ବ୍ରେକ୍ ଫେଲ୍ ହୋଇ ପିଟିହେଲା ତୀର୍ଥଯାତ୍ରୀ ବସ୍
କୋରାପୁଟ,୨୭ା୧(ଅମିତାଭ ବେହେରା): ଶନିବାର ସନ୍ଧ୍ୟାରେ କୋରାପୁଟ ସହରରେ ବ୍ରେକ୍ ଫେଲ୍ ହୋଇ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେଠାରେ ବିଘ୍ନରାଜ ବେହେରା(୪୫) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ରାୟଗଡ଼ା ଷ୍ଟେଶନକୁ ଛାଡ଼ିବାକୁ କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍ ବସ୍ ବ୍ରେକ୍ ଫେଲ୍ ହେବାରୁ ବସ୍ଟି ୨୬ ନଂ ଜାତୀୟ ରାଜପଥ ଦେଇ ଚନ୍ଦନପୋଖରୀ ନିକଟ ବିଜୁ ପାଠାଗାରରେ ଯାଇ ପିଟି ହୋଇଥିଲା। ବସ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଜଣାଯାଇଛି। […] The post ବ୍ରେକ୍ ଫେଲ୍ ହୋଇ ପିଟିହେଲା ତୀର୍ଥଯାତ୍ରୀ ବସ୍ appeared first on Dharitri Odia News.
କୋରାପୁଟ,୨୭ା୧(ଅମିତାଭ ବେହେରା): ଶନିବାର ସନ୍ଧ୍ୟାରେ କୋରାପୁଟ ସହରରେ ବ୍ରେକ୍ ଫେଲ୍ ହୋଇ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେଠାରେ ବିଘ୍ନରାଜ ବେହେରା(୪୫) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ରାୟଗଡ଼ା ଷ୍ଟେଶନକୁ ଛାଡ଼ିବାକୁ କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍ ବସ୍ ବ୍ରେକ୍ ଫେଲ୍ ହେବାରୁ ବସ୍ଟି ୨୬ ନଂ ଜାତୀୟ ରାଜପଥ ଦେଇ ଚନ୍ଦନପୋଖରୀ ନିକଟ ବିଜୁ ପାଠାଗାରରେ ଯାଇ ପିଟି ହୋଇଥିଲା। ବସ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଜଣାଯାଇଛି। କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
The post ବ୍ରେକ୍ ଫେଲ୍ ହୋଇ ପିଟିହେଲା ତୀର୍ଥଯାତ୍ରୀ ବସ୍ appeared first on Dharitri Odia News.