ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଦୁଇଦିନ ପୂର୍ବରୁ ତାମିଲନାଡୁର ଗୋଟିଏ ୧୪ ଚକିଆ (ଟିଏନ୍‌ ୫୭ଏ ଏମ୍‌ ୯୯୬୬) ଟ୍ରକ୍‌ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ରହିଥିଲା। ତେବେ ସେହି ଗାଡ଼ିରୁ ଶ୍ରମିକମାନେ ମାଲ ଅନ୍‌ଲୋଡ଼ କରୁଥିବା ବେଳେ ଅନ୍ୟ ଏକ ହାଇଓ୍ବା (ନଂ -ଓ ଡି ୨୨ କିୟୁ ୬୨୨୪)ବାଲେଶ୍ବରରୁ ଭଦ୍ରକ […] The post ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ଦୁଇଦିନ ପୂର୍ବରୁ ତାମିଲନାଡୁର ଗୋଟିଏ ୧୪ ଚକିଆ (ଟିଏନ୍‌ ୫୭ଏ ଏମ୍‌ ୯୯୬୬) ଟ୍ରକ୍‌ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ରହିଥିଲା। ତେବେ ସେହି ଗାଡ଼ିରୁ ଶ୍ରମିକମାନେ ମାଲ ଅନ୍‌ଲୋଡ଼ କରୁଥିବା ବେଳେ ଅନ୍ୟ ଏକ ହାଇଓ୍ବା (ନଂ -ଓ ଡି ୨୨ କିୟୁ ୬୨୨୪)ବାଲେଶ୍ବରରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଛିଡ଼ା ହୋଇଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ ପଛରେ ପିଟି ହୋଇଥିଲା। ଫଳରେ ଧକ୍କା ଦେଇଥିବା ହାଇଓ୍ବା ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ହାଇଓ୍ବେ ପାଟ୍ରୋଲିଂ ପୋଲିସ ସହ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡକାଲକୁ ପଠାଇଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ।

The post ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.