ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଧକ୍କା ଦେଲା ଲଷ୍ମୀ ବସ୍, ଜଣେ ଗୁରୁତର

ଆଠମଲ୍ଲିକ ୧୩।୧୦: ଆଠମଲ୍ଲିକ ଥାନା ଯଦୁପୁର ଗ୍ରାମରେ ଲଷ୍ମୀ ବସ୍ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଯଦୁପୁର ଗ୍ରାମ ପରମେଶ୍ୱର ବେହେରାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ପରମେଶ୍ୱର ବେହେରାଙ୍କ ପୁଅ ଅର୍ଜୁନ ବେହେରାଙ୍କ କହିବା ଅନୁସାରେ, ଲଷ୍ମୀ ବସ୍‌ ଦ୍ରୁତ ଗତିରେ ଆସୁଥିଲା । ବାପା ରାସ୍ତା କଡ଼ରେ ଛିଡା ହୋଇଥିଲେ । ବାପାଙ୍କୁ ଲଷ୍ମୀ ବସ୍ ଧକ୍କା ମାରିଦେଇ ଚାଲିଗଲା । ପରେ ଡ୍ରାଇଭର ଆଠମଲ୍ଲିକ ଥାନାରେ ବସ୍‌କୁ ଛାଡି ଦେଇ ଚାଲିଚାଲି ଯାଇଥିବା ଖବର ମିଳିଛି । ମାନବିକତା ଦୃଷ୍ଟିରୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରମେଶ୍ୱରକୁ ମେଡିକାଲକୁ ନନେଇ ଲଷ୍ମୀ ବସ୍ ଛାଡି ପଳାଇବା ଘଟଣାକୁ ନାପସନ୍ଦ କରିଛନ୍ତି ଗୁରୁତର ଆହାତଙ୍କ ପୁଅ ଅର୍ଜୁନ ବେହେରା ।You Can Read:ଆଠମଲ୍ଲିକରେ ହାତୀ ମୃତ୍ୟୁ : ୫ ଦିନରେ ଗଲାଣି ୨ ହାତୀଙ୍କ ଜୀବନ

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଧକ୍କା ଦେଲା ଲଷ୍ମୀ ବସ୍, ଜଣେ ଗୁରୁତର

ଆଠମଲ୍ଲିକ ୧୩।୧୦: ଆଠମଲ୍ଲିକ ଥାନା ଯଦୁପୁର ଗ୍ରାମରେ ଲଷ୍ମୀ ବସ୍ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଯଦୁପୁର ଗ୍ରାମ ପରମେଶ୍ୱର ବେହେରାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ପରମେଶ୍ୱର ବେହେରାଙ୍କ ପୁଅ ଅର୍ଜୁନ ବେହେରାଙ୍କ କହିବା ଅନୁସାରେ, ଲଷ୍ମୀ ବସ୍‌ ଦ୍ରୁତ ଗତିରେ ଆସୁଥିଲା । ବାପା ରାସ୍ତା କଡ଼ରେ ଛିଡା ହୋଇଥିଲେ । ବାପାଙ୍କୁ ଲଷ୍ମୀ ବସ୍ ଧକ୍କା ମାରିଦେଇ ଚାଲିଗଲା । ପରେ ଡ୍ରାଇଭର ଆଠମଲ୍ଲିକ ଥାନାରେ ବସ୍‌କୁ ଛାଡି ଦେଇ ଚାଲିଚାଲି ଯାଇଥିବା ଖବର ମିଳିଛି । ମାନବିକତା ଦୃଷ୍ଟିରୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରମେଶ୍ୱରକୁ ମେଡିକାଲକୁ ନନେଇ ଲଷ୍ମୀ ବସ୍ ଛାଡି ପଳାଇବା ଘଟଣାକୁ ନାପସନ୍ଦ କରିଛନ୍ତି ଗୁରୁତର ଆହାତଙ୍କ ପୁଅ ଅର୍ଜୁନ ବେହେରା ।

You Can Read:

ଆଠମଲ୍ଲିକରେ ହାତୀ ମୃତ୍ୟୁ : ୫ ଦିନରେ ଗଲାଣି ୨ ହାତୀଙ୍କ ଜୀବନ