ଭାଇଜାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା; ହୋଇଥିଲା ୪ ଲକ୍ଷର ଡିଲ୍‌

ଏହି ଘଟଣାରେ ପୂର୍ବରୁ ଗୁଳି ମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।

ଭାଇଜାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା; ହୋଇଥିଲା ୪ ଲକ୍ଷର ଡିଲ୍‌

ବଲିଉଡର ଭାଇଜାନ ସଲମାନ ଖାନଙ୍କ ଘର ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା କରିଛି ପୁଲିସ୍‌। ଦବଙ୍ଗ ଖାନଙ୍କ ଘର ଉପରକୁ ଗୁଳି ମାଡ଼ ପାଇଁ ହୋଇଥିଲା ୪ ଲକ୍ଷର ଡିଲ୍‌ । ଏଥିନିମନ୍ତେ କାମ ହେବା ପୂର୍ବରୁ ଲକ୍ଷେ ଓ କାମ ହେବା ପରେ ୩ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏହି ଘଟଣାରେ ପୂର୍ବରୁ ଗୁଳି ମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି । ଏହି ବ୍ୟକ୍ତିଜଣକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଓ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଭୟ ପକ୍ଷ ମଧ୍ୟରେ କ’ଣ ଅଧିକ ସମ୍ପର୍କ ରହିଥିଲା ତାହାର ତଦନ୍ତ କରୁଛି ପୁଲିସ୍‌।

ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗିରଫ ଦୁଇ ଅଭିଯୁଙ୍କ ମଧ୍ୟରୁ ଜଣଙ୍କ ସହ ସନ୍ଦିଗ୍ଧଙ୍କ ସମ୍ପର୍କ ଥିଲା। ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଲରେନ୍ସ ବିଷ୍ଣୋଇଙ୍କ ଛୋଟ ଭାଇ ଅନମୋଲ ବିଷ୍ଣୋଇଙ୍କ ସହ ସମ୍ପର୍କ ଥିଲା।

ସଲମାନଙ୍କ ଘର ଉପରକୁ ଫାୟାରିଂ କରିବା ଅଭିଯୋଗରେ ବନ୍ଧା ହୋଇଥିବା ସାଗର ପାଲ ଓ ବିକି ଗୁପ୍ତା ନିଜ ଗତିବିଧି ଓ କାର୍ଯ୍ୟକଳାପ ସମ୍ପର୍କରେ ଉକ୍ତ ବ୍ୟକ୍ତିଙ୍କୁ ସବିଶେଷ ବିବରଣୀ ଦେଉଥିଲେ। ଫାୟାରିଂର କିଛି ଘଣ୍ଟା ପୂର୍ବରୁ ୧୩ ତାରିଖ ରାତିରେ ବାନ୍ଦ୍ରା ଅଞ୍ଚଳରେ ସୁଟର ସାଗର ପାଲଙ୍କୁ ବନ୍ଧୁକ ଦିଆଯାଇଥିଲା। ଏଥିସହ ଏଥିପାଇଁ ୪ ଲକ୍ଷର ଡିଲ୍‌ ହୋଇଥିଲା। ସେଥିମଧ୍ୟରୁ ଲକ୍ଷେ ଫାୟାରିଂ ପୂର୍ବରୁ ଓ ୩ ଲକ୍ଷ ଫାୟାରିଂ ପରେ ଦିଆଯାଇଥିଲା।

ପ୍ରକାଶ ଥାଉ କି, ଗତ ୧୪ ତାରିଖ ରବିବାର ସକାଳ ୫ଟା ସମୟରେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ଉପରକୁ ଗୁଳିମାଡ଼ ହୋଇଥିଲା। ଦୁଇ ଜଣ ବାଇକରେ ଆସି ଅଚାନକ ସଲମାନଙ୍କ ଘର ଉପରକୁ ଗୁଳିଚାଳନା କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଶେଷରେ ଦୁଇ ଜଣଙ୍କୁ ପୁଲିସ୍‌ ଗୁଜରାଟରୁ ଗିରଫ କରିଥିଲା।