ଉତ୍ତର-ପଶ୍ଚିମ ଭାରତରେ ନଡ଼ାପୋଡ଼ି ଜରିମାନା ଦ୍ବିଗୁଣିତ କଲେ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ଓ ନଭେମ୍ବର ମାସରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ସମେତ ଉତ୍ତର-ପଶ୍ଚିମ ଭାରତରେ ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ ନଡ଼ାପୋଡ଼ି ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରି ଜରିମାନାକୁ ଦ୍ବିଗୁଣିତ କରିଛନ୍ତି, ଯେଉଁଥିରେ ଜମିର ପରିମାଣ ଅନୁଯାୟୀ ନଡ଼ା ପୋଡ଼ିଲେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଜାତୀୟ ରାଜଧାନୀ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳ ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ନଡ଼ା ଜାଳିବା ପାଇଁ ପରିବେଶ […]

ଉତ୍ତର-ପଶ୍ଚିମ ଭାରତରେ ନଡ଼ାପୋଡ଼ି ଜରିମାନା ଦ୍ବିଗୁଣିତ କଲେ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ଓ ନଭେମ୍ବର ମାସରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ସମେତ ଉତ୍ତର-ପଶ୍ଚିମ ଭାରତରେ ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ ନଡ଼ାପୋଡ଼ି ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରି ଜରିମାନାକୁ ଦ୍ବିଗୁଣିତ କରିଛନ୍ତି, ଯେଉଁଥିରେ ଜମିର ପରିମାଣ ଅନୁଯାୟୀ ନଡ଼ା ପୋଡ଼ିଲେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଜାତୀୟ ରାଜଧାନୀ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳ ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ନଡ଼ା ଜାଳିବା ପାଇଁ ପରିବେଶ କ୍ଷତିପୂରଣ ଧାର୍ଯ୍ୟ, ଆଦାୟ ଓ ବ୍ୟବହାର) ସଂଶୋଧନ ନିୟମ, ୨୦୨୪ରେ ନଡ଼ା ପୋଡ଼ିବା ପାଇଁ ପରିବେଶ କ୍ଷତିପୂରଣର ବ୍ୟବସ୍ଥା ରହିଛି। ନୂଆ ନିୟମ ଅନୁଯାୟୀ, ୨ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ପ୍ରତ୍ୟେକ ନଡ଼ାପୋଡି ଘଟଣା ପାଇଁ ୫ ହଜାର ଟଙ୍କା ଏବଂ ୨ ଏକର କିମ୍ବା ତା’ଠାରୁ ଅଧିକ କିନ୍ତୁ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କୁ ପ୍ରତି ନଡ଼ାପୋଡ଼ି ଘଟଣା ପାଇଁ ୩୦ ହଜାର ଟଙ୍କା ପରିବେଶ କ୍ଷତିପୂରଣ ଦେବାକୁ ପଡ଼ିବ। ୨୦୨୩ ନିୟମ ଅନୁଯାୟୀ ତିନୋଟି ବର୍ଗରେ ଯଥାକ୍ରମେ ୨୫୦୦, ୫୦୦୦ ଓ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଥିଲା। ବୁଧବାର ଜାରି ହୋଇଥିବା ଜରିମାନା ବୃଦ୍ଧି ବିଜ୍ଞପ୍ତିରେ ଚାଷୀଙ୍କଠାରୁ ଜରିମାନା ଆଦାୟ ପାଇଁ ଏକ ଫର୍ମାଟ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। କ୍ରମାଗତ ଚତୁର୍ଥ ଦିନ ପାଇଁ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଶ୍ରେଣୀର ଶୀର୍ଷରେ ଥିବା ଦିନ ଏହା ଜାରି କରାଯାଇଥିଲା।