ଜୟଦେବ ମିଛ କହୁଛନ୍ତି, ଦମ୍ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ
ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି ସରକାରୀ ଗାଡ଼ି ବ୍ୟବହାର କରି ସ୍ବୟଂ ସହାୟକ ଗୋଷ୍ଠୀର ମା’, ଭଉଣୀଙ୍କୁ ଡାକି ଜବରଦସ୍ତ ଟଙ୍କା ବାଣ୍ଟୁଛନ୍ତି। ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିଥିବା ଦେଖାଯାଇଛି। ସରକାରୀ ସଭା ଗୃହ ଏପରି କାର୍ଯ୍ୟ ଚାଲିଥିବା ବେଳେ ହାଟଡିହୀ ବିଡିଓ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି। ନିର୍ବାଚନକୁ ଯଦି ପକ୍ଷପାତ କରାଯାଏ […] The post ଜୟଦେବ ମିଛ କହୁଛନ୍ତି, ଦମ୍ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ appeared first on Dharitri Odia News.
ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କେ. ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବିଜେଡି ପକ୍ଷରୁ ଲୋକ ପ୍ରତିନିଧି ସରକାରୀ ଗାଡ଼ି ବ୍ୟବହାର କରି ସ୍ବୟଂ ସହାୟକ ଗୋଷ୍ଠୀର ମା’, ଭଉଣୀଙ୍କୁ ଡାକି ଜବରଦସ୍ତ ଟଙ୍କା ବାଣ୍ଟୁଛନ୍ତି। ସ୍ପଷ୍ଟ ଦିବାଲୋକରେ ଏପରି ଘଟଣା ଘଟିଥିବା ଦେଖାଯାଇଛି। ସରକାରୀ ସଭା ଗୃହ ଏପରି କାର୍ଯ୍ୟ ଚାଲିଥିବା ବେଳେ ହାଟଡିହୀ ବିଡିଓ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି। ନିର୍ବାଚନକୁ ଯଦି ପକ୍ଷପାତ କରାଯାଏ ପରିସ୍ଥିତି ଭୟାବହ ହେବ। ନିର୍ବାଚନ ପରେ କଂଗ୍ରେସ ମୁକାବିଲା କରିବ। ଏପରି ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହା ପରେ ହାଟଡିହୀ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏହାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି। ପାଣିଗ୍ରାହୀ କହିଛନ୍ତି, ଏପରି ଭିଡିଓ ଦେଖିବା ପରେ ଅତି ଆଶ୍ଚର୍ଯ୍ୟ ଏବଂ ଦୁଃଖ ଲାଗୁଛି। ଜୟଦେବ ପାଗଳ ପରି ପ୍ରଳାପ କରୁଥିବା ମନେ ହୋଇଛି। ମୁଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଟ୍ରେନିଂରେ ଥିଲି। ତେଣୁ କିପରି ତଅଁଳ ଗ୍ରାମକୁ ଯାଇ ଭୋଟ୍ ପାଇଁ ବିଜେଡିକୁ ଟଙ୍କା ବଣ୍ଟନ ରେ ସହଯୋଗ କଲି। ଜୟଦେବ ମିଛ କହୁଛନ୍ତି। ଯଦି ତାଙ୍କର ଦମ୍ ଅଛି ପ୍ରମାଣ ଦିଅନ୍ତୁ। ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରନ୍ତୁ। ନିର୍ବାଚନ ସମୟରେ ମିଛ କଥା କହି ଅଯଥା ସମସ୍ୟା ଏବଂ ଅଶାନ୍ତି କରିବାକୁ ସେ ଚାହୁଁଛନ୍ତି।
ସେହିପରି ବିଜେଡି ମଧ୍ୟ ଏହାର ଜବାବ ରଖିଛି। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ କହିଛନ୍ତି, ହାରିଯିବା ଭୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବଙ୍କର ଏହା ଏକ ମିଛ ଏବଂ ସୁନ୍ଦର ପ୍ଲାନ। ଭୋଟରଙ୍କୁ ଭୁଆଁ ବୁଲାଇ ଭୋଟ୍ ହାତେଇବା ପାଇଁ ସୁପରିକଳ୍ପିତ ଅଭିନବ ପ୍ରୟାସ କରୁଛନ୍ତି। ଯାହାକି ଭୀରୁ ଏବଂ କାପୁରୁଷର ଲକ୍ଷଣ କହିଲେ ଅତ୍ୟୁକ୍ତ ହେବନି ବୋଲି ସେ କହିଛନ୍ତି।
The post ଜୟଦେବ ମିଛ କହୁଛନ୍ତି, ଦମ୍ ଅଛି ପ୍ରମାଣ ଦିଅନ୍ତୁ: ବିଡିଓ appeared first on Dharitri Odia News.