ଉତ୍ତରଭାରତରେ ବର୍ଷାର ତାଣ୍ଡବ: ବନ୍ୟାପାଣିରେ ଭାସିଗଲା ପୂରା ପରିବାର

କନକ ବ୍ୟୁରୋ: ବର୍ଷା ସାଙ୍ଗକୁ ବଢ଼ି ହେଲା କାଳ। ପାଣି ସୁଅରେ ଭାସିଗଲା ପୁରା ପରିବାର। ହସ, ଖୁସିରେ ପିକନିକ୍ କରିବାକୁ ଯାଇଥିଲେ। ବର୍ଷାରେ ପରିବାର ଲୋକଙ୍କ ସହ ପ୍ରକୃତିର ମଜା ନେଉଥିଲେ। ହେଲେ ମୁହୂର୍ତ୍ତକରେ ସବୁକିଛି ବଦଳିଗଲା। ପାଣିର ସୁଅ ପୁରା ପରିବାରକୁ ଭସାଇ ନେଲା। ମହାରାଷ୍ଟ୍ର ଲୋନାଓ୍ୱାଲାରୁ ଆସିଛି ଏଭଳି କିଛି ଦୁଃଖଦ ଘଟଣା। ତେବେ ବର୍ଷାର ବିତ୍ପାତର କେବଳ ଲୋନାଓ୍ୱଲା ନୁହେଁ ଦେଶର ବିଭିନ୍ନ କୋଣରୁ ଆସିଛି । ସୂଚନା ଅନୁସାରେ ଲୋନାଓ୍ୱଲା, […] The post ଉତ୍ତରଭାରତରେ ବର୍ଷାର ତାଣ୍ଡବ: ବନ୍ୟାପାଣିରେ ଭାସିଗଲା ପୂରା ପରିବାର first appeared on Kanak News.

ଉତ୍ତରଭାରତରେ ବର୍ଷାର ତାଣ୍ଡବ: ବନ୍ୟାପାଣିରେ ଭାସିଗଲା ପୂରା ପରିବାର

କନକ ବ୍ୟୁରୋ: ବର୍ଷା ସାଙ୍ଗକୁ ବଢ଼ି ହେଲା କାଳ। ପାଣି ସୁଅରେ ଭାସିଗଲା ପୁରା ପରିବାର। ହସ, ଖୁସିରେ ପିକନିକ୍ କରିବାକୁ ଯାଇଥିଲେ। ବର୍ଷାରେ ପରିବାର ଲୋକଙ୍କ ସହ ପ୍ରକୃତିର ମଜା ନେଉଥିଲେ। ହେଲେ ମୁହୂର୍ତ୍ତକରେ ସବୁକିଛି ବଦଳିଗଲା। ପାଣିର ସୁଅ ପୁରା ପରିବାରକୁ ଭସାଇ ନେଲା। ମହାରାଷ୍ଟ୍ର ଲୋନାଓ୍ୱାଲାରୁ ଆସିଛି ଏଭଳି କିଛି ଦୁଃଖଦ ଘଟଣା। ତେବେ ବର୍ଷାର ବିତ୍ପାତର କେବଳ ଲୋନାଓ୍ୱଲା ନୁହେଁ ଦେଶର ବିଭିନ୍ନ କୋଣରୁ ଆସିଛି ।

