ଶପଥ ପୂର୍ବରୁ ୪୦ ସେକେଣ୍ଡ ଭାଷଣରେ ଏଭଳି କହି ଚମକାଇ ଦେଲେ ଶିନ୍ଦେ
ମୁମ୍ବାଇ,୫ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନବିସ୍ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଶିବସେନା ନେତା ଏକନାଥ ଶିନ୍ଦେ ଶପଥପାଠ କରିବାକୁ ମାଇକ ପାଖକୁ ଆସିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ଶପଥପାଠ କରାଇବା ଲାଗି ଛିଡ଼ା ହୋଇଥିଲେ। ଏପରିକି ସେ ପ୍ରଥମ ଶବ୍ଦ ମଧ୍ୟ କହିସାରିଥିଲେ। ତେବେ ଶିନ୍ଦେ ଲିଖିତ ଶପଥକୁ ପାଠ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇ ୪୦ ସେକେଣ୍ଡ […] The post ଶପଥ ପୂର୍ବରୁ ୪୦ ସେକେଣ୍ଡ ଭାଷଣରେ ଏଭଳି କହି ଚମକାଇ ଦେଲେ ଶିନ୍ଦେ appeared first on Dharitri Odia News.
ମୁମ୍ବାଇ,୫ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନବିସ୍ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଶିବସେନା ନେତା ଏକନାଥ ଶିନ୍ଦେ ଶପଥପାଠ କରିବାକୁ ମାଇକ ପାଖକୁ ଆସିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ଶପଥପାଠ କରାଇବା ଲାଗି ଛିଡ଼ା ହୋଇଥିଲେ। ଏପରିକି ସେ ପ୍ରଥମ ଶବ୍ଦ ମଧ୍ୟ କହିସାରିଥିଲେ।
ତେବେ ଶିନ୍ଦେ ଲିଖିତ ଶପଥକୁ ପାଠ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଇ ୪୦ ସେକେଣ୍ଡ ଭାଷଣ ଦେଇଥିଲେ।ଏଥିସହ ସେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କୁ ପ୍ରଶଂସା କରିବା ସହ ତାଙ୍କ ରାଜନୈତିକ ଗୁରୁ ତଥା ଦିବଂଗତ ଶିବସେନା ନେତା ଆନନ୍ଦ ଦିଘେଙ୍କୁ ପ୍ରଶଂସା କରିଥିଲେ। ଶିନ୍ଦେଙ୍କ ଏଭଳି ଆଚରଣରେ ରାଜ୍ୟପାଳଙ୍କ ସମେତ ପ୍ରଧାନମନ୍ତ୍ରୀ ଅବାକ୍ ହୋଇ ଚାହିଁ ରହିଥିଲେ। ପରେ ଶିନ୍ଦେ ଶପଥପାଠ କରିଥିଲେ।
The post ଶପଥ ପୂର୍ବରୁ ୪୦ ସେକେଣ୍ଡ ଭାଷଣରେ ଏଭଳି କହି ଚମକାଇ ଦେଲେ ଶିନ୍ଦେ appeared first on Dharitri Odia News.