ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ

ଚେନ୍ନାଇ : ଶେଷରେ ଜିତିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ୍‌ ପ୍ଲେଅଫରେ ପହଞ୍ଚିବାର ସମ୍ଭାବନା ବଢ଼ାଇଛି । ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଚେନ୍ନାଇ ଟିମ୍‌ । ଲଗାତର ୪ଟି ପରାଜୟ ପରେ ଚେନ୍ନାଇ ଏହି ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୫ ଓ୍ଵିକେଟରେ ୧୪୧ ରନ୍‌ କରିଥିଲା । ଜବାବରେ ଚେନ୍ନାଇ ୧୮.୨ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା […] The post ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ appeared first on KNews Odisha.

ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ
RUTURAJ

ଚେନ୍ନାଇ : ଶେଷରେ ଜିତିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ୍‌ ପ୍ଲେଅଫରେ ପହଞ୍ଚିବାର ସମ୍ଭାବନା ବଢ଼ାଇଛି । ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଚେନ୍ନାଇ ଟିମ୍‌ । ଲଗାତର ୪ଟି ପରାଜୟ ପରେ ଚେନ୍ନାଇ ଏହି ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୫ ଓ୍ଵିକେଟରେ ୧୪୧ ରନ୍‌ କରିଥିଲା । ଜବାବରେ ଚେନ୍ନାଇ ୧୮.୨ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରିୟାନ ପରାଗ ଅପରାଜିତ ୪୭, ଧ୍ରୁବ ଜୁରେଲ ୨୮ ଏବଂ ଯଶସ୍ୱୀ ଜୟସ୍ୱାଲ ୨୪ ରନ୍‌ କରିଥିଲେ । ଚେନ୍ନାଇ ବୋଲର ସିମରଜିତ ସିଂହ ୨୬ ରନରେ ୩ଟି ଏବଂ ତୁଷାର ଦେଶପାଣ୍ଡେ ୩୦ ରନରେ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

ପରେ ଚେନ୍ନାଇ ଫର୍ମରେ ଥିବା ଅଧିନାୟକ ୠତୁରାଜ ଗାଏକ୍ୱାର୍ଡ଼ଙ୍କ ଅପରାଜିତ ୪୨ ରନ୍‌ ବଳରେ ବିଜୟୀ ହୋଇଥିଲା ଚେନ୍ନାଇ ସୁପର କିଙ୍ଗସ । ଅନ୍ୟମାନଙ୍କ ମଧ୍ୟରେ ରଚିନ ରବୀନ୍ଦ୍ର ୨୭, ଡାରୀଲ ମିଚେଲ ୨୨, ଶିବମ ଦୁବେ ୧୮ ଏବଂ ସମୀର ରିଜଭି ଅପରାଜିତ ୧୫ ରନ୍‌ କରିଥିଲେ । ଚେନ୍ନାଇ ଷ୍ଟାଡିୟମରେ ୠତୁରାଜ ମୋଟ ୭ଟି ମ୍ୟାଚ୍‌ ଖେଳି ୪୩୮ ରନ୍‌ ସ୍କୋର କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି ।

The post ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ appeared first on KNews Odisha.