ନିର୍ବାଚନ ଆୟୋଗ ପଦରୁ ଅବସର ନେଲେ ଅନୂପ ପାଣ୍ଡେ

ନୂଆଦିଲ୍ଲୀ: ସରିଲା ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ। ୬୫ ବର୍ଷ ବୟସରେ ବୁଧବାର ସେ ପଦରୁ ଅବସରରେ ନେଇଛନ୍ତି। ୧୯୮୪ ବ୍ୟାଚର ୟୁପି କ୍ୟାଡରର ଏହି ଆଇଏଏସ ପ୍ରାୟ ୩୭ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସହ ଉତ୍ତର ପ୍ରଦେଶ ସରକାରରେ ସେବା ଦେବା ପରେ ୨୦୨୧ ଜୁନରେ ନିର୍ବାଚନ ଆୟୋଗରେ ସାମିଲ ହୋଇଥିଲେ। ପାଣ୍ଡେଙ୍କ ବ୍ୟତୀତ ନିର୍ବାଚନ ଆୟୋଗ ଭାବରେ ଅରୁଣ ଗୋଏଲ ଏବଂ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଅଛନ୍ତି। ତେବେ ପାଣ୍ଡେଙ୍କ ଅବସର ଘୋଷଣା ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣାର କିଛି ଦିନ ପୂର୍ବରୁ ହୋଇଛି। ବର୍ତ୍ତମାନ ତାଙ୍କ ଅବସର ପରେ ତିନି ସଦ୍ୟସ ବିଶିଷ୍ଟ କମିଟିରେ ଗୋଟିଏ ପଦ ଖାଲି ହୋଇଛି । ଆହୁରି ପଢ଼ନ୍ତୁ: SBI ଖୋଲିବ ଇଲେକ୍ଟୋରାଲ୍ ବଣ୍ଡ୍ ବିବରଣୀ; ଓ୍ବେବ୍‌ସାଇଟରେ ଉପଲବ୍ଧ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନିୟମ ଅନୁଯାୟୀ, ନିର୍ବାଚନ କମିଶନର ପଦରେ ନିଯୁକ୍ତି ପାଇଁ, ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ଅନ୍ୟ ଆୟୋଗ, ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ କେନ୍ଦ୍ର ସଚିବଙ୍କ ଏକ ଚୟନ କମିଟି ଆଶାୟୀଙ୍କ ତାଲିକା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବେ। ଅବଶ୍ୟ ଏହି କମିଟିର ବୈଠକ ଫେବ୍ରୁଆରୀ ୭ରେ ହେବାକୁ ଥିଲା। ଉଲ୍ଲେଖାଯୋଗ୍ୟ, ଏହି କମିଟିରେ କେନ୍ଦ୍ର ଗୃହ ସଚିବ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ଏହାର ସଦସ୍ୟ ଅଛନ୍ତି। ଆହୁରି ମଧ୍ୟ ଲୋକସଭା କଂଗ୍ରେସ ନେତା ଅଧୀର ର

ନିର୍ବାଚନ ଆୟୋଗ ପଦରୁ ଅବସର ନେଲେ ଅନୂପ ପାଣ୍ଡେ

ନୂଆଦିଲ୍ଲୀ: ସରିଲା ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ। ୬୫ ବର୍ଷ ବୟସରେ ବୁଧବାର ସେ ପଦରୁ ଅବସରରେ ନେଇଛନ୍ତି। ୧୯୮୪ ବ୍ୟାଚର ୟୁପି କ୍ୟାଡରର ଏହି ଆଇଏଏସ ପ୍ରାୟ ୩୭ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସହ ଉତ୍ତର ପ୍ରଦେଶ ସରକାରରେ ସେବା ଦେବା ପରେ ୨୦୨୧ ଜୁନରେ ନିର୍ବାଚନ ଆୟୋଗରେ ସାମିଲ ହୋଇଥିଲେ।

ପାଣ୍ଡେଙ୍କ ବ୍ୟତୀତ ନିର୍ବାଚନ ଆୟୋଗ ଭାବରେ ଅରୁଣ ଗୋଏଲ ଏବଂ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଅଛନ୍ତି। ତେବେ ପାଣ୍ଡେଙ୍କ ଅବସର ଘୋଷଣା ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣାର କିଛି ଦିନ ପୂର୍ବରୁ ହୋଇଛି। ବର୍ତ୍ତମାନ ତାଙ୍କ ଅବସର ପରେ ତିନି ସଦ୍ୟସ ବିଶିଷ୍ଟ କମିଟିରେ ଗୋଟିଏ ପଦ ଖାଲି ହୋଇଛି ।

ଆହୁରି ପଢ଼ନ୍ତୁ: SBI ଖୋଲିବ ଇଲେକ୍ଟୋରାଲ୍ ବଣ୍ଡ୍ ବିବରଣୀ; ଓ୍ବେବ୍‌ସାଇଟରେ ଉପଲବ୍ଧ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନିୟମ ଅନୁଯାୟୀ, ନିର୍ବାଚନ କମିଶନର ପଦରେ ନିଯୁକ୍ତି ପାଇଁ, ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ଅନ୍ୟ ଆୟୋଗ, ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ କେନ୍ଦ୍ର ସଚିବଙ୍କ ଏକ ଚୟନ କମିଟି ଆଶାୟୀଙ୍କ ତାଲିକା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବେ। ଅବଶ୍ୟ ଏହି କମିଟିର ବୈଠକ ଫେବ୍ରୁଆରୀ ୭ରେ ହେବାକୁ ଥିଲା।

ଉଲ୍ଲେଖାଯୋଗ୍ୟ, ଏହି କମିଟିରେ କେନ୍ଦ୍ର ଗୃହ ସଚିବ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ଏହାର ସଦସ୍ୟ ଅଛନ୍ତି। ଆହୁରି ମଧ୍ୟ ଲୋକସଭା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଚୟନ କମିଟିରେ ରହିଛନ୍ତି।

The post ନିର୍ବାଚନ ଆୟୋଗ ପଦରୁ ଅବସର ନେଲେ ଅନୂପ ପାଣ୍ଡେ appeared first on Prameya News7.