ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ଅଯୋଧ୍ୟା,୯।୧: ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଙ୍ଗଳବାର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ ଲାଗିଛି। ଏହିଭଳି ଆଉ ୧୩ ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି। ସୋମବାର ସ୍ବର୍ଣ୍ଣ ଖଚିତ କବାଟଗୁଡ଼ିକ ପହଞ୍ଚିଥିଲା। ପରେ ସବୁଗୁଡ଼ିକୁ ସିସିଟିଭି କ୍ୟାମେରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସବୁଗୁଡ଼ିକୁ ଲଗାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ […] The post ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ appeared first on Dharitri Odia News.

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ଅଯୋଧ୍ୟା,୯।୧: ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଙ୍ଗଳବାର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ ଲାଗିଛି। ଏହିଭଳି ଆଉ ୧୩ ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି।

ସୋମବାର ସ୍ବର୍ଣ୍ଣ ଖଚିତ କବାଟଗୁଡ଼ିକ ପହଞ୍ଚିଥିଲା। ପରେ ସବୁଗୁଡ଼ିକୁ ସିସିଟିଭି କ୍ୟାମେରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସବୁଗୁଡ଼ିକୁ ଲଗାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

The post ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ appeared first on Dharitri Odia News.