ଭାରତ-ଆମେରିକାର ଚିନ୍ତା ବଢାଇଲାଣି ଚାଇନା, ପରମାଣୁ ବୋମା ସଂଖ୍ୟା ଅତିକ୍ରମ କଲା ୬୦୦, ୨୦୩୦ ବେଳକୁ…
ବେଜିଂ/ଓ୍ବାଶିଂଟନ,୧୯।୧୨: ଆମେରିକାର ପ୍ରତିରକ୍ଷା ବିଭାଗ ଚାଇନାର ସାମରିକ ଶକ୍ତି ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ସୂଚନା କେବଳ ଆମେରିକାର ନୁହେଁ ପଡୋଶୀ ଦେଶ ଭାରତର ଚିନ୍ତା ବଢାଇବାକୁ ଯାଉଛି। ସୂଚନାଯୋଗ୍ୟ, ଆମେରିକାର ପ୍ରତିରକ୍ଷା ବିଭାଗ ‘ପିପୁଲ୍ସ ରିପବ୍ଲିକ ଅଫ ଚାଇନା ସହ ଜଡିତ ସାମରିକ ଏବଂ ସୁରକ୍ଷା ବିକାଶ’ ରିପୋର୍ଟରେ ଦର୍ଶାଇଛି ଯେ ଚାଇନା ଆଣବିକ ବୋମା ସଂଗ୍ରହକୁ ଦ୍ରୁତ ଗତିରେ ବୃଦ୍ଧି […] The post ଭାରତ-ଆମେରିକାର ଚିନ୍ତା ବଢାଇଲାଣି ଚାଇନା, ପରମାଣୁ ବୋମା ସଂଖ୍ୟା ଅତିକ୍ରମ କଲା ୬୦୦, ୨୦୩୦ ବେଳକୁ… appeared first on Dharitri Odia News.
ବେଜିଂ/ଓ୍ବାଶିଂଟନ,୧୯।୧୨: ଆମେରିକାର ପ୍ରତିରକ୍ଷା ବିଭାଗ ଚାଇନାର ସାମରିକ ଶକ୍ତି ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ସୂଚନା କେବଳ ଆମେରିକାର ନୁହେଁ ପଡୋଶୀ ଦେଶ ଭାରତର ଚିନ୍ତା ବଢାଇବାକୁ ଯାଉଛି।
ସୂଚନାଯୋଗ୍ୟ, ଆମେରିକାର ପ୍ରତିରକ୍ଷା ବିଭାଗ ‘ପିପୁଲ୍ସ ରିପବ୍ଲିକ ଅଫ ଚାଇନା ସହ ଜଡିତ ସାମରିକ ଏବଂ ସୁରକ୍ଷା ବିକାଶ’ ରିପୋର୍ଟରେ ଦର୍ଶାଇଛି ଯେ ଚାଇନା ଆଣବିକ ବୋମା ସଂଗ୍ରହକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି। ୨୦୨୦ ତୁଳନାରେ ଏହା ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ପ୍ରାୟ ତିନି ଗୁଣ ବୃଦ୍ଧି କରିଛି । ଏହି ସୂଚନା ଭାରତ ଏବଂ ଆମେରିକା ପାଇଁ ଚିନ୍ତାର ବିଷୟ।
ଆମେରିକାର ପ୍ରତିରକ୍ଷା ବିଭାଗ ବୁଧବାର (୧୮ ଡିସେମ୍ବର ୨୦୨୪)ରେ ପ୍ରକାଶିତ ରିପୋର୍ଟରେ କହିଛି ଯେ ୨୦୨୪ ବର୍ଷ ମଧ୍ୟଭାଗରେ ଚାଇନା ଆଣବିକ ବୋମା ସଂଖ୍ୟା ୬୦୦ ଅତିକ୍ରମ କରିଥିବାବେଳେ ୨୦୨୩ ଶେଷ ସୁଦ୍ଧା ଚାଇନାରେ ୧୦୦୦ରୁ ଅଧିକ ପରମାଣୁ ବୋମା ରହିବ। ଏଥିମଧ୍ୟରୁ ଅନେକ ପୂର୍ଣ୍ଣ ନିୟୋଜନ ମୋଡରେ ରଖିବାକୁ ଯୋଜନା କରାଯାଇଛି।
ଏହି ସପ୍ତାହରେ ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୩୦ସୁଦ୍ଧା ପିପୁଲ୍ସ ଲିବରେସନ ଆର୍ମି ଦ୍ୱାରା ଚାଇନାରେ ୧୦୦୦ରୁ ଅଧିକ ଆଣବିକ ଅସ୍ତ୍ର ରହିବ ବୋଲି ଆଶା କରାଯାଉଛି। ଅଧିକାରୀ କହିଛନ୍ତି ଯେ ଚାଇନା ମଧ୍ୟ ଆଣବିକ ଅସ୍ତ୍ରର ପ୍ରକାରକୁ ବିବିଧ କରୁଛି। ଏହା ସ୍ବଳ୍ପ କ୍ଷମତାର ସଠିକ ଷ୍ଟ୍ରାଇକ କ୍ଷେପଣାସ୍ତ୍ର ଠାରୁ ଆରମ୍ଭ କରି ଆଇସିବିଏମ ପର୍ଯ୍ୟନ୍ତ ସିଷ୍ଟମରେ କାମ କରୁଛି।
The post ଭାରତ-ଆମେରିକାର ଚିନ୍ତା ବଢାଇଲାଣି ଚାଇନା, ପରମାଣୁ ବୋମା ସଂଖ୍ୟା ଅତିକ୍ରମ କଲା ୬୦୦, ୨୦୩୦ ବେଳକୁ… appeared first on Dharitri Odia News.