ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ: ମନ୍ତ୍ରୀ କହିଲେ, ପଶ୍ଚିମବଙ୍ଗ ସହ ବନ୍ଦ ହେବ ଆଳୁ ବେପାର
ଭୁବନେଶ୍ୱର: ବେଙ୍ଗଲ ବନ୍ଦ କଲା ୟୁପି ପଠାଇଲା। ଉତ୍ତର ପ୍ରଦେଶରୁ ୫ ଟ୍ରକ ଆଳୁ ଆଶି ଓଡ଼ିଶାରେ ପହଞ୍ଚିଛି। ଆହୁରି ୧୦ ଟ୍ରକ ପାଇଁ ଅର୍ଡର ଦିଆଯାଇଛି। ଧୀରେ ଧୀରେ ୩୦-୪୦ ଆଳୁ ଟ୍ରକ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ତେବେ ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଆଳୁ ବେପାର ବନ୍ଦ ହେବ। ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଆଳୁ ବେପାର ବନ୍ଦ କରିବା ପାଇଁ ବେପାରି ମହାସଂଘକୁ ଅନୁରୋଧ କରାଯାଇଛି। ସଂଘ ମଧ୍ୟ ଏଥିରେ ରାଜି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେପଟେ ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ବି ଓଡ଼ିଶାରେ ଆଳୁ ଦର ଉଚ୍ଚା ରହିଛି। କେଉଁଠି ୪୦ ତ ଆଉ କେଉଁଠି ୪୫ ଟଙ୍କା ରହିଛି ଆଳୁ କିଲୋ। ଗୋଦାମରେ ଆଳୁ ରହିଛି। କେହି ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକ୍ରି କରିବେ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ କରିଥିଲେ। ହେଲେ ମନ୍ତ୍ରୀଙ୍କ ଏହି ତାଗିଦକୁ ବେପାରୀ ଫୁ କରି ଉଡ଼ାଇ ଦେଇଛନ୍ତି।ଅନ୍ୟପଟେ ଗତ ୧୦ ଦିନ ହେଲା ପଶ୍ଚିବମଙ୍ଗ ଆଳୁ ଦେବା ବନ୍ଦ କରିଦେବାରୁ ରାଜ୍ୟରେ ଆଳୁ ସଂକଟ ଦେଖା ଦେଇଛି। ଯଦିଓ ପଶ୍ଚିମବଙ୍ଗର ଆଳୁ କ୍ୱିଣ୍ଟାଲ ୨୩୦୦ ଟଙ୍କା ରହିଛି ସେହି ମୂଲ୍ୟରେ ଓଡ
ଭୁବନେଶ୍ୱର: ବେଙ୍ଗଲ ବନ୍ଦ କଲା ୟୁପି ପଠାଇଲା। ଉତ୍ତର ପ୍ରଦେଶରୁ ୫ ଟ୍ରକ ଆଳୁ ଆଶି ଓଡ଼ିଶାରେ ପହଞ୍ଚିଛି। ଆହୁରି ୧୦ ଟ୍ରକ ପାଇଁ ଅର୍ଡର ଦିଆଯାଇଛି। ଧୀରେ ଧୀରେ ୩୦-୪୦ ଆଳୁ ଟ୍ରକ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ତେବେ ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଆଳୁ ବେପାର ବନ୍ଦ ହେବ। ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଆଳୁ ବେପାର ବନ୍ଦ କରିବା ପାଇଁ ବେପାରି ମହାସଂଘକୁ ଅନୁରୋଧ କରାଯାଇଛି। ସଂଘ ମଧ୍ୟ ଏଥିରେ ରାଜି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେପଟେ ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ବି ଓଡ଼ିଶାରେ ଆଳୁ ଦର ଉଚ୍ଚା ରହିଛି। କେଉଁଠି ୪୦ ତ ଆଉ କେଉଁଠି ୪୫ ଟଙ୍କା ରହିଛି ଆଳୁ କିଲୋ। ଗୋଦାମରେ ଆଳୁ ରହିଛି। କେହି ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକ୍ରି କରିବେ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ କରିଥିଲେ। ହେଲେ ମନ୍ତ୍ରୀଙ୍କ ଏହି ତାଗିଦକୁ ବେପାରୀ ଫୁ କରି ଉଡ଼ାଇ ଦେଇଛନ୍ତି।
