୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଝିଅ ପାଇଁ ବର ଖୋଜିଲେ ପରିବାର, ଦେଲେ ଏଭଳି ବିଜ୍ଞାପନ, ଜାଣିଲେ…
ବେଙ୍ଗାଲୁରୁ,୧୩।୫: କର୍ନାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ପୁତୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଝିଅର ବିବାହ ପାଇଁ ଏକ ପରିବାର ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ପ୍ରକାଶ କରିଛନ୍ତି। ଦକ୍ଷିଣ କନ୍ନଡର ଏକ ଜାତିର ମୃତ କୁଆଁରୀ ପିଲାମାନଙ୍କର ଆତ୍ମା ସହିତ ବିବାହ କରିବାର ପରମ୍ପରା ରହିଛି, ଯାହାକୁ ପ୍ରୀତି କଲ୍ୟାଣମ ନାମରେ ଜଣାଯାଏ। ବିଶ୍ୱାସ କରାଯାଏ ଯେ ଏହି ପରମ୍ପରାରେ ଆତ୍ମାମାନଙ୍କର ବିବାହ କରାଯାଏ। ତୁଲୁନାଡୁ-ଦକ୍ଷିଣ କନ୍ନଡ […] The post ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଝିଅ ପାଇଁ ବର ଖୋଜିଲେ ପରିବାର, ଦେଲେ ଏଭଳି ବିଜ୍ଞାପନ, ଜାଣିଲେ… appeared first on Dharitri Odia News.
ବେଙ୍ଗାଲୁରୁ,୧୩।୫: କର୍ନାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ପୁତୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଝିଅର ବିବାହ ପାଇଁ ଏକ ପରିବାର ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ପ୍ରକାଶ କରିଛନ୍ତି। ଦକ୍ଷିଣ କନ୍ନଡର ଏକ ଜାତିର ମୃତ କୁଆଁରୀ ପିଲାମାନଙ୍କର ଆତ୍ମା ସହିତ ବିବାହ କରିବାର ପରମ୍ପରା ରହିଛି, ଯାହାକୁ ପ୍ରୀତି କଲ୍ୟାଣମ ନାମରେ ଜଣାଯାଏ।
ବିଶ୍ୱାସ କରାଯାଏ ଯେ ଏହି ପରମ୍ପରାରେ ଆତ୍ମାମାନଙ୍କର ବିବାହ କରାଯାଏ। ତୁଲୁନାଡୁ-ଦକ୍ଷିଣ କନ୍ନଡ ଏବଂ ଉଡୁପି ଉପକୂଳବର୍ତ୍ତୀ ଜିଲାମାନଙ୍କରେ ଏହି ପ୍ରଥା ପ୍ରେଥା କଲ୍ୟାଣମ ନାମରେ ଜଣାଯାଏ। ପ୍ରକୃତରେ ସ୍ଥାନୀୟ ଖବରକାଗଜରେ ବିଜ୍ଞାପନ ଥିଲା ଯେ ପ୍ରାୟ ୩୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା କୁଲାଲ ଜାତିର ବାୟଙ୍ଗେରା ଗୋତ୍ର ନାମକ ଜଣେ ଝିଅ ପାଇଁ ଏକ ବରପାତ୍ର ଖୋଜାଯାଉଛି। ଯଦି ଏହି ଜାତିର କୌଣସି ପୁଅ ଏବଂ ଭିନ୍ନ ଜାତିର କେଉଁ ପୁଅ ଅଛନ୍ତି, ଯିଏ ୩୦ବର୍ଷ ପୂର୍ବେ ମୃତ୍ୟୁ ହୋଇସାରିଛି। ପରିବାର ପ୍ରେଥା ମଦୃଭେ କରିବାକୁ ପ୍ରସ୍ତୁତ, ତେବେ ସେମାନେ ଏହି ନମ୍ବରରେ ଯୋଗାଯୋଗ କରିପାରନ୍ତି। ତେବେ ଏହି ବିଜ୍ଞାପନକୁ କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି। ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି।
The post ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଝିଅ ପାଇଁ ବର ଖୋଜିଲେ ପରିବାର, ଦେଲେ ଏଭଳି ବିଜ୍ଞାପନ, ଜାଣିଲେ… appeared first on Dharitri Odia News.