ଉତ୍ତରପ୍ରଦେଶ ମୋରାଦାବାଦ ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ୭୧ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ : ବିଜେପି ନେତା ଏବଂ ଉତ୍ତରପ୍ରଦେଶ ମୋରାଦାବାଦ ଲୋକସଭା ଆସନର ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ଶନିବାର ଦିନ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସନ୍ଧ୍ୟା ୬.୩୦ ସମୟରେ ଦିଲ୍ଲୀ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋରାଦାବାଦରେ ଭୋଟ ଗ୍ରହଣ ହୋଇଥିଲା। ତେବେ ସ୍ବର୍ଗତ ବିଜେପି ନେତା ତାଙ୍କ ଅସୁସ୍ଥତା ପାଇଁ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ପାରିନଥିଲେ। କୁଅଁର ସର୍ବେଶ ସିଂହଙ୍କୁ ୭୧ ବର୍ଷ […]

ନୂଆଦିଲ୍ଲୀ : ବିଜେପି ନେତା ଏବଂ ଉତ୍ତରପ୍ରଦେଶ ମୋରାଦାବାଦ ଲୋକସଭା ଆସନର ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ଶନିବାର ଦିନ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସନ୍ଧ୍ୟା ୬.୩୦ ସମୟରେ ଦିଲ୍ଲୀ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋରାଦାବାଦରେ ଭୋଟ ଗ୍ରହଣ ହୋଇଥିଲା। ତେବେ ସ୍ବର୍ଗତ ବିଜେପି ନେତା ତାଙ୍କ ଅସୁସ୍ଥତା ପାଇଁ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ପାରିନଥିଲେ। କୁଅଁର ସର୍ବେଶ ସିଂହଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ଭୂପେନ୍ଦ୍ର ଚୌଧୁରୀ କହିଛନ୍ତି, କୁଅଁର ସର୍ବେଶ କୁମାରଙ୍କର ଗଳାରେ ସମସ୍ୟା ଥିଲା ଏବଂ ସେ ଅସ୍ତ୍ରୋପଚାର କରାଇଥିଲେ। ଗତକାଲି ସେ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ ଏବଂ ଆଜି ତାଙ୍କର ପରଲୋକ ଘଟିଛି। ଇତି ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପାଇଁ ସେ ସମବେଦନା ଜ୍ଞାପନ କରିଛନ୍ତି। ଯୋଗୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ମୋରାଦାବାଦ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଘଟଣାରେ ମୁଁ ସ୍ତବ୍ଧ। କୁଅଁର ସର୍ବେଶ ସିଂହ ଜୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହା ସବୁଠାରୁ ବଡ଼ କ୍ଷତି।