ଉଦଘାଟନରେ ଅଟକିଗଲା ଧାନକିଣା: ନଭେମ୍ବର ୨୯ ତାରିଖରୁ ମଣ୍ଡି ଖୋଲି ବି ଏଯାଏଁ ଉଠୁନି ଧାନ
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଖରିଫ ଧାନକିଣା ପାଇଁ ପ୍ରଶାସନ ପକ୍ଷରୁ ମଣ୍ଡି ଉଦଘାଟନ ହୋଇଛି । ହେଲେ ଏଯାଏଁ କୌଣସି ମଣ୍ଡିରୁ ମୁଠାଏ ଧାନ ଉଠିନାହିଁ। ହାତଗଣତି କେତୋଟି ମଣ୍ଡିରେ ଚାଷୀଙ୍କ ଧାନବସ୍ତା ରଖାଯାଇଛି । ଆଉ କେତେକ ମଣ୍ଡି ଖାଲି ପଡ଼ିଛି । ମଣ୍ଡି ଗୁଡ଼ିକରେ ଧାନକିଣା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଆବଶ୍ୟକ ଧାନକିଣା ଯନ୍ତ୍ରମାନ ମଧ୍ୟ ଯୋଗାଇ ଦିଆଯାଇଛି। ମାତ୍ର ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଫଳରେ ଚାଷୀ ଧାନବିକ୍ରି କରି ନପାରି ନିରାଶ ହୋଇଛନ୍ତି । ୨୦୨୩ ଖରିଫ ଋତୁରେ ଧର୍ମଗଡ଼ ଉପଖଣ୍ଡରୁ ୨୮୩ ଜଣ ଚାଷୀଙ୍କ ଠାରୁ ୧୩ ହଜାର ୫ କ୍ବିଂଟାଲ ଧାନ କ୍ରୟ ହୋଇଥିଲା। କିନ୍ତୁ ଚଳିତ ବର୍ଷ କେବଳ ଉଦ୍ଘାଟନରେ ସୀମିତ ରହିଯାଇଛି। ପ୍ରଥମ ପର୍ୟ୍ୟାୟରେ ୫୦ ଲକ୍ଷ ୮୦ ହଜାର କ୍ଵିଣ୍ଟାଲ ଧାନକିଣା ପାଇଁ ଟାର୍ଗେଟ ଆସିଛି । ୨୨୩ ମଣ୍ଡିରେ ଧାନକିଣା ପାଇଁ ବ୍ୟବସ୍ଥା ହୋଇଛି । ୭୪ଟି ପ୍ୟାକ୍ସ ଏବଂ ୨୮ଟି ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଇଛି । ୮୩ଟି ମିଲର୍ସ ଧାନକିଣିବା ପାଇଁ ଚୁକ୍ତି କରିଥିବା ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି । କ୍ରୟ ସଂସ୍ଥା ମଣ୍ଡିରେ ବସୁନଥିବା ବେଳେ ମଣ୍ଡିକୁ ଧାନ ଦେବାପାଇଁ ଚାଷୀଙ୍କ ଭରସା ପାଉନାହିଁ । ପରିସ୍ଥିତିକୁ ଦେଖି ଗାଁ ଗାଁରେ ସକ୍ରିୟ ହେଲେଣି ଦଲାଲ । ବର୍ଷା କାକରରେ ଧାନ ପଡ଼ିରହିଲେ ଧାନର ମାନ ହ୍ରା

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଖରିଫ ଧାନକିଣା ପାଇଁ ପ୍ରଶାସନ ପକ୍ଷରୁ ମଣ୍ଡି ଉଦଘାଟନ ହୋଇଛି । ହେଲେ ଏଯାଏଁ କୌଣସି ମଣ୍ଡିରୁ ମୁଠାଏ ଧାନ ଉଠିନାହିଁ। ହାତଗଣତି କେତୋଟି ମଣ୍ଡିରେ ଚାଷୀଙ୍କ ଧାନବସ୍ତା ରଖାଯାଇଛି । ଆଉ କେତେକ ମଣ୍ଡି ଖାଲି ପଡ଼ିଛି । ମଣ୍ଡି ଗୁଡ଼ିକରେ ଧାନକିଣା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଆବଶ୍ୟକ ଧାନକିଣା ଯନ୍ତ୍ରମାନ ମଧ୍ୟ ଯୋଗାଇ ଦିଆଯାଇଛି। ମାତ୍ର ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଫଳରେ ଚାଷୀ ଧାନବିକ୍ରି କରି ନପାରି ନିରାଶ ହୋଇଛନ୍ତି ।
୨୦୨୩ ଖରିଫ ଋତୁରେ ଧର୍ମଗଡ଼ ଉପଖଣ୍ଡରୁ ୨୮୩ ଜଣ ଚାଷୀଙ୍କ ଠାରୁ ୧୩ ହଜାର ୫ କ୍ବିଂଟାଲ ଧାନ କ୍ରୟ ହୋଇଥିଲା। କିନ୍ତୁ ଚଳିତ ବର୍ଷ କେବଳ ଉଦ୍ଘାଟନରେ ସୀମିତ ରହିଯାଇଛି। ପ୍ରଥମ ପର୍ୟ୍ୟାୟରେ ୫୦ ଲକ୍ଷ ୮୦ ହଜାର କ୍ଵିଣ୍ଟାଲ ଧାନକିଣା ପାଇଁ ଟାର୍ଗେଟ ଆସିଛି । ୨୨୩ ମଣ୍ଡିରେ ଧାନକିଣା ପାଇଁ ବ୍ୟବସ୍ଥା ହୋଇଛି । ୭୪ଟି ପ୍ୟାକ୍ସ ଏବଂ ୨୮ଟି ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଇଛି । ୮୩ଟି ମିଲର୍ସ ଧାନକିଣିବା ପାଇଁ ଚୁକ୍ତି କରିଥିବା ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି । କ୍ରୟ ସଂସ୍ଥା ମଣ୍ଡିରେ ବସୁନଥିବା ବେଳେ ମଣ୍ଡିକୁ ଧାନ ଦେବାପାଇଁ ଚାଷୀଙ୍କ ଭରସା ପାଉନାହିଁ । ପରିସ୍ଥିତିକୁ ଦେଖି ଗାଁ ଗାଁରେ ସକ୍ରିୟ ହେଲେଣି ଦଲାଲ । ବର୍ଷା କାକରରେ ଧାନ ପଡ଼ିରହିଲେ ଧାନର ମାନ ହ୍ରାସ ହେବା ଆଶଙ୍କା ରହିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।
ତୁରନ୍ତ ମଣ୍ଡିରେ ଧାନକିଣା ଆରମ୍ଭ ନହେଲେ ଚାଷୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।