ବଢ଼ିଲା ଆଧାରକାର୍ଡ ଅପଡେଟ୍ ସମୟ ; ଚଳିତବର୍ଷ ୧୪ ଡିସେମ୍ବରକୁ ବଢ଼ିଲା ଅବଧି
କନକ ବ୍ୟୁରୋ: ବଢ଼ିଲା ଆଧାରକାର୍ଡ ଅପଡେଟ୍ ସମୟ। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ, ୟୁଆଇଡିଏଆଇ ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏବେ ଏହାକୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି । ଫଳରେ ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି । ଏହି ସମୟ ଭିତରେ ଅନଲାଇନରେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରି ହେବ । ଏଥିପାଇଁ ୟୁଆଇଡିଏଆଇର ମାଇଁ ଆଧାର ପୋର୍ଟାଲର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡିବ । ବଢ଼ିଲା ଆଧାରକାର୍ଡ ଅପଡେଟ୍ ସମୟ : ୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆଧାର ଅପଡେଟ୍ କରିପାରିବେସବୁଠାରୁ ସହଜ ଉପାୟ ହେଉଛି ଆଧାର ଆପ୍ ଅର୍ଥାତ୍ ମାଇଁ ଆଧାର ଆପ୍ ଫୋନରେ ଡାଉନଲୋଡ୍ କରିବା ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ କରିହେବମାଗଣା ସେବା ହାସଲ କରି ଲୋକ ନିଜ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ୟୁଆଇଡିଏଆଇ କହିଛିଏଥିରେ ଲଗଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବଏହି ଓଟିପି ପ୍ରଦାନ କରି ଅପଡେଟ୍ କରାଯାଇ ପାରିବଅନଲାଇନରେ ଅପଡେଟ୍ ପାଇଁ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ ଏଚଟିଟିପିଏସ୍ ୟୁଡିଆଇ ଡଟ୍ ଜିଓଭି ଡଟ୍ ଇନକୁ ଲଗ୍ଇନ୍ କରିବାକୁ ହେବମୂଳପୃଷ୍ଠାରେ ମାଇଁ ଆଧାର ପୋର୍ଟାଲକୁ ଯାଇ ଏବଂ ପଞ୍ଜୀକୃ

କନକ ବ୍ୟୁରୋ: ବଢ଼ିଲା ଆଧାରକାର୍ଡ ଅପଡେଟ୍ ସମୟ। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ, ୟୁଆଇଡିଏଆଇ ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏବେ ଏହାକୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି । ଫଳରେ ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି । ଏହି ସମୟ ଭିତରେ ଅନଲାଇନରେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରି ହେବ । ଏଥିପାଇଁ ୟୁଆଇଡିଏଆଇର ମାଇଁ ଆଧାର ପୋର୍ଟାଲର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡିବ ।
ବଢ଼ିଲା ଆଧାରକାର୍ଡ ଅପଡେଟ୍ ସମୟ :
୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆଧାର ଅପଡେଟ୍ କରିପାରିବେ
ସବୁଠାରୁ ସହଜ ଉପାୟ ହେଉଛି ଆଧାର ଆପ୍ ଅର୍ଥାତ୍ ମାଇଁ ଆଧାର ଆପ୍ ଫୋନରେ ଡାଉନଲୋଡ୍ କରିବା
ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ କରିହେବ
ମାଗଣା ସେବା ହାସଲ କରି ଲୋକ ନିଜ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ୟୁଆଇଡିଏଆଇ କହିଛି
ଏଥିରେ ଲଗଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ
ଏହି ଓଟିପି ପ୍ରଦାନ କରି ଅପଡେଟ୍ କରାଯାଇ ପାରିବ
ଅନଲାଇନରେ ଅପଡେଟ୍ ପାଇଁ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ ଏଚଟିଟିପିଏସ୍ ୟୁଡିଆଇ ଡଟ୍ ଜିଓଭି ଡଟ୍ ଇନକୁ ଲଗ୍ଇନ୍ କରିବାକୁ ହେବ
ମୂଳପୃଷ୍ଠାରେ ମାଇଁ ଆଧାର ପୋର୍ଟାଲକୁ ଯାଇ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ବ୍ୟବହାର କରି ଲଗ୍ ଇନ୍ କରିବାକୁ ହେବ
ବିବରଣୀ ଯାଞ୍ଚ କରି ଯଦି ଏହା ସଠିକ୍ ଅଛି ତେବେ ଉପଯୁକ୍ତ ବାକ୍ସକୁ ଟିକ୍ କରିବାକୁ ହେବ
ଯଦି ସୂଚନା ଭୁଲ ଅଟେ, ଡ୍ରପ୍ ଡାଉନ୍ ମେନୁରୁ ପରିଚୟ ଡକ୍ୟୁମେଣ୍ଟ ଚୟନ କରି ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ହେବ
ଏହି ଡକ୍ୟୁମେଣ୍ଟ୍ ଜେପିଇଜି, ପିଏନଜି ଏବଂ ପିଡିଏଫ ଭାବରେ ଅପଲୋଡ୍ ହୋଇପାରିବ
ମାଗଣା ଆଧାର ଅପଡେଟ୍ ସେବା କେବଳ ଅନଲାଇନରେ ଉପଲବ୍ଧ
ଆଧାର କାର୍ଡରେ କୌଣସି ପ୍ରକାରର ଅପଡେଟ୍ ପାଇଁ ଆଧାର କେନ୍ଦ୍ରକୁ ଗଲେ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ
କିଛି ଅପଡେଟ୍, ଯେପରିକି ଆଇରିସ୍ କିମ୍ବା ବାୟୋମେଟ୍ରିକ୍ ଡାଟା ଅପଡେଟ୍, କେବଳ ଆଧାର କେନ୍ଦ୍ରରେ ହିଁ କରାଯାଇପାରିବ।