ଖଲ୍ଲିକୋଟର ୩ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:୮୧୯ ଲିଟର ଦେଶୀମଦ ଜବତ, ୪ ଗିରଫ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲ ଗେଟ, ଚିକିଲି ଓ ତାଳପଡ଼ା ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୮୧୯ ଲିଟର ଦେଶୀମଦ ଜବତ ସହ ଗୋଟିଏ ମହିନ୍ଦ୍ରା ମାକ୍ସିମୋ ଗାଡ଼ି ଜବତ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଚୋରା ଦେଶୀମଦ ଏକ ମହିନ୍ଦ୍ରା ମାକ୍ସିମୋ ଗାଡ଼ିରେ ଗୁହାରିଆପାଟରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏକ […] The post ଖଲ୍ଲିକୋଟର ୩ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:୮୧୯ ଲିଟର ଦେଶୀମଦ ଜବତ, ୪ ଗିରଫ appeared first on Dharitri Odia News.

ଖଲ୍ଲିକୋଟର ୩ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:୮୧୯ ଲିଟର ଦେଶୀମଦ ଜବତ, ୪ ଗିରଫ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲ ଗେଟ, ଚିକିଲି ଓ ତାଳପଡ଼ା ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୮୧୯ ଲିଟର ଦେଶୀମଦ ଜବତ ସହ ଗୋଟିଏ ମହିନ୍ଦ୍ରା ମାକ୍ସିମୋ ଗାଡ଼ି ଜବତ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଚୋରା ଦେଶୀମଦ ଏକ ମହିନ୍ଦ୍ରା ମାକ୍ସିମୋ ଗାଡ଼ିରେ ଗୁହାରିଆପାଟରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି, ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣି ତେଜସ୍ବୀନି ପ୍ରଧାନ ଗୁରାପଲ୍ଲୀ ଟୋଲ ଗେଟ୍‌ଠାରେ ଚଢ଼ାଉ କରି ୬୫୦ ଲିଟର ଦେଶୀମଦ ସହ ମହିନ୍ଦ୍ରା ମାକ୍ସିମୋ ଗାଡ଼ିକୁ ଜବତ କରିଥିଲେ। ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଦୁଇ ଯୁବକ ହେଲେ ବୁଢ଼ାଆମ୍ବ ଗ୍ରାମର ନାରାୟଣ ସ୍ବାଇଁ ଓ ଶୁଭେନ୍ଦୁ ପଲେଇ ବୋଲି ଜଣା ପଡିଛି । ସେହିପରି ଦିନ ସାଢ଼େ ୧୧ ଟା ସମୟରେ ଚିକିଲି ଓ ତାଳପଡ଼ା ରାସ୍ତାରେ ଚଢ଼ାଉ କରି ୧୬୯ ଲିଟର ଦେଶୀମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ମାନେ ହେଲେ ଚକ୍ରପାଣି ସ୍ବାଇଁ ଓ ସନ୍ୟାସୀ ପାହନ ବୋଲି ଜଣାପଡିଛି । ଏହି ଚଢ଼ାଉରେ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଏଏସଆଇ ଇପିଲି ଲକ୍ଷ୍ମଣ ରାଓ କନେଷ୍ଟବଳ ଏସ ପର୍ଶୁରାମ ରେଡ୍ଡୀ, କାହ୍ନୁ ଚରଣ ନାହାକ, ମନୋଜ କୁମାର ଲେଙ୍କା, ଟୁଟୁ ସାମଲ ଓ ଅଞ୍ଜନ କୁମାର ଦାସ ପ୍ରମୁଖ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି ସୂଚନା ପ୍ରଦାନ କରିଛନ୍ତି ।

The post ଖଲ୍ଲିକୋଟର ୩ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:୮୧୯ ଲିଟର ଦେଶୀମଦ ଜବତ, ୪ ଗିରଫ appeared first on Dharitri Odia News.