ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଡେରାଡୁନ୍‌,୨।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ହିମସ୍ଖଳନ ଯୋଗୁ ସୀମାନ୍ତ ସଡ଼କ ସଂଗଠନ (ବିଆର୍‌ଓ)ର ୫୫ଜଣ ଶ୍ରମିକ ପୋତିହୋଇ ଯାଇଥିଲେ। ରବିବାର ଆଉ ୩ ଜଣଙ୍କ ମୃତ୍ୟୁଦେହ ବାହାର କରାଯାଇଛି। ଫଳରେ ହିମସ୍ଖଳନଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶନିବାର ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବରଫ ତଳେ ରହିଯାଇଥିବା ଆଉ ଜଣେ ଶ୍ରମିକଙ୍କୁ ବାହାର କରିବା ପାଇଁ ରେସ୍କ୍ୟୁ ଅପରେଶନ ଜାରି ରହିଛି। […] The post ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି appeared first on Dharitri Odia News.

ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଡେରାଡୁନ୍‌,୨।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ହିମସ୍ଖଳନ ଯୋଗୁ ସୀମାନ୍ତ ସଡ଼କ ସଂଗଠନ (ବିଆର୍‌ଓ)ର ୫୫ଜଣ ଶ୍ରମିକ ପୋତିହୋଇ ଯାଇଥିଲେ। ରବିବାର ଆଉ ୩ ଜଣଙ୍କ ମୃତ୍ୟୁଦେହ ବାହାର କରାଯାଇଛି। ଫଳରେ ହିମସ୍ଖଳନଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।

ଶନିବାର ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବରଫ ତଳେ ରହିଯାଇଥିବା ଆଉ ଜଣେ ଶ୍ରମିକଙ୍କୁ ବାହାର କରିବା ପାଇଁ ରେସ୍କ୍ୟୁ ଅପରେଶନ ଜାରି ରହିଛି। ଶ୍ରମିକ କେଉଁ ସ୍ଥାନରେ ଫସିଛନ୍ତି, ଚିହ୍ନଟ କରିବା ପାଇଁ ସେନା ଜିପିଆର୍‌, ସନ୍ଧାନୀ କୁକୁର, ଥର୍ମାଲ ଇମେଜିଂ କ୍ୟାମେରା ଏବଂ ହେଲିକପ୍ଟର ବ୍ୟବହାର କରୁଛି। ପାଟ୍ରୋଲିଂ ଏବଂ ତଲାସି ଅଭିଯାନରେ ସେନାର ୩ଟି ୟୁନିଟ୍‌କୁ ନିୟୋଜିତ କରାଯାଇଛି।

The post ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି appeared first on Dharitri Odia News.