ଜେଲ୍‌ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ଜଣେ କାମାନ୍ଧ ଯୁବକଙ୍କୁ ଜେଲ ଦଣ୍ଡ ପରେ ମଧ୍ୟ ତାଙ୍କର ଚରିତ୍ରରେ କୌଣସି ଫରକ ନ ପଡ଼ିବା ଯୋଗୁ ତାଙ୍କୁ ତୀର ବିନ୍ଧି ହତ୍ୟା କରାଯିବା ଭଳି ନିନ୍ଦନୀୟ ଘଟଣା ଘଟିଛି ବୀରମିତ୍ରପୁର ଥାନା ଅଞ୍ଚଳରେ। ଏହି ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧୀନ କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶ ପାଣିଟାଙ୍କି ନିକଟସ୍ଥ ପୋଖରୀରୁ ତୀର ବିଦ୍ଧ ମୃତ ଶରୀରକୁ ରବିବାର କୁଆଁରମୁଣ୍ଡା ପୋଲିସ ଓ ସୁନ୍ଦରଗଡ଼ ଅଗ୍ନିଶମ ଟିମ୍‌ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ […] The post ଜେଲ୍‌ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା appeared first on Dharitri Odia News.

ଜେଲ୍‌ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ଜଣେ କାମାନ୍ଧ ଯୁବକଙ୍କୁ ଜେଲ ଦଣ୍ଡ ପରେ ମଧ୍ୟ ତାଙ୍କର ଚରିତ୍ରରେ କୌଣସି ଫରକ ନ ପଡ଼ିବା ଯୋଗୁ ତାଙ୍କୁ ତୀର ବିନ୍ଧି ହତ୍ୟା କରାଯିବା ଭଳି ନିନ୍ଦନୀୟ ଘଟଣା ଘଟିଛି ବୀରମିତ୍ରପୁର ଥାନା ଅଞ୍ଚଳରେ। ଏହି ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧୀନ କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶ ପାଣିଟାଙ୍କି ନିକଟସ୍ଥ ପୋଖରୀରୁ ତୀର ବିଦ୍ଧ ମୃତ ଶରୀରକୁ ରବିବାର କୁଆଁରମୁଣ୍ଡା ପୋଲିସ ଓ ସୁନ୍ଦରଗଡ଼ ଅଗ୍ନିଶମ ଟିମ୍‌ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ଉଦ୍ଧାର କରିଛି। ମୃତକଙ୍କ ଛାତିରେ ୩ଟି ତୀର ପଶିଥିବା ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଅନୁରାଜ ଓରଫ ରାଜ କୁମାର ଯାଦବ(୩୬)। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମୃତ ରାଜକୁମାର ଜଣେ ପାଣି ପାଇପ ମିସ୍ତ୍ରୀ ଥିଲେ। ସେ କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶ ନିର୍ମାଣାଧୀନ ପାଣି ଟାଙ୍କିରେ କାମ କରୁଥିଲା ବେଳେ ଉକ୍ତ ସ୍ଥାନରେ ଜଣଙ୍କ ଘରେ ଭଡ଼ାରେ ରହୁଥିଲେ। ୨୦୨୩ରେ ରାଜକୁମାର ତାଙ୍କ ପାଖ ପଡ଼ୋଶୀ ଥିବା ଜନୈକା ମହିଳାଙ୍କୁ ବଳପୂର୍ବକ ବଳାତ୍କାର କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ। ନିକଟରେ ଜାମିନରେ ଆସି ରାଜକୁମାର ପୁଣି ଶନିବାର ରାତିରେ ସେହି ମହିଳାଙ୍କ ଘରେ ପଶି ଧମକଚମକ ସହ ଅସଦାଚରଣ କରିବା ଘଟଣାକୁ ନେଇ ଉକ୍ତ ମହିଳାଙ୍କ ତୀର ମାଡ଼ରେ ମୃତ୍ୟୁ ହୋଇଥିବା ନେଇ ପୋଲିସ ତଦନ୍ତ ଜାରି ରଖିଛି।ବୀରମିତ୍ରପୁର ଥାନାଧିକାରୀ ରାମ ପ୍ରସାଦ ନାଗ, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଓ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

The post ଜେଲ୍‌ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା appeared first on Dharitri Odia News.