ଉତ୍ତରପ୍ରଦେଶରେ ଛୁରାମାଡ଼ କରି ସାମ୍ବାଦିକଙ୍କୁ ହତ୍ୟା, ୪ ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଫତେପୁର ଜିଲ୍ଲାର ସାଦର କୋଟୱାଲି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି। ସାମ୍ବାଦିକଙ୍କ ସହକର୍ମୀ ମଧ୍ୟ ଛୁରାମାଡ଼ର ଶିକାର ହୋଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା‌ ସଙ୍କଟାପନ୍ନ ରହିଛି। ପୁଲିସ ଏହି ମାମଲାରେ ୪ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଜଣେ ସ୍ଥାନୀୟ ସାମ୍ବାଦିକ ଦିଲୀପ ସାଇନିଙ୍କୁ ବୁଧବାର ରାତିରେ ଭିଟୌରା ବାଇପାସ୍‌ ନିକଟରେ କିଛି ଲୋକ ଛୁରି ଧରି ଘେରି ଯାଇଥିଲେ। ତାଙ୍କ ସହକର୍ମୀ ସ‌ାହିଦ ଖାନ୍‌ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା […]

ଉତ୍ତରପ୍ରଦେଶରେ ଛୁରାମାଡ଼ କରି ସାମ୍ବାଦିକଙ୍କୁ ହତ୍ୟା, ୪ ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଫତେପୁର ଜିଲ୍ଲାର ସାଦର କୋଟୱାଲି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି। ସାମ୍ବାଦିକଙ୍କ ସହକର୍ମୀ ମଧ୍ୟ ଛୁରାମାଡ଼ର ଶିକାର ହୋଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା‌ ସଙ୍କଟାପନ୍ନ ରହିଛି। ପୁଲିସ ଏହି ମାମଲାରେ ୪ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଜଣେ ସ୍ଥାନୀୟ ସାମ୍ବାଦିକ ଦିଲୀପ ସାଇନିଙ୍କୁ ବୁଧବାର ରାତିରେ ଭିଟୌରା ବାଇପାସ୍‌ ନିକଟରେ କିଛି ଲୋକ ଛୁରି ଧରି ଘେରି ଯାଇଥିଲେ। ତାଙ୍କ ସହକର୍ମୀ ସ‌ାହିଦ ଖାନ୍‌ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ସେମାନେ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ସାଇନିଙ୍କୁ କାନପୁର ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଖାନ୍‌ ଏବେ ଚିକିତ୍ସାଧୀନ ଅଛନ୍ତି। ସାଇନିଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି। ସାଇନିଙ୍କ ପତ୍ନୀ ଉକ୍ତ ଘଟଣାରେ ୭ ଜଣଙ୍କ ନାଁ ନେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଆକ୍ରମଣ ପଛରେ ଜମି ବିବାଦ ଥାଇପାରେ।