ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି
ଲକ୍ଷ୍ନୌ,୧୦ା୯ (ପି.ଟି.): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ପରିସ୍ରାଜନିତ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାରୁ ରବିବାର ସନ୍ଧ୍ୟାରେ ତାଙ୍କୁ ମେଦାନ୍ତା ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭର୍ତ୍ତି କରାଯାଇତ୍ଥଲା। କିଛିଦିନ ହେଲା ଗ୍ବାଲିୟରରେ ୮୬ ବର୍ଷୀୟ ମହନ୍ତଙ୍କର ଚିକିତ୍ସା ଚାଲିଥିଲା। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଛି। ହସ୍ପିଟାଲର ଡାକ୍ତରମାନଙ୍କର ଏକ ଟିମ୍ […] The post ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ଲକ୍ଷ୍ନୌ,୧୦ା୯ (ପି.ଟି.): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ପରିସ୍ରାଜନିତ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାରୁ ରବିବାର ସନ୍ଧ୍ୟାରେ ତାଙ୍କୁ ମେଦାନ୍ତା ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭର୍ତ୍ତି କରାଯାଇତ୍ଥଲା। କିଛିଦିନ ହେଲା ଗ୍ବାଲିୟରରେ ୮୬ ବର୍ଷୀୟ ମହନ୍ତଙ୍କର ଚିକିତ୍ସା ଚାଲିଥିଲା। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଛି। ହସ୍ପିଟାଲର ଡାକ୍ତରମାନଙ୍କର ଏକ ଟିମ୍ କ୍ରମାଗତ ଭାବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଚିକିତ୍ସା ଚଳାଇଛି।
The post ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.