ଉତ୍ତର ଘୁମୁସର ବନଖଣ୍ଡରେ ବଢ଼ୁଛି ନିଆଁ, ଆୟତ୍ତ କରିବାକୁ ଗାଡ଼ି-କର୍ମଚାରୀ ଅଭାବ

ଭଞ୍ଜନଗର,୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଲାଗିଥିବା ଜଙ୍ଗଲ ନିଆଁ ଥମିବା ବଦଳରେ ବଢିବାରେ ଲାଗିଛି। ଶୁକ୍ରବାର ୨୨ ସ୍ଥାନରେ ନିଆଁ ଲାଗିଥିବା ବେଳେ ଶନିବାର ଅପରାହ୍ନ ୧ଟା ସୁଦ୍ଧା ଆଉ ୧୩ ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍‌ ତଥ୍ୟରୁ ଜଣାପଡିଛି। ଗତକାଲି ଲାଗିଥିବା ନିଆଁକୁ ପ୍ରାୟ ଲିଭାଯାଇଛି। ହେଲେ ଆଜି ଲାଗିଥିବା ନିଆଁକୁ ଲିଭାଇବା ପାଇଁ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଚେଷ୍ଟା ଚଳାଇଛନ୍ତି। ହଠାତ ଜଙ୍ଗଲରେ ନିଆଁ […] The post ଉତ୍ତର ଘୁମୁସର ବନଖଣ୍ଡରେ ବଢ଼ୁଛି ନିଆଁ, ଆୟତ୍ତ କରିବାକୁ ଗାଡ଼ି-କର୍ମଚାରୀ ଅଭାବ appeared first on Dharitri Odia News.

ଉତ୍ତର ଘୁମୁସର ବନଖଣ୍ଡରେ ବଢ଼ୁଛି ନିଆଁ, ଆୟତ୍ତ କରିବାକୁ ଗାଡ଼ି-କର୍ମଚାରୀ ଅଭାବ

ଭଞ୍ଜନଗର,୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଲାଗିଥିବା ଜଙ୍ଗଲ ନିଆଁ ଥମିବା ବଦଳରେ ବଢିବାରେ ଲାଗିଛି। ଶୁକ୍ରବାର ୨୨ ସ୍ଥାନରେ ନିଆଁ ଲାଗିଥିବା ବେଳେ ଶନିବାର ଅପରାହ୍ନ ୧ଟା ସୁଦ୍ଧା ଆଉ ୧୩ ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍‌ ତଥ୍ୟରୁ ଜଣାପଡିଛି। ଗତକାଲି ଲାଗିଥିବା ନିଆଁକୁ ପ୍ରାୟ ଲିଭାଯାଇଛି। ହେଲେ ଆଜି ଲାଗିଥିବା ନିଆଁକୁ ଲିଭାଇବା ପାଇଁ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଚେଷ୍ଟା ଚଳାଇଛନ୍ତି। ହଠାତ ଜଙ୍ଗଲରେ ନିଆଁ ଲାଗିବା ବିଭାଗୀୟ କର୍ମଚାରୀଙ୍କ ନିଦ ହଜାଇ ଦେଇଛି। ନିଆଁ ଲିଭାଇବା ପାଇଁ ଏହି ବନଖଣ୍ଡରେ ଗାଡ଼ି ଏବଂ କର୍ମଚାରୀ ଅଭାବ ଦେଖା ଦେଇଛି। କେତେକ ସ୍ଥାନରେ କିଛି ପ୍ରଭାବଶାଳୀ କର୍ମଚାରୀ ନିଆଁ ଲିଭା ଏବଂ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ନିୟୋଜିତ ଥିବା ଗାଡ଼ି ଗୁଡ଼ିକୁ ଘରୋଇ କାର୍ଯ୍ୟରେ ବିଭିନ୍ନ ସମୟରେ ଲଗାଉଥିବା ଅଭିଯୋଗ ହେଉଛି। ଫଳରେ ନିଆଁକୁ ଲିଭାଇବା ପାଇଁ ଗାଡି ଖୋଜିବା ସମୟରେ ଗାଡ଼ି ମିଳୁନାହିଁ। ଯାହାକୁ ନେଇ କେତେକ ରେଞ୍ଜରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅପରପକ୍ଷେ ପରିବେଶବିତ୍ତମାନେ ମଧ୍ୟ ଗ୍ରୀଷ୍ମଦିନ ଆରମ୍ଭରୁ ହଠାତ ଏତେ ଅଧିକ ସ୍ଥାନରେ ନିଆଁ ଲାଗିବା ଏବଂ ତାହାକୁ ତୁରନ୍ତ ନିୟନ୍ତ୍ରଣ କରା ଯାଇ ନ ପାରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜଙ୍ଗଲ ପୋଡି ଯୋଗୁ ଘୁମୁସର ଉତ୍ତର ବନଖଣ୍ଡ ଅଧିକାଂଶ ଅଞ୍ଚଳ ଧୁଆଁମୟ ହୋଇଯାଇଛି । ଭଞ୍ଜନଗର ସହରତଳି ଅଞ୍ଚଳରେ ମଧ୍ୟ ଧୂଆଁର ପ୍ରଭାବ ଦେଖିବାକୁ ମିଳିଛି। ଗୋଟିଏ ପଟେ ଜଙ୍ଗଲ ନିଆଁ ଯୋଗୁ ଚାରି ଆଡ଼େ ଧୂଆଁ ବ୍ୟାପି ଯାଇଥିବା ବେଳେ ଅନ୍ୟପଟେ ତାପମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ଧୂଆଁ ଏବଂ ତାତିରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଅଣନିଶ୍ୱାସୀ ହୋଇ ପଡିଲେଣି। ଅନ୍ୟପଟେ ଶୁକ୍ରବାର ଜଙ୍ଗଲ ନିଆଁ ଲିଭାଇବା ସମୟରେ ଆହତ ହୋଇଥିବା ବନପାଳ ( ଫରେଷ୍ଟର) କଳାବଦନ ଦାସଙ୍କୁ ଶନିବାର ବ୍ରହ୍ମପୁରରୁ ଭୁବନେଶ୍ୱର ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବା ଜଣାପଡିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଏବଂ ଦକ୍ଷୀଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଉଭୟ ମିଶି ଘୁମୁସର ଉତ୍ତର ବନଖଣ୍ଡ ରେ ଲାଗିଥିବା ନିଆଁକୁ କିଭଳି ନିୟନ୍ତ୍ରଣକୁ ଅଣାଯିବ ସେନେଇ ଯୋଜନା କରୁଛନ୍ତି।

The post ଉତ୍ତର ଘୁମୁସର ବନଖଣ୍ଡରେ ବଢ଼ୁଛି ନିଆଁ, ଆୟତ୍ତ କରିବାକୁ ଗାଡ଼ି-କର୍ମଚାରୀ ଅଭାବ appeared first on Dharitri Odia News.