ବଢ଼ିବା ପରେ ପୁଣି କମିଲା ସୁନା: ରୁପା ମୂଲ୍ୟରେ ସର୍ବାଧିକ ହ୍ରାସ
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଏପ୍ରିଲରେ ୩ ତାରିଖରେ ସୁନା ସର୍ବାଧିକ ୯୧,୨୦୫ ଟଙ୍କାରେ ପହଞ୍ଚିଥିଲା। ହେଲେ କାରବାର ଶେଷରେ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ପରେ ସୁନା ୬୫୧ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୯୦,୩୪୫ ଟଙ୍କାରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ସୁନାର ମୂଲ୍ୟ ୯୦,୯୯୬ ଟଙ୍କା ଥିଲା।ତେବେ ଗୁରୁବାର ରୁପା ମୂଲ୍ୟରେ ହ୍ରାସ ଘଟିଛି। ଏକ କିଲୋଗ୍ରାମ ରୁପାର ମୂଲ୍ୟ ୩,୫୭୯ ଟଙ୍କା ହ୍ରାସ ପାଇ କେଜି ୯୫,୯୫୭ ଟଙ୍କା ହୋଇଛି। ପୂର୍ବରୁ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୯୯,୫୩୬ ଟଙ୍କା ଥିଲା। ୨୮ ମାର୍ଚ୍ଚରେ ରୁପା ୧,୦୦,୯୩୪ ଟଙ୍କା ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା।ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ସୁନା ମୂଲ୍ୟଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୭୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୫୩୦ ଟଙ୍କା ରହିଛି।ମୁମ୍ବାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୩୮୦ ଟଙ୍କା।କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୩,୩୮୦ ଟଙ୍କା।ଚେନ୍ନାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୩
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଏପ୍ରିଲରେ ୩ ତାରିଖରେ ସୁନା ସର୍ବାଧିକ ୯୧,୨୦୫ ଟଙ୍କାରେ ପହଞ୍ଚିଥିଲା। ହେଲେ କାରବାର ଶେଷରେ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ପରେ ସୁନା ୬୫୧ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୯୦,୩୪୫ ଟଙ୍କାରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ସୁନାର ମୂଲ୍ୟ ୯୦,୯୯୬ ଟଙ୍କା ଥିଲା।
ତେବେ ଗୁରୁବାର ରୁପା ମୂଲ୍ୟରେ ହ୍ରାସ ଘଟିଛି। ଏକ କିଲୋଗ୍ରାମ ରୁପାର ମୂଲ୍ୟ ୩,୫୭୯ ଟଙ୍କା ହ୍ରାସ ପାଇ କେଜି ୯୫,୯୫୭ ଟଙ୍କା ହୋଇଛି। ପୂର୍ବରୁ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୯୯,୫୩୬ ଟଙ୍କା ଥିଲା। ୨୮ ମାର୍ଚ୍ଚରେ ରୁପା ୧,୦୦,୯୩୪ ଟଙ୍କା ସର୍ବକାଳୀନ ସର୍ବାଧିକ ମୂଲ୍ୟ ହାସଲ କରିଥିଲା।

ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ସୁନା ମୂଲ୍ୟ
ଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୭୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୫୩୦ ଟଙ୍କା ରହିଛି।
ମୁମ୍ବାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୩୮୦ ଟଙ୍କା।
କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୩,୩୮୦ ଟଙ୍କା।
ଚେନ୍ନାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୩୮୦ ଟଙ୍କା।
ଭୁବନେଶ୍ୱର- ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୬୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୩୮୦ ଟଙ୍କା।
ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୧୪,୧୮୩ ଟଙ୍କା ମହଙ୍ଗା ହୋଇଛି। ଏହି ବର୍ଷ, ଅର୍ଥାତ୍ ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧୪,୧୮୩ ଟଙ୍କା ଅର୍ଥାତ୍ ୧୯% ବୃଦ୍ଧି ପାଇ ୭୬,୧୬୨ ଟଙ୍କାରୁ ୯୦,୩୪୫ ଟଙ୍କା ହୋଇଛି। ସେହିପରି ରୂପାର ମୂଲ୍ୟ ମଧ୍ୟ ୯,୯୪୦ ଟଙ୍କା ଅର୍ଥାତ୍ ୧୨% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୮୬,୦୧୭ ଟଙ୍କାରୁ ୯୫,୯୫୭ ଟଙ୍କା ହୋଇଛି। ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ, ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।
ସୁନା ଦାମ ବୃଦ୍ଧି ଯୋଗୁ ଠକାମୀ ବଢ଼ୁଛି। କେମିତି ଜାଣିବେ ଅରଜିନାଲ ସୁନା?
ସର୍ବଦା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ଦ୍ୱାରା ପ୍ରମାଣିତ ହଲମାର୍କ ହୋଇଥିବା ସୁନା କିଣନ୍ତୁ। ସୁନାରେ ଏକ 6 ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ରହିଛି। ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁହାଯାଏ। ଏହି ନମ୍ବର ଆଲ୍ଫାନ୍ୟୁମେରିକ ଅର୍ଥାତ୍ ଏହିପରି AZ4524 କିଛି ଲେଖା ହୋଇଥାଏ। ଏହି ହଲମାର୍କିଂ ମାଧ୍ୟମରେ ଆପଣ କିଣିଥିବା ସୁନା କେତେ କ୍ୟାରେଟ୍ ତାହା ଜାଣିବା ସମ୍ଭବ ହୋଇଥାଏ। ତେଣୁ ସର୍ବଦା ହଲ୍ମାର୍କ ଓ ଆଲ୍ଫାନ୍ୟୁମେରିକ ନମ୍ବର ଥିବା ସୁନା କିଣନ୍ତୁ।