ଗୁଳି ଫୁଟାଇ ବେପାରୀଙ୍କଠାରୁ ଲୁଟିଥିଲେ ରୁପା ଅଳଙ୍କାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ
ଖୋର୍ଦ୍ଧା,୨୧ା୫(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଛକରେ ରୁପା ବେପାରୀଙ୍କୁ ଗୁଳି ଫୁଟାଇ ରୁପା ଅଳଙ୍କାର ଲୁଟ୍ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭କେଜି ରୂପା, ୨ଟା ବାଇକ ଜବତ କରିଛି। ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏ.ରବି(୩୫) ଓ ମହେଶ ପ୍ରଧାନ(୨୨)। ଏମାନେ ଏରୋଗଲା ସମ୍ପଦ୍ରାୟର। ଅନ୍ୟ ୩ ଫେରାର ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ସାଗରିକା […] The post ଗୁଳି ଫୁଟାଇ ବେପାରୀଙ୍କଠାରୁ ଲୁଟିଥିଲେ ରୁପା ଅଳଙ୍କାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ଖୋର୍ଦ୍ଧା,୨୧ା୫(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଛକରେ ରୁପା ବେପାରୀଙ୍କୁ ଗୁଳି ଫୁଟାଇ ରୁପା ଅଳଙ୍କାର ଲୁଟ୍ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭କେଜି ରୂପା, ୨ଟା ବାଇକ ଜବତ କରିଛି। ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏ.ରବି(୩୫) ଓ ମହେଶ ପ୍ରଧାନ(୨୨)। ଏମାନେ ଏରୋଗଲା ସମ୍ପଦ୍ରାୟର। ଅନ୍ୟ ୩ ଫେରାର ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ସାଗରିକା ନାଥ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।
ବାଲୁଗାଁ ଥାନା ଅନ୍ତର୍ଗତ ଉମାକାନ୍ତପୁର ଗ୍ରାମର ପ୍ରହ୍ଲାଦ ନାୟକ ବାଲୁଗାଁ ଏବଂ ଗଞ୍ଜାମ ଖଲିକୋଟ ଅଞ୍ଚଳରେ ଘରକୁ ଘର ବୁଲି ରୁପା ବେପାର କରନ୍ତି। ଗତ ୯ ତାରିଖ ସେ ବାଇକ୍ରେ ରୁପା ଅଳଙ୍କାର ଧରି ଖଲିକୋଟ ଯାଉଥିଲେ। ନିମିକ୍ଷେତା ଛକରେ ୫ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଗୁଳି ଫୁଟାଇ ତାଙ୍କ ଠାରୁ ୧୫ କେଜି ରୁପା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ପ୍ରହ୍ଲାଦ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ସ୍ତ୍ରୀ ସୁନିତାଙ୍କ ଅଭିଯୋଗ କ୍ରମେ ବାଲୁଗାଁ ଥାନାରେ ଏକ ମାମଲା(ନଂ ୧୩୫।୨୫) ରୁଜୁ ହୋଇଛି।
ଏହି ଘଟଣାରେ ବାଲୁଗାଁ ଏସ୍ଡିପିଓ ସଞ୍ଜୟ ପଟ୍ଟନାୟକ, ଥାନା ଅଧିକାରୀ ଜୟକୃଷ୍ଣ ପରିଡ଼ା ଏବଂ ସ୍ପେଶାଲ ସ୍କ୍ବାଡ୍ ନେଇ ଗଠିତ ଟିମ୍ ଗଞ୍ଜାମ ପୋଲିସ ସହାୟତାରେ ୨ଅଭିଯୁକ୍ତଙ୍କୁ ଆସିକା ଅଞ୍ଚଳରୁ ଧରିଥିଲେ। ଗିରଫ ଅଭିଯୁକ୍ତମାନେ ରାଜପଥରେ ଏକାକୀ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ନିଛାଟିଆ ସ୍ଥାନରେ ଲୁଟ୍ପାଟ୍ କରୁଛନ୍ତି ବୋଲି ଏସ୍ପି କହିଛନ୍ତି।
The post ଗୁଳି ଫୁଟାଇ ବେପାରୀଙ୍କଠାରୁ ଲୁଟିଥିଲେ ରୁପା ଅଳଙ୍କାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.