ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗଡ଼ମା ଗ୍ରାମର ଗ୍ରାମ ଦେବତୀ ଭଗବତୀ ମାଆ ଅନ୍ନପୂର୍ଣ୍ଣା । ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ, ଅହୋରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ପାଇଁ ଏକ କଳସ ଶୋଭାଯାତ୍ରା ଓ ଯଜ୍ଞରେ ଅଙ୍କୁରାରୋପଣ ଓ ଅଗ୍ନି ସ୍ଥାପନ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ତତ୍ୱାବଧାରକ କିଟ୍, କିସ୍ ର ଆଇନ୍ ନିର୍ଦ୍ଦେଶକ ମନୋରଞ୍ଜନ ପ୍ରଧାନ […] The post ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା appeared first on KNews Odisha.

ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା
kalasa

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗଡ଼ମା ଗ୍ରାମର ଗ୍ରାମ ଦେବତୀ ଭଗବତୀ ମାଆ ଅନ୍ନପୂର୍ଣ୍ଣା । ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ, ଅହୋରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ପାଇଁ ଏକ କଳସ ଶୋଭାଯାତ୍ରା ଓ ଯଜ୍ଞରେ ଅଙ୍କୁରାରୋପଣ ଓ ଅଗ୍ନି ସ୍ଥାପନ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ତତ୍ୱାବଧାରକ କିଟ୍, କିସ୍ ର ଆଇନ୍ ନିର୍ଦ୍ଦେଶକ ମନୋରଞ୍ଜନ ପ୍ରଧାନ ଓ ମାଲା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୫୦ ରୁ ଅଧିକ ମହିଳାମାନେ କଳସ ଶୋଭାଯାତ୍ରାରେ ଯାଇ ପୂଜାର୍ଚ୍ଚନା ପରେ ଯଜ୍ଞ ସ୍ଥଳକୁ କଳସିରେ ସୁଦ୍ଧ ଜଳଯାତ୍ରାରେ ଜଳ ଆଣି ଯଜ୍ଞର ଶୁଭାରମ୍ଭ କରାଯାଇଥିଲା ।

ଯଜ୍ଞର କର୍ତ୍ତା ଭାବେ ନିର୍ମଳ ମହାପାତ୍ର ଓ କର୍ତ୍ତୀ ଭାବେ ମିନତୀ ମହାପାତ୍ର ଉପସ୍ଥିତ ରହି ଯଜ୍ଞରେ ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କରାରୋପଣ, ହବନ, ଘୃତ ଆହୁତି ଦିଆଯାଇ ଯଜ୍ଞର ଶୁଭାରମ୍ଭ କରାଯାଇଛି । ଏହି ଯଜ୍ଞ ସାତ ଦିନ ଧରି ଚାଲିବ । ପ୍ରତ୍ୟହ ହରିହାଟ, ନାମ ସଂକୀର୍ତନ ଆଦି କାର୍ଯ୍ୟକ୍ରମ ଚାଲିବା ସହିତ ଦୋଳ ପୂର୍ଣ୍ଣମୀ ଦିନ ଏହାର ପୂର୍ଣ୍ଣାହୂତି କରାଯିବ ।

ଏହି ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଦୀର୍ଘ ୩୫ ବର୍ଷ ଧରି ଚାଲିଆସୁଛି । ପ୍ରଥମେ ଏହି ଯଜ୍ଞକୁ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ମାଆଙ୍କର ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଚାଲିଆସୁଛି ।

ତେବେ ଏହି ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ସହଯୋଗ ସହିତ ଆଖପାଖ ବହୁ ପଂଚାୟତର ଲୋକମାନେ ସହଯୋଗ କରୁଛନ୍ତି । ଚଳିତ ବର୍ଷ ମାଆଙ୍କର ମନ୍ଦିରକୁ ପୁର୍ନରୁଦ୍ଧାର କରାଯାଇଛି ଓ ନବକଳେବର ହୋଇଛି ଯାହା ପ୍ରତିଷ୍ଠା ହେବ । ଏହି କାର୍ଯ୍ୟକ୍ରମରେହଜାର ହଜାର ଭକ୍ତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢନ୍ତୁ:ଦୀର୍ଘ ୧୦ ବର୍ଷ ପରେ ପ୍ରତିଷ୍ଠା ହେଲା ଗୋପୀନାଥ ଦେବଙ୍କ ଭବ୍ୟ ମନ୍ଦିର

 

The post ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା appeared first on KNews Odisha.