ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ଲହର; ବରଫ ଚାଦର ତଳେ କେଦାରନାଥ, ବଦ୍ରିନାଥ

ନୂଆଦିଲ୍ଲୀ,୩୧।୧୨: ଥଣ୍ଡାର ଥାର୍ଡ ଡିଗ୍ରୀ । କୋହଲା ପାଗ କାଲୁଆ କରୁଛି । ପ୍ରବଳ ଶୀତରେ ଥରୁଛି ସମଗ୍ର ଉତ୍ତର ଭାରତ । ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରେ ତୁଷାର ପାତ ସହ ପ୍ରବଳ ଶୀତଲହର ଜାରି ରହିଛି । ନୂଆବର୍ଷ ପର୍ଯ୍ୟନ୍ତ ଏସବୁ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ଆହୁରି ୫ ଡିଗ୍ରୀ ହ୍ରାସ ପାଇବ ଏବଂ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ  ବିଭାଗ ବା ଆଇଏମ୍‌ଡି । ଏନେଇ ସତର୍କ ସୂଚନା ମଧ୍ୟ ଜାରି କରିଛି । କେତେକ ସ୍ଥାନରେ ଜାନୁଆରୀ ୫  ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ମଧ୍ୟ ଲାଗି  ରହିବ । ସେପଟେ କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ ରହିଛି । କାଶ୍ମୀର ବିଶ୍ୱବିଦ୍ୟାଳୟର ସମସ୍ତ  ପରୀକ୍ଷାକୁ ବାତିଲ କରାଯାଇଛି । ଗାନ୍ଦରବଲ,   ସୋନମାର୍ଗ, ପେହେଲଗାମ, ଗୁଣ୍ଡ, ବାରାମୂଲା  ସମେତ ଅନେକ ସ୍ଥାନରେ ତାପମାତ୍ରା -୧୦  ଡିଗ୍ରୀରୁ -୨୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି ।  ରାସ୍ତାଘାଟରେ ୧ ଫୁଟ ଉଚ୍ଚର ବରଫ ଜମା ହୋଇଥିବାରୁ ବିଭିନ୍ନ ସ୍ଥାନରେ ୧୮୦୦ରୁ   ଅଧିକ ଗାଡି ଅଟକି ରହିଛି । ୨ ହଜାରରୁ ଅଧିକ ପର୍ଯ୍ୟଟକ ରାସ୍ତାରେ ଫସିରହିଛନ୍ତି । କାଶ୍ମୀର ଲୋକମାନେ ରାସ୍ତାରେ ଫସିରହିଥିବା ଲୋକଙ୍କୁ ଘରେ ଆଶ୍ରୟ ଦେଇଛନ୍ତି ।  ମସ୍‌ଜିଦରେ ମଧ୍ୟ ଲୋକେ ଆଶ୍ରୟ ନେଉଛନ୍ତି । ଲୋକଙ୍କୁ କମ୍ବଳ ଓ

ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ଲହର; ବରଫ ଚାଦର ତଳେ କେଦାରନାଥ, ବଦ୍ରିନାଥ

ନୂଆଦିଲ୍ଲୀ,୩୧।୧୨: ଥଣ୍ଡାର ଥାର୍ଡ ଡିଗ୍ରୀ । କୋହଲା ପାଗ କାଲୁଆ କରୁଛି । ପ୍ରବଳ ଶୀତରେ ଥରୁଛି ସମଗ୍ର ଉତ୍ତର ଭାରତ । ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରେ ତୁଷାର ପାତ ସହ ପ୍ରବଳ ଶୀତଲହର ଜାରି ରହିଛି । ନୂଆବର୍ଷ ପର୍ଯ୍ୟନ୍ତ ଏସବୁ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ଆହୁରି ୫ ଡିଗ୍ରୀ ହ୍ରାସ ପାଇବ ଏବଂ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ  ବିଭାଗ ବା ଆଇଏମ୍‌ଡି । ଏନେଇ ସତର୍କ ସୂଚନା ମଧ୍ୟ ଜାରି କରିଛି । କେତେକ ସ୍ଥାନରେ ଜାନୁଆରୀ ୫  ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ମଧ୍ୟ ଲାଗି  ରହିବ । 

