ଉଦଯାପନୀ ସଭାରେ ମନ ଜିଣିଲେ ସିଦ୍ଧାନ୍ତ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

କୁନିପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନର ଅନନ୍ୟ ଶୈଳୀକୁ ବେଶ ପ୍ରଶଂସା କରାଯାଇଛି

ଉଦଯାପନୀ ସଭାରେ ମନ ଜିଣିଲେ ସିଦ୍ଧାନ୍ତ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'ରେ ମନମୋହିଲା ଅଷ୍ଟମ ଶ୍ରେଣୀର ଛାତ୍ର। ସମ୍ମିଳନୀର ଉଦଯାପନୀ ସଭାରେ କଟକର କୁଲଫି ବ୍ୟବସାୟୀଙ୍କ ପୁଅ ତଥା ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଅତି ସୁନ୍ଦର ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

କୁନିପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନର ଅନନ୍ୟ ଶୈଳୀକୁ ବେଶ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ଭୁରିଭୁରି ପ୍ରଶଂସା କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁନି ପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନକୁ ପ୍ରଶଂସା କରିବା ସହ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି କହିଛନ୍ତି।