ଉଦଯାପିତ ହେଲା ‘ସପ୍ତରଙ୍ଗ’, ପୁରସ୍କୃତ ହେଲେ କୃତି ଛାତ୍ରଛାତ୍ରୀ
ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲାର ଶିକ୍ଷାନୁଷ୍ଠାନ ଏସ୍ଡି ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ବାର୍ଷିକ ଉତ୍ସବ ‘ସପ୍ତରଙ୍ଗ’ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଉତ୍ସବ ପାଳିତ ହୋଇଛି । ଉଦ୍ଘାଟନୀ ସମାରୋହରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ଚେୟାରମ୍ୟାନ୍ ଦେବାଶିଷ ଦୀକ୍ଷିତ୍, ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜେଡିଏମ୍ ଟ୍ୟାଲେଣ୍ଟ ସର୍ଚ୍ଚରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ ରାଜ୍ୟସ୍ତରୀୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।You Can Read:ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ
ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲାର ଶିକ୍ଷାନୁଷ୍ଠାନ ଏସ୍ଡି ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ବାର୍ଷିକ ଉତ୍ସବ ‘ସପ୍ତରଙ୍ଗ’ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଉତ୍ସବ ପାଳିତ ହୋଇଛି । ଉଦ୍ଘାଟନୀ ସମାରୋହରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ଚେୟାରମ୍ୟାନ୍ ଦେବାଶିଷ ଦୀକ୍ଷିତ୍, ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଜେଡିଏମ୍ ଟ୍ୟାଲେଣ୍ଟ ସର୍ଚ୍ଚରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ ରାଜ୍ୟସ୍ତରୀୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
You Can Read:
ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