ମଧ୍ୟରାତ୍ରିରୁ ଆଣ୍ଟି ପେପର୍ ଲିକ୍ ଆଇନ୍ ଲାଗୁ; ୧୦ ବର୍ଷ ଜେଲଦଣ୍ଡ ସହ କୋଟିଏ ଟଙ୍କା ଜରିମାନା
ନୂଆଦିଲ୍ଲା: ପରୀକ୍ଷା ପେପର୍ ଲିକ୍ କଲେ ଆଉ ତ୍ରାହି ନାହିଁ । ପେପର୍ ଲିକ୍ ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ଏଣିକି କୌଣସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ ଦଣ୍ଡାଦେଶ ୧୦ ଲକ୍ଷରୁ ୧ କୋଟି ଟଙ୍କା ଯାଏ ଜରିମାନ ଦେବାକୁ ପଡ଼ିବ । ଦେଶରେ ଅଧ ରାତିରୁ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍ । ପ୍ରଶ୍ନ ପତ୍ର ଲିକ୍କୁ ନେଇ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଶୁକ୍ରବାର ମଧ୍ୟରାତ୍ରରୁ ଲାଗୁ ହୋଇଛି। ବିଳମ୍ବିତ ରାତିରୁ ଆଇନ ଲାଗୁ କରିବାକୁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗ୍ଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି । ଫେବୃଆରୀ ୨୦୨୪ ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା । ଏହି ଆଇନ କାର୍ଯ୍ୟକାରୀ ହେବା ପରେ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିକୁ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନ୍ରେ ଅନ୍ତର୍ଭୁକ୍ତ ହେବ ।ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଲିକ୍ କରିବା । ପେପର ଲିକ୍ ମାମଲାରେ ଅନ୍ୟ ଲୋକଙ
ନୂଆଦିଲ୍ଲା: ପରୀକ୍ଷା ପେପର୍ ଲିକ୍ କଲେ ଆଉ ତ୍ରାହି ନାହିଁ । ପେପର୍ ଲିକ୍ ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ଏଣିକି କୌଣସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ ଦଣ୍ଡାଦେଶ ୧୦ ଲକ୍ଷରୁ ୧ କୋଟି ଟଙ୍କା ଯାଏ ଜରିମାନ ଦେବାକୁ ପଡ଼ିବ । ଦେଶରେ ଅଧ ରାତିରୁ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍ । ପ୍ରଶ୍ନ ପତ୍ର ଲିକ୍କୁ ନେଇ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଶୁକ୍ରବାର ମଧ୍ୟରାତ୍ରରୁ ଲାଗୁ ହୋଇଛି। ବିଳମ୍ବିତ ରାତିରୁ ଆଇନ ଲାଗୁ କରିବାକୁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।
ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗ୍ଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି । ଫେବୃଆରୀ ୨୦୨୪ ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା । ଏହି ଆଇନ କାର୍ଯ୍ୟକାରୀ ହେବା ପରେ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିକୁ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନ୍ରେ ଅନ୍ତର୍ଭୁକ୍ତ ହେବ ।
ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଲିକ୍ କରିବା । ପେପର ଲିକ୍ ମାମଲାରେ ଅନ୍ୟ ଲୋକଙ୍କ ଦ୍ବାରା ସାମିଲ୍ ହେବା । ବିନା ଅନୁମତିରେ ପ୍ରଶ୍ନପତ୍ର କିମ୍ବା ଓଏମଆର୍ ସିଟ୍କୁ ଦେଖିବା ଏବଂ ପାଖରେ ରଖିବା । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ କଥାବାର୍ତ୍ତା ହେବା । ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲେଖିବାରେ ସହଯୋଗ କରିବା । ଉତ୍ତର ଖାତା କିମ୍ବା ଓଏମଆର ସିଟ୍ରେ ହେରଫେର । ପରୀକ୍ଷା କେନ୍ଦ୍ରରେ ନିୟମକୁ ଉଲ୍ଲଙ୍ଘନ ବା ଅଣଦେଖା କରିବା । କମ୍ପ୍ୟୁଟର ନେଟଓ୍ବାର୍କ, କମ୍ୟୁଟର ରିସୋର୍ସ ଏବଂ କମ୍ୟୁଟର ସିଷ୍ଟମକୁ ଜାଣିଶୁଣି ତ୍ରୁଟି କରିବାରେ ସାମିଲ୍ ହେବା । ଫର୍ଜି ପରୀକ୍ଷା, ଜାଲ୍ ଆଡମିଟ୍ କାର୍ଡ ଏବଂ ଅଫର ଲେଟର ଜାରି କଲେ ‘ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪’ ଧାରା ଆଧାରରେ ଦଣ୍ଡିତ ହେବେ ଦୋଷୀ । ଦେଶରେ ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ଏବଂ ୟୁଜିସି ନେଟ୍ ବାତିଲ୍ କୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ପରୀକ୍ଷାର୍ଥୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।