ନିର୍ବାଚନ ପରିଚାଳନାରେ ତ୍ରୁଟି; ୨ ପୋଲିଂ ଅଫିସର ସସ୍‌ପେଣ୍ଡ

ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୩୯.୩୦% ମତଦାନ ହୋଇଛି।

ନିର୍ବାଚନ ପରିଚାଳନାରେ ତ୍ରୁଟି; ୨ ପୋଲିଂ ଅଫିସର ସସ୍‌ପେଣ୍ଡ

ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି , କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରାଯାଇଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାର ଏକ ବୁଥରେ ନିୟୋଜିତ ତେଜାଂଶୁ ସାହୁ ଓ ଗଞ୍ଜାମ ଜିଲ୍ଲାରେ ଜଣେ ପୋଲିଂ ଅଧିକାରୀ। ସେହିପରି ଚିକିଟିରେ କିଛି ଘଟଣା ଘଟିଛି। ଏନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ମାତ୍ର ବର୍ତ୍ତମାନ ସେଠାରେ ମତଦାନ ଠିକ୍‌ଠାକ ଜାରି ରହିଛି ବୋଲି  ଶ୍ରୀଯୁକ୍ତ ଧଳ ସୂଚନା ଦେଇଛନ୍ତି। 

ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୩୯.୩୦% ମତଦାନ ହୋଇଛି। ସେହିପରି ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮% ମତଦାନ ହୋଇଥିଲା। କଳାହାଣ୍ଡି ଲୋକସଭା ୨୫.୦୩% ମତଦାନ ହୋଇଥିବା ବେଳେ ନବରଙ୍ଗପୁର ୨୫.୩୦%,କୋରାପୁଟ ୨୪.୪୩%, ବ୍ରହ୍ମପୁର ୧୮.୯୯% ମତଦାନ ଓ ନୂଆପଡ଼ାରେ ୨୭.୮୮% ଓ ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫% ମତଦାନ ହୋଇଥିଲା। ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।