ଅନ୍ୟପଟେ ଗତ ୧୦ ଦିନ ହେଲା ପଶ୍ଚିବମଙ୍ଗ ଆଳୁ ଦେବା ବନ୍ଦ କରିଦେବାରୁ ରାଜ୍ୟରେ ଆଳୁ ସଂକଟ ଦେଖା ଦେଇଛି। ଯଦିଓ ପଶ୍ଚିମବଙ୍ଗର ଆଳୁ କ୍ୱିଣ୍ଟାଲ ୨୩୦୦ ଟଙ୍କା ରହିଛି ସେହି ମୂଲ୍ୟରେ ଓଡ଼ିଶାରେ ଆଳୁ ୩୨ ଟଙ୍କା ରଖିବା କଥା, ହେଲେ ବେପାରିମାନଙ୍କ ଲାଭଖୋର ମାନସିକତା ଯୋଗୁ ଖାଉଟି ଅଧିକ ମୂଲ୍ୟ ଦେଇ ଆଳୁ କିଣୁଛନ୍ତି।
ରାଜ୍ୟରେ ଆଳୁ ସଂକଟ ଦେଖା ଦେବା ପରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ। ମାମଲାରେ ନିଜେ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଥିଲେ। ଏହାପରେ ପଶ୍ଚିମବଙ୍ଗରୁ ଆଳୁ ଆସି ଓଡ଼ିଶାରେ ପହଞ୍ଚିଥିଲା। ହେଲେ ପୁଣିଥରେ ଆଳୁ ଦେବାକୁ ବନ୍ଦ କରି ଦେଇଛନ୍ତି ମମତା ସରକାର। ତେବେ ବେପାରୀମାନେ କିନ୍ତୁ ପଶ୍ଚିମବଙ୍ଗରୁ ଚୋରାରେ ଆଳୁ ଆଣି ଓଡ଼ିଶାରେ ବେପାର କରୁଛନ୍ତି।
ନୀତି ଆୟୋଗ ବୈଠକରୁ ଫେରିବା ପରେ ନବୀନଙ୍କ ଚିଠି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏନେଇ ଶ୍ରୀ ମାଝୀ କହିଥିଲେ ଯେ ସେ ଚିଠି ଲେଖିବାର ବିଶ୍ୱାସ କରନ୍ତି ନାହିଁ। ଦିଲ୍ଲୀରେ ଥିବା ବେଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ଖୁବଶୀଘ୍ର ଆଳୁ ଦର କମିବ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଗୁରୁବାର ୪ ଦିନ ପୂରିବାକୁ ଯାଉଥିବା ବେଳେ ଆଳୁ ଦର କମିଲା ନାହିଁ।
ସେପଟେ ପଶ୍ଚିମବଙ୍ଗ ମନା କରିବା ପରେ ଆଳୁ ପାଇଁ ରାଜ୍ୟ ସରକାର ଉତ୍ତର ପ୍ରଦେଶର ସହଯୋଗ ଲୋଡ଼ିଥିଲେ। ଉତ୍ତର ପ୍ରଦେଶ ସରକାର ମଧ୍ୟ ଆଳୁ ଦେବାକୁ ରାଜି ହୋଇଥିଲେ। ତେବେ ପଶ୍ଚିମବଙ୍ଗ ସରକାରଙ୍କର ଏଭଳି ବୈମାତୃକ ମନଭାବ ଯୋଗୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସହ ଆଉ ଆଳୁ ବେପାର କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ନ ଆଣି ଏବେ ଉତ୍ତର ପ୍ରଦେଶରୁ ଆଳୁ ଅଣାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ସେପଟେ ବଡ଼ କଥା ହେଲା ପଶ୍ଚିମବଙ୍ଗ ଓଡ଼ିଶାର ନିକଟତର ହୋଇଥିବାର ଏଠାରୁ ଆଳୁ ଆଣି ଓଢ଼ିଶାରେ ସୁହାଇଲା ଦରରେ ବିକ୍ରି କରି ହେବ। ହେଲେ ଉତ୍ତର ପ୍ରଦେଶରୁ ଆଳୁ ଆଣିଲେ ପରିବହନ ଖର୍ଚ୍ଚ ବଢ଼ିଯିବ। ଫଳରେ ରାଜ୍ୟରେ ଆଳୁ ଦର ମଧ୍ୟ ବଢ଼ିବ। ଏହା ବାଦ ସବୁବେଳେ ୟୁପିରୁ ଆଳୁ ଆଣିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସେପଟେ ଆଗକୁ ଓଡ଼ିଶା ଯେମିତି ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର ନ କରେ ସେଥିପାଇଁ ସରକାର ଉଦ୍ୟମ କରିବେ। ଓଡିଶା ଆଉ ଆଳୁ ଆମଦାନୀ କରିବ ନାହିଁ ବରଂ ପଡ଼ୋଶୀକୁ ରପ୍ତାନୀ କରିବ ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ।