ଚର୍ଚ୍ଚରେ ପାଦ୍ରୀଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାର ତଦନ୍ତ ଆରମ୍ଭ, ଚିକିତ୍ସିତ ଦୁଇ ପାଦ୍ରୀଙ୍କୁ ଭେଟିଲେ ଏସପି
ରାଉରକେଲା ୧୫।୬: ଚର୍ଚ୍ଚରେ ଲୁଟ୍ ସହ ଆକ୍ରମଣ ଘଟଣାର ଶିକାର ହୋଇଥିବା ଦୁଇ ପାଦ୍ରୀ RGHରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କୁ ଭେଟିଲେ ରାଉରକେଲା ଏସପି । ଚର୍ଚ୍ଚରୁ ଲକ୍ଷାଧିକ ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୋଲିସର ତଦନ୍ତ ଜାରି ରହିଛି ।ଶୁକ୍ରବାର ରାତି ପାଖାପାଖି ଅଢେଇଟା ସମୟରେ ୧୨ରୁ ୧୫ଜଣ ଦୁର୍ବୃତ୍ତ ପଶିଥିଲେ । ଚର୍ଚ୍ଚ ପରିସରରେ ଦୁଇ ପାଦ୍ରୀ ଶୋଇଥିବା ବେଳେ ସେମାନେ ରହୁଥିବା ଘରେ ପ୍ରବେଶ କରିଥିଲେ । ଦୁଇ ପାଦ୍ରୀଙ୍କୁ ମାଡ ମାରିବା ସହ ବ୍ୟବହାର ଜିନିଷ ଫୋପାଡି ଫିଙ୍ଗା କରିବା, ଆଲମୀରା ଭାଙ୍ଗିବା ସହ ଲୁଟ୍ କରିନେଇଛନ୍ତି ନଗଦ ଲକ୍ଷାଧିକ ଟଙ୍କା । ଖବର ପାଇ ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି କାଣ୍ଡ ଘଟାଇଥିବା ପଛରେ କେବଳ ଡ଼କାୟତି ନା ଆଉ କିଛି ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ ।You Can Read :କାଶୀପୁର ଅଜଣା ରୋଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ, କାରଣ ଖୋଜିବା ସହ ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ରାଉରକେଲା ୧୫।୬: ଚର୍ଚ୍ଚରେ ଲୁଟ୍ ସହ ଆକ୍ରମଣ ଘଟଣାର ଶିକାର ହୋଇଥିବା ଦୁଇ ପାଦ୍ରୀ RGHରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କୁ ଭେଟିଲେ ରାଉରକେଲା ଏସପି । ଚର୍ଚ୍ଚରୁ ଲକ୍ଷାଧିକ ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୋଲିସର ତଦନ୍ତ ଜାରି ରହିଛି ।
ଶୁକ୍ରବାର ରାତି ପାଖାପାଖି ଅଢେଇଟା ସମୟରେ ୧୨ରୁ ୧୫ଜଣ ଦୁର୍ବୃତ୍ତ ପଶିଥିଲେ । ଚର୍ଚ୍ଚ ପରିସରରେ ଦୁଇ ପାଦ୍ରୀ ଶୋଇଥିବା ବେଳେ ସେମାନେ ରହୁଥିବା ଘରେ ପ୍ରବେଶ କରିଥିଲେ । ଦୁଇ ପାଦ୍ରୀଙ୍କୁ ମାଡ ମାରିବା ସହ ବ୍ୟବହାର ଜିନିଷ ଫୋପାଡି ଫିଙ୍ଗା କରିବା, ଆଲମୀରା ଭାଙ୍ଗିବା ସହ ଲୁଟ୍ କରିନେଇଛନ୍ତି ନଗଦ ଲକ୍ଷାଧିକ ଟଙ୍କା । ଖବର ପାଇ ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି କାଣ୍ଡ ଘଟାଇଥିବା ପଛରେ କେବଳ ଡ଼କାୟତି ନା ଆଉ କିଛି ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ ।
You Can Read :