ନିମ୍ନ ମାନର ପାଇଖାନା ଯୋଗୁଁ ହୋଇପାରୁନି ବ୍ୟବହାର…ସ୍ୱଚ୍ଛ ଭାରତ ଅଭିଯାନ ମିଶନ ଫେଲ..
ଲକ୍ଷ୍ମୀପୁର, ୨୦।୦୨ ସ୍ବଚ୍ଛ ଭାରତ ଅଭିଯାନ ଲକ୍ଷ୍ମୀପୁର ବ୍ଲକରେ ପ୍ରହସନ ସହ ଫେଲ ମାରିଛି ।କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ ସ୍ଵଛ ଭାରତ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗାଁ କୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଗଢି ତୋଳିବାକୁ ପାଇଖାନା ଗୁଡିକ ତିଆରି ହେଲା।ହେଲେ ଲୋକେ ବ୍ୟବହାର କରିବା ପରି ବର୍ତେ ତା ଭିତରେ କେହିତ କାଠ ରଖିଲା କେହିତ ଛେଳି ବାନ୍ଧିଲା,କିଏତ କୁକୁଡ଼ା ପାଳିଲା ଏହାହିଁ ଦେଖିବାକୁ ମିଳୁଛି।କେତୋଟି ସ୍ଥାନରେ ପାଇଖାନା ନିର୍ମାଣ ହେଇ ସେମିତି […] The post ନିମ୍ନ ମାନର ପାଇଖାନା ଯୋଗୁଁ ହୋଇପାରୁନି ବ୍ୟବହାର…ସ୍ୱଚ୍ଛ ଭାରତ ଅଭିଯାନ ମିଶନ ଫେଲ.. appeared first on Odisha.News.

ଲକ୍ଷ୍ମୀପୁର, ୨୦।୦୨
ସ୍ବଚ୍ଛ ଭାରତ ଅଭିଯାନ ଲକ୍ଷ୍ମୀପୁର ବ୍ଲକରେ ପ୍ରହସନ ସହ ଫେଲ ମାରିଛି ।କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ ସ୍ଵଛ ଭାରତ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗାଁ କୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଗଢି ତୋଳିବାକୁ ପାଇଖାନା ଗୁଡିକ ତିଆରି ହେଲା।ହେଲେ ଲୋକେ ବ୍ୟବହାର କରିବା ପରି ବର୍ତେ ତା ଭିତରେ କେହିତ କାଠ ରଖିଲା କେହିତ ଛେଳି ବାନ୍ଧିଲା,କିଏତ କୁକୁଡ଼ା ପାଳିଲା ଏହାହିଁ ଦେଖିବାକୁ ମିଳୁଛି।କେତୋଟି ସ୍ଥାନରେ ପାଇଖାନା ନିର୍ମାଣ ହେଇ ସେମିତି ପଡି ରହି ନଷ୍ଟ ହେଲା ସିନା ଠିକ ଭାବେ ବ୍ୟବହାର ହେଇ ପାରିଲା ନାହିଁ।ସଚେତନର ଅଭାବ ସହ ନିମ୍ନ ମାନର କାମ ପାଇଖାନା ରେ ଆବଶ୍ୟକ ଜଳ ର ମଧ୍ୟ ଅଭାବ ଯୋଗୁଁ ଆଜି ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା।ଜାହାର ଏକ ଉଦାହରଣ ଭିତରଗଡ ପଞ୍ଚାୟତ ଅନ୍ତର୍ଗତ ବିଲାପୁଟ ଗ୍ରାମ ଠାରେ ଦେଖିବାକୁ ମିଳିଛି।ଗ୍ରାମରେ ଚାରି ବର୍ଷ ତଳେ ତିଆରି ହୋଇଥିବା ପାଇଖାନା ଗୃହ ଗୁଡ଼ିକ ତିଆରି ହେଲା ଦିନଠୁ ଆଜି ଯାଏଁ ବ୍ୟବହାର ନହୋଇ ପଡ଼ିରହିଛି।ସବୁ ଯାକ ଗୃହ ଭାଙ୍ଗି ତୁଟି ଗଲାଣି।ଅପର ପଟେ ପ୍ରତ୍ୟେକ ଗାଁ ରେ ବାହ୍ୟ ମଳମୁକ୍ତ ଗାଁ ବୋଲି ନାମ ଫଳକ ଲଗାଯାଇଥିବା ବେଳେ ଲୋକେ ପାଇଖାନା ବ୍ୟବହାର ନକରି ଆଗଭଳି ବାହାରକୁ ଶୌଚ ପାଇଁ ଯାଉଥିବା ଦେଖିବାକୁ ମିଳିଛି।ଖାଲି ବିଲାପୁଟ୍ ଗ୍ରାମ ନୁହଁ ବ୍ଲକ୍ ରେ ଥିବା ଅନେକ ଗ୍ରାମର ପରିସ୍ଥିତି ସମାନ।କିଛି ଗ୍ରାମ ଗୁଡିକରେ ଗୋଷ୍ଠୀ ଶୌଚାଳୟ ମଧ୍ୟ ନିର୍ମାଣ ହେଇଚି ତାହାବି କେତେକ ସ୍ଥାନରେ ଅପ ବ୍ୟବହାର ହେଉଥିବା ବେଳେ କେତେକ ସ୍ଥାନରେ ନିର୍ମାଣ ପରଠୁ ତାଲା ଝୁଲି ରହୁଥିବା ଦେଖିବାକୁ ମିଳିଛି।ତେଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ନଜର ଦେଇ ଲୋକଙ୍କୁ ସଚେତନ କରିବା ନିହାତି ଦରକାର ହୋଇ ପଡ଼ିଛି।
The post ନିମ୍ନ ମାନର ପାଇଖାନା ଯୋଗୁଁ ହୋଇପାରୁନି ବ୍ୟବହାର…ସ୍ୱଚ୍ଛ ଭାରତ ଅଭିଯାନ ମିଶନ ଫେଲ.. appeared first on Odisha.News.