ଡହ ଡହ ଖରାରେ ଚାଲିଛି ସ୍ୱାସ୍ଥ୍ୟସେବା, ଆସିକା ଉପଖଣ୍ଡ ଚିକିତ୍ସାଳୟରେ ୪୨ ଡ଼ିଗ୍ରୀ ସିଝିଲେ ରୋଗୀ
ଆସିକା ୧୬/୦୪: ୪୨ ଡ଼ିଗ୍ରୀ ଝାଞ୍ଜି ଖରାରେ ଜରି ପାଲ ତଳେ ରୋଗୀ ହନ୍ତସନ୍ତ । ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚକିତ୍ସାଳୟର ଔଷଧ ବିତରଣ କେନ୍ଦ୍ରରେ ଔଷଧ ନେବା ପାଇଁ ରୋଗୀଙ୍କ ଲାଗିଛି ଲମ୍ବା ଲାଇନ । ଜରି ପାଲ ତଳେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ । ସୂଚନା ଥାଉକି, ଗତ କିଛି ଦିନ ତଳେ ୨ କୋଟି ୪୫ ଲକ୍ଷ ଟଙ୍କା ବିନିମୟରେ ଆସିକା ସବଡିଭିଜନାଲ ହସ୍ପିଟାଲ୍ ରୁପାନ୍ତିକରଣ କରାଯାଇଥିଲା । ଯାହାର ଭର୍ଚୁଆଲରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୭ ଫେବୃୟାରୀ ୨୦୨୪ ରେ ଉଦଘାଟନ ହୋଇଥିଲା ଏହି ହସ୍ପିଟାଲ । ହେଲେ ରୁପାନ୍ତରୀକରଣ କାମ ସଠିକ୍ ଭାବେ ହୋଇନଥିବା ବେଳେ ଏବେ ଔଷଧ ବିତରଣ କେନ୍ଦ୍ର ଆଗାରେ ଜରି ପାଲ ଟଣାଯାଇଛି । ତେବେ ଆଜି ୪୨ ଡିଗ୍ରୀ ଖରାରେ ଔଷଧ ନେବା ପାଇଁ ରୋଗୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଖରାରେ ହନ୍ତସନ୍ତ ହୋଇଛନ୍ତି ରୋଗୀ ।
ଆସିକା ୧୬/୦୪: ୪୨ ଡ଼ିଗ୍ରୀ ଝାଞ୍ଜି ଖରାରେ ଜରି ପାଲ ତଳେ ରୋଗୀ ହନ୍ତସନ୍ତ । ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚକିତ୍ସାଳୟର ଔଷଧ ବିତରଣ କେନ୍ଦ୍ରରେ ଔଷଧ ନେବା ପାଇଁ ରୋଗୀଙ୍କ ଲାଗିଛି ଲମ୍ବା ଲାଇନ ।
ଜରି ପାଲ ତଳେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ । ସୂଚନା ଥାଉକି, ଗତ କିଛି ଦିନ ତଳେ ୨ କୋଟି ୪୫ ଲକ୍ଷ ଟଙ୍କା ବିନିମୟରେ ଆସିକା ସବଡିଭିଜନାଲ ହସ୍ପିଟାଲ୍ ରୁପାନ୍ତିକରଣ କରାଯାଇଥିଲା । ଯାହାର ଭର୍ଚୁଆଲରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୭ ଫେବୃୟାରୀ ୨୦୨୪ ରେ ଉଦଘାଟନ ହୋଇଥିଲା ଏହି ହସ୍ପିଟାଲ । ହେଲେ ରୁପାନ୍ତରୀକରଣ କାମ ସଠିକ୍ ଭାବେ ହୋଇନଥିବା ବେଳେ ଏବେ ଔଷଧ ବିତରଣ କେନ୍ଦ୍ର ଆଗାରେ ଜରି ପାଲ ଟଣାଯାଇଛି । ତେବେ ଆଜି ୪୨ ଡିଗ୍ରୀ ଖରାରେ ଔଷଧ ନେବା ପାଇଁ ରୋଗୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଖରାରେ ହନ୍ତସନ୍ତ ହୋଇଛନ୍ତି ରୋଗୀ ।