ସୂଚନା ଅନୁସାରେ ଲୋନାଓ୍ୱଲା, ଭୁସି ବନ୍ଧ ନିକରଟରେ ପିକନିକ୍ କରିବାକୁ ଆସିଥିଲେ ପୁଣେର ଅଂସାରି ପରିବାର। ରବିବାର ଅପରାହ୍ଣରେ ପିଲାମାନଙ୍କୁ ନେଇ ଝରଣା ମଝିକୁ ଯାଇଥିଲେ ସ୍ୱାମୀ, ସ୍ତ୍ରୀ। ହଠାତ୍ ବର୍ଷା ହେବା ସହ ଝରଣା ପାଣିର ସୁଅ ବି ବଢ଼ିଯାଇଥିଲା। ଚାହୁଁ ଚାହୁଁ ଲୋକେ ରୁଣ୍ଡ ହୋଇଗଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବି ଚେଷ୍ଟା କଲେ। ହେଲେ ପାଣି ସୁଅରେ ବେଶି ଟାଇମ୍ ତିଷ୍ଟି ପାରି ନଥିଲେ ସମସ୍ତେ। ପାଣି ସୁଅରେ ଭାସି ଯାଉଥିଲେ। ପାଣିର ସୁଅରେ ୭ଜଣ ଭାସି ଯାଇଥିବାବେଳେ, ଦୁଇ ଜଣ ପହଁରି ପହଁରି ଆସି କୂଳରେ ପହଁଚିଥିଲେ। ସେମାନଙ୍କ ମଧ୍ୟରେ ୩୬ ବର୍ଷୀୟ ମହିଳା ଓ ୪ ପିଲା ରହିଛନ୍ତି। ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିଛନ୍ତି। ୪ ଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି।

ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଘରେ ବାହାରେ ସବୁଠି ଆଣ୍ଠୁଏ ଲେଖାଏଁ ପାଣି। ଘରଦ୍ୱାର ବଜାରଘାଟ ସବୁଠି କେବଳ ବର୍ଷା ପାଣି। କେବଳ ଗୁଜରାଟ ନୁହେଁ, ଅହମ୍ମଦାବାଦରେ ବି ପ୍ରବଳ ବର୍ଷାରେ ବେହାଲ ଧନଜୀବନ। ସେହିପରି ଗାନ୍ଧୀନଗରରେ ପ୍ରବଳ ବର୍ଷାରେ ରାସ୍ତା ଧସି ବଡ଼ ଗାତ ହୋଇ ସେଥିରେ କାର ପଡିଯାଇଛି । ବର୍ଷା ଆରମ୍ଭରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଆଗକୁ କିଭଳି ସ୍ଥିତି ରହିବ ଏଥିରୁ ଅନୁମାନ କରିଯାଇ ପାରୁଛି। ଗୁଜରାଟର ସୁରଟ, ନୱସାରି, ଭଲସାଦ, ଦାମନ ଓ ଦାଦ୍ରା ନଗର ହୱେଲି ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ବର୍ଷାରେ ବେହାଲ ମଥୁରାବାସୀ । ଲଗାଣ ବର୍ଷା ଫଳରେ ରାସ୍ତାରେ ପାଣି ଜମି ରହିଛି। ରାସ୍ତାରେ ଏତେ ମାତ୍ରାରେ ପାଣି ଭରି ରହିଛି ଯେ, ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାର ଓ ପ୍ରଶାସନକୁ ଏନେଇ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

ରାଜଧାନୀ ଦିଲ୍ଲୀରେ ବି ଗତ କିଛି ଦିନ ଧରି ବର୍ଷା ବିତ୍ପାତ ଜାରି ରହିଛି । ବର୍ତମାନ ସୁଦ୍ଧା ଚଳିତ ସିଜିନରେ ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେପରେ ଉତାରଖଣ୍ଡରେ ବି ଲଗାଣ ବର୍ଷା ପାଇଁ ପାହଡ ଧସି ରାସ୍ତାରେ ଅତଡା ପଡିଛି। ବର୍ଷା ଆରମ୍ଭରୁ ନାହିଁ ନଥିବା ସମସ୍ୟା ଭୋଗିଲେଣି ଲୋକେ।

The post ଉତ୍ତରଭାରତରେ ବର୍ଷାର ତାଣ୍ଡବ: ବନ୍ୟାପାଣିରେ ଭାସିଗଲା ପୂରା ପରିବାର first appeared on Kanak News.