କଳିଙ୍ଗ ସାହିତ୍ୟ ମହୋତ୍ସବ ଦ୍ୱାରା ଅଶୋକ କୁମାର ବଳଙ୍କ “ଏ ଭାରିଅସ୍ ୱାର୍ଲଡ୍’ର ଭବ୍ୟ ଉନ୍ମୋଚନ
ଭୁବନେଶ୍ୱର: ଅଶୋକ କୁମାର ବଳଙ୍କ ବହୁ ପ୍ରତୀକ୍ଷିତ ପୁସ୍ତକ “ଏ ଭାରିଅସ୍ ୱାର୍ଲଡ୍: ପିପୁଲ୍, ପ୍ଲେସେସ୍, ପରସ୍ପେକିଭ୍ସ ଶୁକ୍ରବାର ପେଙ୍ଗୁଇନ୍ ର୍ୟାଣ୍ଡମ୍ ହାଉସ୍ ଇଣ୍ଡିଆ ସହଯୋଗରେ ସମ୍ମାନଜନକ କଳିଙ୍ଗ ସାହିତ୍ୟ ମହୋତ୍ସବ(କେଏଲ୍ଏଫ୍)ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ମେଫେୟାର ଲାଗୁନ୍ ସ୍ଥିତ ଅର୍କିଡ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତି ଓ ଉତ୍ସାହୀ ପାଠକପାଠିକାମାନେ ଏକାଠି ହୋଇ ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିବା ବେଳେ ପ୍ରକାଶ ମିଶ୍ର, ଉପଦେଷ୍ଟା, ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କେଏଲ୍ଏଫ୍ର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡ଼ା, ବିଶିଷ୍ଟ ସାହିତ୍ୟିକ ଏସ୍ ଏନ୍ ମିଶ୍ର ଓ ଶିବ ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ ।ସନ୍ଧ୍ୟାରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଜ୍ଞାନର ଆଲୋକୀକରଣ କରାଯିବା ପରେ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୁସ୍ତକଟି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହେବା ପରେ ଏହ
ଭୁବନେଶ୍ୱର: ଅଶୋକ କୁମାର ବଳଙ୍କ ବହୁ ପ୍ରତୀକ୍ଷିତ ପୁସ୍ତକ “ଏ ଭାରିଅସ୍ ୱାର୍ଲଡ୍: ପିପୁଲ୍, ପ୍ଲେସେସ୍, ପରସ୍ପେକିଭ୍ସ ଶୁକ୍ରବାର ପେଙ୍ଗୁଇନ୍ ର୍ୟାଣ୍ଡମ୍ ହାଉସ୍ ଇଣ୍ଡିଆ ସହଯୋଗରେ ସମ୍ମାନଜନକ କଳିଙ୍ଗ ସାହିତ୍ୟ ମହୋତ୍ସବ(କେଏଲ୍ଏଫ୍)ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ମେଫେୟାର ଲାଗୁନ୍ ସ୍ଥିତ ଅର୍କିଡ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତି ଓ ଉତ୍ସାହୀ ପାଠକପାଠିକାମାନେ ଏକାଠି ହୋଇ ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିବା ବେଳେ ପ୍ରକାଶ ମିଶ୍ର, ଉପଦେଷ୍ଟା, ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କେଏଲ୍ଏଫ୍ର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡ଼ା, ବିଶିଷ୍ଟ ସାହିତ୍ୟିକ ଏସ୍ ଏନ୍ ମିଶ୍ର ଓ ଶିବ ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ ।
ସନ୍ଧ୍ୟାରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଜ୍ଞାନର ଆଲୋକୀକରଣ କରାଯିବା ପରେ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୁସ୍ତକଟି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହେବା ପରେ ଏହି ଭବ୍ୟ ମୁହୁର୍ତର୍ ଆସିଥିଲା ଯାହା ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛି ।

ଏହି ଅବସରରେ ଲେଖକ ଅଶୋକ କୁମାର ବଳ ଅଭିଭାଷଣରେ ସୃଜନଶୀଳ ପ୍ରକ୍ରିୟା ଓ ପୁସ୍ତକ ପଛର ପ୍ରେରଣା ସମ୍ପର୍କରେ ଆଲୋକପାତ କରି କହିଥିଲେ, “ଏହି ପୁସ୍ତକ ଆମ ଦୁନିଆକୁ ଆକାର ଦେଉଥିବା ଅନେକ ଦୃଷ୍ଟିକୋଣ ପ୍ରତି ଶ୍ରଦ୍ଧାଞ୍ଜଳି ଅଟେ । ଏହା କାହାଣୀ, ସଂସ୍କୃତି ଏବଂ ଭାବନାକୁ ଯୋଡ଼ିବା ପାଇଁ ଏକ ପ୍ରୟାସ ଯାହା ମଣିଷର ଅସ୍ତିତ୍ୱକୁ ନିର୍ଦ୍ଧାରଣ କରିଥାଏ ।’’