ଉତ୍ତରପ୍ରଦେଶରେ ଏନ୍‌କାଉଣ୍ଟରରେ ଲୁଟେରା ମୃତ; ଜଣେ ଫେରାର୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନାଉ ଠାରେ ଏକ ଚଢ଼ଉ ଅଭିଯାନରେ ପୁଲିସ୍‌ ଟିମ୍‌ ଓ ଏକ କୁଖ୍ୟାତ ଲୁଟେରା ମଧ୍ୟରେ ଗୁଳିବିନିମୟ ଘଟିଛି। ପୁଲିସ ଗୁଳିରେ ଲୁଟେରା ଅଞ୍ଜୁ ପ୍ରତାପ ସିଂହର ମୃତ୍ୟୁ ଘଟିଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅମିତାଭ ୟଶ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଗ‌ଷ୍ଟ ୨୮‌ରେ ସୁଲତାନପୁରସ୍ଥିତ ଏକ ଅଳଙ୍କାର ଦୋକାନରୁ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା। ଏହି ମାମଲାର ସନ୍ଦିଗ୍ଧ ଅଭିଯୁକ୍ତକୁ ଧରିବାକୁ ଏସ୍‌ଟିଏଫ୍‌ ଚଢ଼ଉ କରିଥିଲା। […]

ଉତ୍ତରପ୍ରଦେଶରେ ଏନ୍‌କାଉଣ୍ଟରରେ ଲୁଟେରା ମୃତ; ଜଣେ ଫେରାର୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନାଉ ଠାରେ ଏକ ଚଢ଼ଉ ଅଭିଯାନରେ ପୁଲିସ୍‌ ଟିମ୍‌ ଓ ଏକ କୁଖ୍ୟାତ ଲୁଟେରା ମଧ୍ୟରେ ଗୁଳିବିନିମୟ ଘଟିଛି। ପୁଲିସ ଗୁଳିରେ ଲୁଟେରା ଅଞ୍ଜୁ ପ୍ରତାପ ସିଂହର ମୃତ୍ୟୁ ଘଟିଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅମିତାଭ ୟଶ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଗ‌ଷ୍ଟ ୨୮‌ରେ ସୁଲତାନପୁରସ୍ଥିତ ଏକ ଅଳଙ୍କାର ଦୋକାନରୁ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା। ଏହି ମାମଲାର ସନ୍ଦିଗ୍ଧ ଅଭିଯୁକ୍ତକୁ ଧରିବାକୁ ଏସ୍‌ଟିଏଫ୍‌ ଚଢ଼ଉ କରିଥିଲା। ଅଭିଯୁକ୍ତ ଅଞ୍ଜୁ ଓ ତା’ର ଜଣେ ସାଥୀ ପୁଲିସ ଟିମ୍‌ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଅଞ୍ଜୁ ଗୁରୁତର ଆହତ ହୋଇଥିଲା ଓ ତା’ର ସାଥୀ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଗୁରୁତର ଅବସ୍ଥାରେ ଅଞ୍ଜୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜୁର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ସେପ୍ଟମ୍ବର ୫ରେ ଅନୁରୂପ ଏକ ଏନ୍‌କାଉଣ୍ଟରେ ଅଳଙ୍କାର ଦୋକାନ ଲୁଟ ମାମଲାର ମୁଖ୍ୟ ଅଭିଯୁକ୍ତ ମଙ୍ଗେଶ ଯାଦବର ମୃତ୍ୟୁ ଘଟିଥିଲା।