୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ
ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଉଦ୍ଧାର ହାତୀର ବ୍ୟବଚ୍ଛେଦ ପରେ ଶରରୀର ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍ ତାର ମିଳିବା ପରେ ବିଦ୍ୟୁତ୍ କରେଣ୍ଟ ଦେଇ ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ହାତୀର ମୃତ୍ୟୁ ପରେ ବନବିଭାଗ ତପତ୍ରତା […] The post ୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ appeared first on Dharitri Odia News.
ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଉଦ୍ଧାର ହାତୀର ବ୍ୟବଚ୍ଛେଦ ପରେ ଶରରୀର ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍ ତାର ମିଳିବା ପରେ ବିଦ୍ୟୁତ୍ କରେଣ୍ଟ ଦେଇ ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ହାତୀର ମୃତ୍ୟୁ ପରେ ବନବିଭାଗ ତପତ୍ରତା ଦେଖାଏ । କିଛି ଦିନ ପରେ ହାତୀର ସୁରକ୍ଷା ପାଇଁ ପଦକ୍ଷେପ ନାହିଁ ବୋଲି ଅନୁରୂପ ଅଭିଯୋଗ ଉଠିଛି । ଏହି କ୍ରମରେ ପ୍ରତି ବର୍ଷ ହାତୀ ମୃତ୍ୟୁ ଲାଗି ରହୁଛି । ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨୦୧୧-୧୨ରେ ୧ଟି, ୨୦୧୨-୧୩ରେ ୧ଟି, ୨୦୧୪-୧୫ରେ ୨ଟି, ୨୦୧୫-୧୬ରେ ୪ଟି, ୨୦୧୭-୧୮ରେ ୧ଟି, ୨୦୧୯ରୁ ୨୦୨୧ରେ ୨ଟି, ୨୦୨୩-୨୪ରେ ୧ଟି ହାତୀର ମୃତ୍ୟୁ ହୋଇଛି । ୨୦୧୫ -୧୬ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ହାତୀର ମୃତ୍ୟୁ ହୋଇଛି। ଏ ସଂକ୍ରାନ୍ତରେ ଅନୁଧ୍ୟାନ କଲେ ବନବିଭାଗର ହାତୀ ପାଇଁ ଚିନ୍ତା ନ ଥିବା ପରି ମନେ ହେଉଛି।
ଗାଁ ଓ ସହର ମୁହାଁ ହାତୀ : ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ଦେଖା ଦେଉଛି । ଲୋକମାନେ ଜଙ୍ଗଲରେ ଘର କରି ରହିବା ପରେ ହାତୀର ଚଲାପଥ ଓ ବାସସ୍ଥାନ ପରିବର୍ତ୍ତନ ହେବାରେ ଲାଗିଛି । ଏଣୁ ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ହାତୀ ଗାଁ ଓ ସହର ମୁହାଁ ହେଉଛି । ନୟାଗଡ଼ ସହର ନୟାଗଡ଼ ଡିଏଫ୍ଓ ଓ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଏକ ଦନ୍ତା ହାତୀ କିଛି ମାସ ତଳେ ଦେଖିବାକୁ ମିଳିଥିଲା । ସେହିପରି ଧାନ, ଆଖୁ ଫସଲ ସମୟରେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଗାଁ ନିକଟକୁ ହାତୀପଲ ଆସି କ୍ଷୟକ୍ଷତି କରନ୍ତି। ଅଧିକାଂଶ ଚାଷୀ ହାତୀ ଦ୍ୱାରା ଫସଲର କ୍ଷତିପୂରଣ ପାଇ ନ ଥାନ୍ତି । ଏହି କାରଣରୁ କେତେଜଣ ଚାଷୀ ବି ଉତ୍ତେଜିତ ହୋଇ ହାତୀକୁ ମାରୁଥିବା କୁହାଯାଉଛି ।
ଚଲାପଥରେ ବିଦ୍ୟୁତ୍ କରେଣ୍ଟ:
ହାତୀ ଚଲାପଥରେ କରେଣ୍ଟ ଦିଆଯାଉଥିବାରୁ ବିଭିନ୍ନ ସମୟରେ ହାତୀର ମୃତ୍ୟୁ ହୋଇଛି । ଯାହାର ନଜିର ଦଶପଲ୍ଲା ରେଞ୍ଜରେ ଗୁରୁବାର ପ୍ରମାଣ ମିଳିଛି । ସେହିପରି ଚଲାପଥରେ କଖାରୁ ଓ ଖାଦ୍ୟ ପଦାର୍ଥରେ ବିଷ ଦେଇ ହତ୍ୟା କରାଯାଉଛି । ସ୍ଥଳ ବିଶେଷରେ ଗୁଳି କରି ହତ୍ୟା କରାଯାଉଛି । ଶିକାରୀ ହାତୀକୁ ମାରିବା ପାଇଁ ବିଭିନ୍ନ ପ୍ରକାରର ତରିକାରେ ଶିକାର କରୁଛି । ଏନେଇ ପରିବେଶବିତ୍ ବିଭୁ ପ୍ରସାଦ ଦାଶ କୁହନ୍ତି, ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା କରାଯିବା ଦରକାର। ହାତୀ ଯେପରି ଗାଁ ଓ ସହର ମୁହଁ ନହେବେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ଦରକାର । ଶିକାରୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦରକାର । ହାତୀ ମୃତ୍ୟୁ ସମୟରେ ଏହାକୁ ଗୁରୁତର ସହ ନେଇ ମୃତ୍ୟୁର ଠିକ କାରଣ ଖୋଜିବା ଦରକାର। ହାତୀ ମୃତ୍ୟୁର ପ୍ରକୃତ କାରଣକୁ ନ ଲୁଚାଇ ସତ୍ୟ ପ୍ରକାଶ କରିବା ଦରକାର। ହାତୀ ମୃତ୍ୟୁକୁ ରୋକିବାକୁ ଶିକାରୀ ଉପରେ ନଜର ସହ ଏନେଇ ସଚେତନତା କରିଯିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
The post ୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ appeared first on Dharitri Odia News.