡିଂ ଉପରେ ମିସାଇଲ୍ ଆଟାକ୍ କରିଛି ଆଇଡିଏଫ । ଏଥିରେ ୩୪ଜଣ ପ୍ରାଣ ହାରଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା ଏବଂ ଛୋଟ ପିଲା ରହିଛନ୍ତି । ଏହି ବିଲ୍ଡିଂରେ ଯୁଦ୍ଧ ପୀଡିତ ଶରଣ ନେଇଥିଲେ । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜରୁରୀକାଳୀନ ସେବା ବିଭାଗ କହିଛି, ଇସ୍ରାଏଲ ସୀମାକୁ ଲାଗିକରି ଉତ୍ତର କମ୍ବେ-ବିତ୍-ଲହିଆରେ ହୋଇଥିବା ହମଲାରେ ୨୦ଜଣ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଇସ୍ରାଏଲ ସେନା କୌଣସି ଟିପ୍ପଣୀ ଦେଇନାହିଁ । ଏହାଛଡ଼ା ଗତ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଏବଂ ହମାସ ମଧ୍ୟ ଯୁଦ୍ଧ ଜାରିଛି । ଏଥିରେ ପ୍ରାୟ ୪୩ ହଜାର ପାଲେଷ୍ଟାୟୀନଙ୍କ ମୃତ୍ୟୁ ହୋଇଛି । ଏବେବି କିଛି ଇସ୍ରାଏଲ ଲୋକ ହମାସ ନିକଟରେ ବନ୍ଧକ ରହିଛନ୍ତି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି । ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଗାଜାରେ ଯୁଦ୍ଧବିରତି ନେଇ ଆଲୋଚନା ଜାରି ରହିଛି । ଏହାରି ଭତିରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ପୁଣି ଥରେ ଆକ୍ରମଣ କରିଛି । ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଉତ୍ତର ଗାଜାର ଏକ ପାଞ୍ଚ ମହଲା ବିଶିଷ୍ଟ ବିଲ୍ଡିଂ ଉପରେ ମିସାଇଲ୍ ଆଟାକ୍ କରିଛି ଆଇଡିଏଫ । ଏଥିରେ ୩୪ଜଣ ପ୍ରାଣ ହାରଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା ଏବଂ ଛୋଟ ପିଲା ରହିଛନ୍ତି । ଏହି ବିଲ୍ଡିଂରେ ଯୁଦ୍ଧ ପୀଡିତ ଶରଣ ନେଇଥିଲେ ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜରୁରୀକାଳୀନ ସେବା ବିଭାଗ କହିଛି, ଇସ୍ରାଏଲ ସୀମାକୁ ଲାଗିକରି ଉତ୍ତର କମ୍ବେ-ବିତ୍-ଲହିଆରେ ହୋଇଥିବା ହମଲାରେ ୨୦ଜଣ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଇସ୍ରାଏଲ ସେନା କୌଣସି ଟିପ୍ପଣୀ ଦେଇନାହିଁ । ଏହାଛଡ଼ା ଗତ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଏବଂ ହମାସ ମଧ୍ୟ ଯୁଦ୍ଧ ଜାରିଛି । ଏଥିରେ ପ୍ରାୟ ୪୩ ହଜାର ପାଲେଷ୍ଟାୟୀନଙ୍କ ମୃତ୍ୟୁ ହୋଇଛି । ଏବେବି କିଛି ଇସ୍ରାଏଲ ଲୋକ ହମାସ ନିକଟରେ ବନ୍ଧକ ରହିଛନ୍ତି ।