ଉତ୍ତର ଦିଗର ବାସ୍ତୁ ମହତ୍ତ୍ୱ,ଜାଣନ୍ତୁ କ’ଣ କରିବା ଶୁଭ?
ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱ ରହିଛି। ବିଶେଷକରି ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ; କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି। ତେଣୁ ଏହି ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ଉତ୍ତର ଦିଗର ପ୍ରଭୁ କୁହାଯାଉଥିବା କୁବେରଙ୍କର ଫଟୋ ହେଉ ଅଥବା ପ୍ରତୀମାକୁ ଏହି ଦିଗରେ ରଖିବା ଅନେକ ଶୁଭଫଳ ଦେଇଥାଏ। ତା’ସହିତ ବାସ୍ତୁ ଦୋଷକୁ […] The post ଉତ୍ତର ଦିଗର ବାସ୍ତୁ ମହତ୍ତ୍ୱ,ଜାଣନ୍ତୁ କ’ଣ କରିବା ଶୁଭ? appeared first on Dharitri Odia News.
ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱ ରହିଛି। ବିଶେଷକରି ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ; କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି। ତେଣୁ ଏହି ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ଉତ୍ତର ଦିଗର ପ୍ରଭୁ କୁହାଯାଉଥିବା କୁବେରଙ୍କର ଫଟୋ ହେଉ ଅଥବା ପ୍ରତୀମାକୁ ଏହି ଦିଗରେ ରଖିବା ଅନେକ ଶୁଭଫଳ ଦେଇଥାଏ। ତା’ସହିତ ବାସ୍ତୁ ଦୋଷକୁ ମଧ୍ୟ ଏହା ଆପେ ଆପେ ଠିକ୍ କରିଦିଏ।
* ତୁଳସୀ ଗଛର ଧାର୍ମିକ ମହତ୍ତ୍ୱ ଯଥେଷ୍ଟ ଥିବାରୁ ଏହାକୁ ଉତ୍ତର ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।
* ମନିପ୍ଲାଣ୍ଟର ବି ବାସ୍ତୁ ମହତ୍ତ୍ୱ ଖୁବ୍ ରହିଛି। ଯଦି ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାଯାଏ; ତା’ହେଲେ ଆର୍ଥିକ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଉତ୍ତର ଦିଗରେ ଦର୍ପଣ ଲଗାଇବା ବାସ୍ତୁ ଅନୁଯାୟୀ ଶୁଭ ହୋଇଥାଏ। କାରଣ ଏହା ଘର ମଧ୍ୟକୁ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରିବାକୁ ଦିଏ ନାହିଁ।
* ଆବଶ୍ୟକ ପଡ଼ିଲେ ଏହି ଦିଗରେ ରୋଷେଇ ଘର କରି ବି ଘରକୁ ବାସ୍ତୁ ଦୋଷ ମୁକ୍ତ କରିହେବ। ଯଦ୍ଦ୍ବାରା ଘରେ କେବେ ବି ଅନ୍ନର ଅଭାବ ଦେଖାଯିବ ନାହିଁ।
* ଘରର ମୁଖ୍ୟଦ୍ୱାର ବି ଉତ୍ତର ଦିଗରେ ରହିବା ଶୁଭଫଳ ପ୍ରଦାନ କରିଥାଏ।
The post ଉତ୍ତର ଦିଗର ବାସ୍ତୁ ମହତ୍ତ୍ୱ,ଜାଣନ୍ତୁ କ’ଣ କରିବା ଶୁଭ? appeared first on Dharitri Odia News.