ପିକ୍ଅପ୍ ଧକ୍କାରେ ନାବାଳକର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାସୁଦେବପୁର ୧୧/୫: ପିକ୍‌ଅପ ଧକ୍କାରେ ନାବାଳକର ମୃତ୍ୟୁ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣି ଥାନା ମନ୍ଦାରୀ ବନ୍ଧମୁଣ୍ଡ ନିକଟରେ ଦୁର୍ଘଟଣା । ମୃତକ ସ୍ଥାନୀୟ ଅଞ୍ଚଳର କାହ୍ନୁ ମଲ୍ଲିକଙ୍କ ପୁଅ ଶୁଭମ । ଶୁଭମ ଆଜି ମାଆଙ୍କ ସହ ବିଲରୁ ଫେରୁଥିବାବେଳେ ପିକଅପ ଭ୍ୟାନ ଶୁଭମଙ୍କୁ ଧକ୍କା ଦେଇ ପାଖରେ ଥିବା ନାଳରେ ଖସିପଡିଥିଲା । ଘଟଣାସ୍ଥଳରେ ଶୁଭମଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟୁଥିବା ସ୍ଥାନରେ ହମ୍‌ସ କରିବାକୁ ଦାବି ଉଠାଇ ରାସ୍ତାରୋକ କରାଯାଇଥିଲା । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରକୁ ଗିରଫ କରିଛି ।  

ପିକ୍ଅପ୍ ଧକ୍କାରେ ନାବାଳକର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାସୁଦେବପୁର ୧୧/୫: ପିକ୍‌ଅପ ଧକ୍କାରେ ନାବାଳକର ମୃତ୍ୟୁ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣି ଥାନା ମନ୍ଦାରୀ ବନ୍ଧମୁଣ୍ଡ ନିକଟରେ ଦୁର୍ଘଟଣା । ମୃତକ ସ୍ଥାନୀୟ ଅଞ୍ଚଳର କାହ୍ନୁ ମଲ୍ଲିକଙ୍କ ପୁଅ ଶୁଭମ । ଶୁଭମ ଆଜି ମାଆଙ୍କ ସହ ବିଲରୁ ଫେରୁଥିବାବେଳେ ପିକଅପ ଭ୍ୟାନ ଶୁଭମଙ୍କୁ ଧକ୍କା ଦେଇ ପାଖରେ ଥିବା ନାଳରେ ଖସିପଡିଥିଲା । ଘଟଣାସ୍ଥଳରେ ଶୁଭମଙ୍କ ମୃତ୍ୟୁ ହୋଇଥିଲା । 

ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟୁଥିବା ସ୍ଥାନରେ ହମ୍‌ସ କରିବାକୁ ଦାବି ଉଠାଇ ରାସ୍ତାରୋକ କରାଯାଇଥିଲା । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରକୁ ଗିରଫ କରିଛି ।