କେରଳ ଛୁଇଁଲା ମୌସୁମୀ, ଦିଲ୍ଲୀ, ୟୁପି, ବିହାର ସମତେ ଉତ୍ତର ଭାରତରେ କେବେ ?
କୋଚି ୩୦/୦୫: ଖରା ଓ ଗରମରୁ ମିଳିଲା ଆଶ୍ୱସ୍ତି । କେରଳ ଛଇଁଛି ଦକ୍ଷିମ ପଶ୍ଚିମ ମୌସୁମୀ ବାୟୁ । କେରଳ ଉପକୂଳ ସମେତ ଉତ୍ତର-ପୂର୍ବର କିଛି ଅଂଶକୁ ଛୁଇଁଛି ମୌସୁମୀ । ବିଶେଷ କଥା ହେଉଛି ଭାରତ ପାଣିପାଗ ବିଭାଗ ପୂର୍ବାନୁମାନଠାରୁ ଗୋଟିଏ ଦିନ ପୂର୍ବରୁ ମୌସୁମୀ କେରଳରେ ପହଞ୍ଚିଛି । Southwest Monsoon has set in over Kerala and advanced into most parts of Northeast India today, the 30th May, 2024.— India Meteorological Department (@Indiametdept) May 30, 2024ମେ ୩୧ ପୂର୍ବରୁ ବିଭାଗ ପୂର୍ବାନୁମାନ କରିଥିଲା। ଯେତେବେଳେ କି, କେରଳରେ ମୌସୁମୀ ଆସିବାର ସାଧାରଣ ତାରିଖ ହେଉଛି ଜୁନ୍ ୧ । ମୌସୁମୀ ପ୍ରବେଶ କରିବାର ଅନ୍ୟତମ କାରଣ ଭାବେ ସାଇକ୍ଲୋନ୍ ରେମଲ ବୋଲି କୁହାଯାଉଛି । ରବିବାର ଦିନ ପାଣିପାଗ ବିଶେଷଜ୍ଞ ଏହା ସ୍ପଷ୍ଟ କରିଥିଲେ ଯେ ରେମାଲ ମୌସୁମୀ ପାଇଁ ବାଟ ଅନୁକୂଳ କରିଥିଲା ।#WATCH | Kerala: Rain lashes several parts of Kottayam districtAs per IMD, Southwest Monsoon has set in over Kerala and advanced into most parts of Northeast India today, 30th May. pic.twitter.com/0ersoKXonI— ANI (@ANI) May 30, 2024ଉତ୍ତର-ପୂର୍ବରେ ମୌସୁମୀ ଶୀଘ୍ର ଆସିବାର ଏକ କାରଣ ଏହା ବୋଲି କୁହାଯାଉଥିଲା । ମୌସୁମୀ ସାଧାରଣତଃ ଜୁନ୍ ୫ ସୁଦ୍ଧା ଉତ୍ତ
କୋଚି ୩୦/୦୫: ଖରା ଓ ଗରମରୁ ମିଳିଲା ଆଶ୍ୱସ୍ତି । କେରଳ ଛଇଁଛି ଦକ୍ଷିମ ପଶ୍ଚିମ ମୌସୁମୀ ବାୟୁ । କେରଳ ଉପକୂଳ ସମେତ ଉତ୍ତର-ପୂର୍ବର କିଛି ଅଂଶକୁ ଛୁଇଁଛି ମୌସୁମୀ । ବିଶେଷ କଥା ହେଉଛି ଭାରତ ପାଣିପାଗ ବିଭାଗ ପୂର୍ବାନୁମାନଠାରୁ ଗୋଟିଏ ଦିନ ପୂର୍ବରୁ ମୌସୁମୀ କେରଳରେ ପହଞ୍ଚିଛି ।
Southwest Monsoon has set in over Kerala and advanced into most parts of Northeast India today, the 30th May, 2024.— India Meteorological Department (@Indiametdept) May 30, 2024
ମେ ୩୧ ପୂର୍ବରୁ ବିଭାଗ ପୂର୍ବାନୁମାନ କରିଥିଲା। ଯେତେବେଳେ କି, କେରଳରେ ମୌସୁମୀ ଆସିବାର ସାଧାରଣ ତାରିଖ ହେଉଛି ଜୁନ୍ ୧ । ମୌସୁମୀ ପ୍ରବେଶ କରିବାର ଅନ୍ୟତମ କାରଣ ଭାବେ ସାଇକ୍ଲୋନ୍ ରେମଲ ବୋଲି କୁହାଯାଉଛି । ରବିବାର ଦିନ ପାଣିପାଗ ବିଶେଷଜ୍ଞ ଏହା ସ୍ପଷ୍ଟ କରିଥିଲେ ଯେ ରେମାଲ ମୌସୁମୀ ପାଇଁ ବାଟ ଅନୁକୂଳ କରିଥିଲା ।
#WATCH | Kerala: Rain lashes several parts of Kottayam district
As per IMD, Southwest Monsoon has set in over Kerala and advanced into most parts of Northeast India today, 30th May. pic.twitter.com/0ersoKXonI— ANI (@ANI) May 30, 2024
ଉତ୍ତର-ପୂର୍ବରେ ମୌସୁମୀ ଶୀଘ୍ର ଆସିବାର ଏକ କାରଣ ଏହା ବୋଲି କୁହାଯାଉଥିଲା । ମୌସୁମୀ ସାଧାରଣତଃ ଜୁନ୍ ୫ ସୁଦ୍ଧା ଉତ୍ତର-ପୂର୍ବରେ ପହଞ୍ଚିଥାଏ । ପରେ ଏହା ଧୀରେ ଧୀରେ ଅନ୍ୟ ଅଞ୍ଚଳକୁ ପ୍ରବେଶ କରେ । ତେବେ ଏହାର ସପ୍ତାହରୁ ୧୫ ଦିନ ପରେ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି କୁହାଯାଉଛି ।