ସାଇବର କାଫେରେ OSSSC ପରୀକ୍ଷା !

ଭୁବନେଶ୍ୱର,୩୦।୯: ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଏହି ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବ କାରଣରୁ ବିବାଦ ସୃଷ୍ଟି ହୋଇଛି। ଖବର ଅନୁଯାୟୀ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ପରୀକ୍ଷା ପରୀକ୍ଷା […] The post ସାଇବର କାଫେରେ OSSSC ପରୀକ୍ଷା ! appeared first on Dharitri Odia News.

ସାଇବର କାଫେରେ OSSSC ପରୀକ୍ଷା !

ଭୁବନେଶ୍ୱର,୩୦।୯: ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଏହି ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବ କାରଣରୁ ବିବାଦ ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ପରୀକ୍ଷା ପରୀକ୍ଷା ହେଉଥିବା ବେଳେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଉତ୍ତେଜନା ପରେ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରିଥିଲେ।

ତେବେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ, ଓଏସଏସଏସସି ଏକ ସାଇବର କାଫେରେ ପରୀକ୍ଷା କରୁଛି। ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇ କାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ ପରୀକ୍ଷାରେ ସ୍ୱଚ୍ଛତା ରହିବା ନେଇ ପ୍ରଶ୍ନ ଉଠିଛି।

The post ସାଇବର କାଫେରେ OSSSC ପରୀକ୍ଷା ! appeared first on Dharitri Odia News.