ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୬।୨: ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଶେୟାର କରିଛନ୍ତି। ଏହି ଟୁଇଟ୍ରେ ପ୍ରିୟଙ୍କା ଲେଖିଛନ୍ତି, ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଉତ୍ତରପ୍ରଦେଶରେ ପହଞ୍ଚିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲି, କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା। ତେବେ ସେ କହିଛନ୍ତି , ସୁସ୍ଥ ହେବା ପରେ ସେ ପୁଣି […] The post ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୨: ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଶେୟାର କରିଛନ୍ତି। ଏହି ଟୁଇଟ୍ରେ ପ୍ରିୟଙ୍କା ଲେଖିଛନ୍ତି, ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଉତ୍ତରପ୍ରଦେଶରେ ପହଞ୍ଚିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲି, କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା।
ତେବେ ସେ କହିଛନ୍ତି , ସୁସ୍ଥ ହେବା ପରେ ସେ ପୁଣି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବେ। ସେ ନିଜ ଟୁଇଟରରେ ଏହା ଉଲ୍ଲେଖ କରି ଲେଖିଛନ୍ତି, ମୁଁ ଟିକିଏ ଭଲ ହେବା ମାତ୍ରେ ଏହି ଯାତ୍ରାରେ ଯୋଗଦେବି। ସେ ପର୍ଯ୍ୟନ୍ତ ମୁଁ ଚାନ୍ଦୌଲିି-ବନାରସରେ ପହଞ୍ଚୁଥିବା ସମସ୍ତ ଯାତ୍ରୀ, ମୋର ସହକର୍ମୀ ତଥା ଉତ୍ତରପ୍ରଦେଶର ପ୍ରିୟ ଭାଇ ଯେଉଁମାନେ କାମ ପାଇଁ ଯତ୍ନ ସହକାରେ ପ୍ରସ୍ତୁତ ହେଉଛନ୍ତି ମୁଁ ସେମାନଙ୍କୁ ଶୁଭକାମନା ଜଣାଇଉନ୍ତି।
The post ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା appeared first on Dharitri Odia News.