କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସିଖବର: ଏହି ଦିନଠୁ ବିକ୍ରି ହେବ ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ୍‌

କଟକ,୨୪।୧: ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌। ଫେବ୍ରୁଆରୀ ୨ ତାରିଖରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଫେବ୍ରୁଆରୀ ୬, ୭,୮ରେ ଅଫଲାଇନ ଟିକେଟ ବିକ୍ରି ହେବ ବୋଲି ଜଣାପଡିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ନେଇ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା କ୍ରିକେଟ […] The post କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସିଖବର: ଏହି ଦିନଠୁ ବିକ୍ରି ହେବ ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ୍‌ appeared first on Dharitri Odia News.

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସିଖବର: ଏହି ଦିନଠୁ ବିକ୍ରି ହେବ ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ୍‌

କଟକ,୨୪।୧: ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌। ଫେବ୍ରୁଆରୀ ୨ ତାରିଖରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଫେବ୍ରୁଆରୀ ୬, ୭,୮ରେ ଅଫଲାଇନ ଟିକେଟ ବିକ୍ରି ହେବ ବୋଲି ଜଣାପଡିଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ନେଇ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ମ୍ୟାଚଟି ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ସେ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଏକ ଗ୍ୟାଲେରି ଟିକେଟ କିଣିଛନ୍ତି। ଟିକେଟର ମୂଲ୍ୟ ସେ ଡିଜିଟାଲ ମୋଡ୍‌ରେ ପ୍ରଦାନ କରିଛନ୍ତି। ଏହି ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

The post କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସିଖବର: ଏହି ଦିନଠୁ ବିକ୍ରି ହେବ ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ୍‌ appeared first on Dharitri Odia News.