ରାସନ୍ କାର୍ଡ଼ ପାଇଁ ଲମ୍ବା ଲାଇନ୍, ଅଧରାତିରୁ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ଲୋକଙ୍କ ପ୍ରବଳ ଭିଡ଼

ବାପ୍ ରେ ଏତେ ଲମ୍ବା ଲାଇନ୍ ? ଦେଖିଲେ ଆଖି ପାଉନି । ରାତି ୩ଟାରୁ ଆସି ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ । ପୁଣି ମହିଳାମାନେ ନିଜ ଛୋଟ ଛୋଟ ଛୁଆଙ୍କୁ ଧରି ତଳେ ବସି ରହିଛନ୍ତି । ହେଲେ ରାତି ଅନିଦ୍ରା ହୋଇ ଏ ଲମ୍ବା ଲାଇନ୍ କଣ ପାଇଁ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଦର୍ଶକ ବନ୍ଧୁ ଏ ଲାଇନ୍ ଲାଗିଛି ରାସନ କାର୍ଡ ପାଇଁ । ରାତି ଉଜାଗର ହୋଇ […] The post ରାସନ୍ କାର୍ଡ଼ ପାଇଁ ଲମ୍ବା ଲାଇନ୍, ଅଧରାତିରୁ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ଲୋକଙ୍କ ପ୍ରବଳ ଭିଡ଼ appeared first on KNews Odisha.

ରାସନ୍ କାର୍ଡ଼ ପାଇଁ ଲମ୍ବା ଲାଇନ୍, ଅଧରାତିରୁ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ଲୋକଙ୍କ ପ୍ରବଳ ଭିଡ଼

ବାପ୍ ରେ ଏତେ ଲମ୍ବା ଲାଇନ୍ ? ଦେଖିଲେ ଆଖି ପାଉନି । ରାତି ୩ଟାରୁ ଆସି ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ । ପୁଣି ମହିଳାମାନେ ନିଜ ଛୋଟ ଛୋଟ ଛୁଆଙ୍କୁ ଧରି ତଳେ ବସି ରହିଛନ୍ତି । ହେଲେ ରାତି ଅନିଦ୍ରା ହୋଇ ଏ ଲମ୍ବା ଲାଇନ୍ କଣ ପାଇଁ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଦର୍ଶକ ବନ୍ଧୁ ଏ ଲାଇନ୍ ଲାଗିଛି ରାସନ କାର୍ଡ ପାଇଁ । ରାତି ଉଜାଗର ହୋଇ ରାସନ କାର୍ଡ ପାଇଁ ଧାଡ଼ି ଲଗାଇଛନ୍ତି ଲୋକେ । ନୂଆ ରାସନ କାର୍ଡ ଆବେଦନ ପାଇଁ ଭଦ୍ରକ ବ୍ଲକ ସମ୍ମୁଖରେ ଲୋକଙ୍କ ଅସମ୍ଭାଳ ଭିଡ଼ ।

କିଏ ରାତି ୩ଟାରୁ ଆସିଛନ୍ତି ତ କିଏ ରାତି ୪ ଟାରୁ ଆସି ଲାଇନରେ ଛିଡା ହୋଇଛନ୍ତି । ମନରେ ଡର ରହିଛି, ନୂଆ କାର୍ଡ଼ ନକଲେ କାଳେ ନାଁ କଟିଯିବ ? ତେବେ ନିକଟରେ ଯୋଗ୍ୟ ଗରିବ ଲୋକଙ୍କୁ ସରଜମିନ ତଦନ୍ତ କରି ରାସନ କାର୍ଡ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଯୋଗାଣ ବିଭାଗ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବିଭିନ୍ନ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିଥିଲେ । ଆଉ ସେମାନଙ୍କୁ ଟୋକନ ଦେଇଥିଲେ କେୱାଇସି କରିବା ପାଇଁ ।

ଯାହାଫଳରେ ଆଜି ଯୋଗ୍ୟ ହିତାଧିକାରୀମାନେ ଆସିଥିଲେ ନୂଆ ରାସନ କାର୍ଡ ପାଇଁ । ଯୋଗ୍ୟ ହିତାଧିକାରୀଙ୍କ ବ୍ୟତୀତ ଅନେକ ଲୋକ ନୂଆ ରାସନ କାର୍ଡ ଆବେଦନ ପାଇଁ ମଧ୍ୟ ଆସିଛନ୍ତି । ଫଳରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ତେବେ ଦୀର୍ଘ ଦୁଇ ବର୍ଷ ହେବ ନୂଆ ରାସନ କାର୍ଡ ବନ୍ଦ ଥିଲା । ଏବେ ପୁଣିଥରେ ନୂଆ ରାସନ କାର୍ଡ ପାଇଁ ଆବେଦନ ଆରମ୍ଭ ହୋଇ ଥିବାରୁ ଲୋକମାନେ ଅଧିକ ଭିଡ଼ ଲଗାଉଛନ୍ତି ।

ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ କରିବାର କିଛି ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଛନ୍ତି । ବିଶେଷ କରି ମହିଳାମାନେ ନିଜ ଛୋଟ ଛୋଟ ପିଲାମାନଙ୍କୁ ସାଙ୍ଗରେ ଆଣି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି BDO ।

Also read: ଅଭିନବ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଖାଳ ଖାଇଲେ ଗ୍ରାମବାସୀ

The post ରାସନ୍ କାର୍ଡ଼ ପାଇଁ ଲମ୍ବା ଲାଇନ୍, ଅଧରାତିରୁ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ଲୋକଙ୍କ ପ୍ରବଳ ଭିଡ଼ appeared first on KNews Odisha.