ସେପଟେ କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ ରହିଛି । କାଶ୍ମୀର ବିଶ୍ୱବିଦ୍ୟାଳୟର ସମସ୍ତ  ପରୀକ୍ଷାକୁ ବାତିଲ କରାଯାଇଛି । ଗାନ୍ଦରବଲ,   ସୋନମାର୍ଗ, ପେହେଲଗାମ, ଗୁଣ୍ଡ, ବାରାମୂଲା  ସମେତ ଅନେକ ସ୍ଥାନରେ ତାପମାତ୍ରା -୧୦  ଡିଗ୍ରୀରୁ -୨୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି ।  ରାସ୍ତାଘାଟରେ ୧ ଫୁଟ ଉଚ୍ଚର ବରଫ ଜମା ହୋଇଥିବାରୁ ବିଭିନ୍ନ ସ୍ଥାନରେ ୧୮୦୦ରୁ   ଅଧିକ ଗାଡି ଅଟକି ରହିଛି । ୨ ହଜାରରୁ ଅଧିକ ପର୍ଯ୍ୟଟକ ରାସ୍ତାରେ ଫସିରହିଛନ୍ତି । କାଶ୍ମୀର ଲୋକମାନେ ରାସ୍ତାରେ ଫସିରହିଥିବା ଲୋକଙ୍କୁ ଘରେ ଆଶ୍ରୟ ଦେଇଛନ୍ତି ।  ମସ୍‌ଜିଦରେ ମଧ୍ୟ ଲୋକେ ଆଶ୍ରୟ ନେଉଛନ୍ତି । ଲୋକଙ୍କୁ କମ୍ବଳ ଓ ଅନ୍ୟ ଗରମ  ପୋଷାକ ଯୋଗାଇ ଦିଆଯାଉଛି । 

ଉତ୍ତରାଖଣ୍ଡରେ ପାହାଡିଆ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ପାହାଡ଼ ତଳ ଅଞ୍ଚଳରେ ଥଣ୍ଡାର ପ୍ରକୋପ ବଢ଼ିଯାଇଛି । କେଦାରନାଥ ଓ ବଦ୍ରୀନାଥ ଧାମ ବରଫ ଚାଦରରେ ଘୋଡାଇ  ହୋଇରହିଛି । ଆଲି, ହର୍ଷିଲ, ଚୋପଟା, ଦାୟରା, ଲୋଖଣ୍ଡି, ସୁକି ଟପ, ମନସିୟାରୀ ଏବଂ ପିଥୋରଗଡ ଭଳି ପାହାଡିଆ ଅଞ୍ଚଳ ବରଫ ଚାଦରରେ ଢାଙ୍କି ହୋଇଯାଇଛି । ପଣ୍ଡୁକେଶ୍ୱର ନିକଟରେ ବଦ୍ରୀନାଥ ଧାମକୁ ସଂଯୋଗ କରୁଥିବା ରାଜପଥରେ ବରଫ ଭର୍ତ୍ତି ହୋଇଥିବାରୁ ରାସ୍ତା ବନ୍ଦ ହୋଇଯାଇଛି । ଯୋଶୀମଠ- ନୀତି ଓ ଚାମୋଲି-କୁଣ୍ଡ ରାଜମାର୍ଗରେ  ଯାନବାହନ ଚଳାଚଳ ବନ୍ଦ ରହିଛି । ଚାମୋଲି, ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଡେରାଡୁନ, ପୌଡି, ପିଥୋରଗଡ ଓ  ନୈନିତାଲ ଆଦି ଜିଲ୍ଲାରେ ବରଫପାତ  ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ଗତ ଦୁଇଦିନ ଧରି ବରଫପାତ  ହୋଇଛି । ରାଜଧାନୀ ସିମଲା ସମେତ ମନାଲି, କିନୌର, ଲାହୁଲ-ସ୍ପିତି, କୁଲ୍ଲୁ ଓ ଅପର ସିମ୍‌ଲା ଆଦି ଅଞ୍ଚଳରେ ତାପମାତ୍ରା ଶୂନରୁ -୧୨ ଡିଗ୍ରୀ ସେଲ୍‌ସିୟମ ପର୍ଯ୍ୟନ୍ତ   ଖସିଆସିଛି । ପ୍ରବଳ ତୁଷାରପାତ ଯୋଗୁ   ୪୦୦ ରାସ୍ତା ବନ୍ଦ ରହିଛି । ଆସନ୍ତା   ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବରଫପାତ   ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ   ସୂଚନା ଜାରି କରିଛି ।