ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ବିବାହରେ ଉଡିଲା ଟଙ୍କା, ଭିଡିଓ ଭାଇରାଲ

ଉତ୍ତରପ୍ରେଦଶ ୨୦/୧୧: କୁହାଯାଏ ବିବାହ ହେଉଛି ସମସ୍ତଙ୍କ ପାଇଁ ସ୍ୱପ୍ନ । ମାନେ ନିଜେ ବିବାହରେ କିଛି ଖାସ୍ କରିବାକୁ ଅନେକଙ୍କ ଥାଏ ଯୋଜନା । କିଏ ଫ୍ଲାଇଟ୍‌ରେ ବିବାହ କରେ ତ ଆଉ କିଏ ବିଦେଶରେ ଯାଇ ବିବାହ କରନ୍ତି । କିନ୍ତୁ କିଛି ଅଛନ୍ତି ବିବାହ ଉତ୍ସବରେ ଟଙ୍କା ଉଡ଼ାଇଥାନ୍ତି । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଘଟିଛି ଏହି ଘଟଣା । ଗୋଟିଏ ବିବାହ ଉତ୍ସବ ଚାଲିଥିବା ବେଳେ ଉଡ଼ିଥିଲା ଟଙ୍କା । कागज़ की तरह उड़ाए 20 लाख रुपयेयूपी: सिद्धार्थनगर में एक शादी में नोटों की गड्डी उड़ाने का वीडियो वायरल हो रहा है. वीडियो में लड़के के घरवाले नोटों को कागज की तरह हवा में उड़ाते हुए नजर आ रहे हैं और नीचे मौजूद लोग नोटों को लूटते हुए दिखाई दे रहे हैं. जानकारी के मुताबिक वीडियो… pic.twitter.com/DV41VNDytV— NDTV India (@ndtvindia) November 20, 2024ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟାଣ୍ଡ, ବାଜା ବଜାଇ ବର ପକ୍ଷ କନିଆ ଘର ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ବିବାହ ଆରମ୍ଭ ହୋଇଥିବା ବେଳେ କନିଆ ଘର ଛାତ ଉପରେ ତଥା ନିକଟରେ ଥିବା ଜେସିବି ଉପରେ ବର ଯାତ୍ରୀ ସବୁ ଚଢ଼ି ଯାଇଥ

ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ବିବାହରେ ଉଡିଲା ଟଙ୍କା, ଭିଡିଓ ଭାଇରାଲ

ଉତ୍ତରପ୍ରେଦଶ ୨୦/୧୧: କୁହାଯାଏ ବିବାହ ହେଉଛି ସମସ୍ତଙ୍କ ପାଇଁ ସ୍ୱପ୍ନ । ମାନେ ନିଜେ ବିବାହରେ କିଛି ଖାସ୍ କରିବାକୁ ଅନେକଙ୍କ ଥାଏ ଯୋଜନା । କିଏ ଫ୍ଲାଇଟ୍‌ରେ ବିବାହ କରେ ତ ଆଉ କିଏ ବିଦେଶରେ ଯାଇ ବିବାହ କରନ୍ତି । କିନ୍ତୁ କିଛି ଅଛନ୍ତି ବିବାହ ଉତ୍ସବରେ ଟଙ୍କା ଉଡ଼ାଇଥାନ୍ତି । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଘଟିଛି ଏହି ଘଟଣା । ଗୋଟିଏ ବିବାହ ଉତ୍ସବ ଚାଲିଥିବା ବେଳେ ଉଡ଼ିଥିଲା ଟଙ୍କା । 


ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟାଣ୍ଡ, ବାଜା ବଜାଇ ବର ପକ୍ଷ କନିଆ ଘର ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ବିବାହ ଆରମ୍ଭ ହୋଇଥିବା ବେଳେ କନିଆ ଘର ଛାତ ଉପରେ ତଥା ନିକଟରେ ଥିବା ଜେସିବି ଉପରେ ବର ଯାତ୍ରୀ ସବୁ ଚଢ଼ି ଯାଇଥିଲେ। 

ଆଉ ଚଢିବା ପରେ ସେମାନେ ସମସ୍ତେ କାଗଜ ଖଣ୍ଡ ପରି ଉପରୁ ଉଡାଇଥିଲା ଟଙ୍କା । ଶହେ, ଦୁଇ ଶହ ସହ ୫ଶହ ଟଙ୍କାର ନୋଟ୍‌ ବର୍ଷା କରିଥିଲେ ସେମାନେ । ଏମିତି ଭାବେ ଉଡିଥିଲା ପ୍ରାୟ ୨୦ ଲକ୍ଷ ଟଙ୍କା । ଆଉ ସଂଗେ ସଂଗେ  ଆଖି ପିଛୁଳାକେ ଏହି ଉଡିଥିଲା ସବୁ ନୋଟ୍ । ସବୁ ନୋଟ୍‌ । ଏହି ବିବାହକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।