ଟ୍ରମ୍ପଙ୍କୁ ସୀମା ସୁରକ୍ଷା ଚିନ୍ତା; ମେକ୍ସିକୋ ବର୍ଡରକୁ ଗଲେ ୧୫ଶହ ସୈନ୍ୟ
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି । ଶପଥ ନେବା ପରେ ସେ ସୀମା ସୁରକ୍ଷା ଉପରେ ଫୋକସ୍ କରିଛନ୍ତି । ମେକ୍ସିକୋ ସୀମାକୁ ଅଧିକ ସଂଖ୍ୟକ ଯବାନ ପଠାଇବାକୁ ଆଦେଶ ଦେଇଛନ୍ତି । ପ୍ରାୟ ୧୫ଶହ ଅତିରିକ୍ତ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କ୍ୟାରୋଲିନ୍ ଲେବିଟ୍ ଜାନୁଆରୀ ୨୨ ତାରିଖରେ ସୂଚନା ଦେଇ କହିଥିଲେ, ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ଆଦେଶରେ ହସ୍ତାକ୍ଷର କରି ସେ ବର୍ଡରରେ ଅତିରିକ୍ତ ୧୫ଶହ ସୈନ୍ୟ ମୁତୟନ ପାଇଁ ଅନୁମତି ଦେଇଛନ୍ତି । ଏହା ଦ୍ବାରା ମେକ୍ସିକୋ ବର୍ଡରରେ ଯବାନଙ୍କ ସଂଖ୍ୟା ୪ ହଜାରକୁ ବୃଦ୍ଧି ପାଇଛି । ଟ୍ରମ୍ପଙ୍କ ଏହି ଆଦେଶ ପରେ ହଜାରେ ଯବାନ ଏବଂ ୫ଶହ ମେରାଇନ୍ ସୈନ୍ୟ ସାମିଲ୍ ଅଛନ୍ତି । ଏହି ମେରାଇନ୍ ସେନାକୁ ପ୍ରଥମେ ଲସ୍ ଆଞ୍ଜେଲ୍ସ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ନିଯୋଜିତ କରାଯାଇଥିଲା । ଏବେ ତାଙ୍କୁ ମେକ୍ସିକୋ ବର୍ଡରକୁ ପଠାଯାଇଛି । ମେକ୍ସିକୋ-ଆମେରିକା ସୀମାରେ ବେଆଇନ ଭାବେ ବଢ଼ୁଥିବା ପ୍ରବାସୀଙ୍କୁ ନେଇ ଆମେରିକା ସରକାର ସତର୍କ କରାଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପ ରାଜନୈତିକ ଭାବେ ବିବାଦୀୟ ରହିଛି । ହେଲେ ସମର୍ଥକମାନେ ଏହାକୁ ଦେଶ ସୁରକ୍ଷା ବ୍ୟବସ୍ଥାକୁ ନେଇ ମ
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି । ଶପଥ ନେବା ପରେ ସେ ସୀମା ସୁରକ୍ଷା ଉପରେ ଫୋକସ୍ କରିଛନ୍ତି । ମେକ୍ସିକୋ ସୀମାକୁ ଅଧିକ ସଂଖ୍ୟକ ଯବାନ ପଠାଇବାକୁ ଆଦେଶ ଦେଇଛନ୍ତି । ପ୍ରାୟ ୧୫ଶହ ଅତିରିକ୍ତ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।
ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କ୍ୟାରୋଲିନ୍ ଲେବିଟ୍ ଜାନୁଆରୀ ୨୨ ତାରିଖରେ ସୂଚନା ଦେଇ କହିଥିଲେ, ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ଆଦେଶରେ ହସ୍ତାକ୍ଷର କରି ସେ ବର୍ଡରରେ ଅତିରିକ୍ତ ୧୫ଶହ ସୈନ୍ୟ ମୁତୟନ ପାଇଁ ଅନୁମତି ଦେଇଛନ୍ତି । ଏହା ଦ୍ବାରା ମେକ୍ସିକୋ ବର୍ଡରରେ ଯବାନଙ୍କ ସଂଖ୍ୟା ୪ ହଜାରକୁ ବୃଦ୍ଧି ପାଇଛି । ଟ୍ରମ୍ପଙ୍କ ଏହି ଆଦେଶ ପରେ ହଜାରେ ଯବାନ ଏବଂ ୫ଶହ ମେରାଇନ୍ ସୈନ୍ୟ ସାମିଲ୍ ଅଛନ୍ତି । ଏହି ମେରାଇନ୍ ସେନାକୁ ପ୍ରଥମେ ଲସ୍ ଆଞ୍ଜେଲ୍ସ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ନିଯୋଜିତ କରାଯାଇଥିଲା । ଏବେ ତାଙ୍କୁ ମେକ୍ସିକୋ ବର୍ଡରକୁ ପଠାଯାଇଛି ।
ମେକ୍ସିକୋ-ଆମେରିକା ସୀମାରେ ବେଆଇନ ଭାବେ ବଢ଼ୁଥିବା ପ୍ରବାସୀଙ୍କୁ ନେଇ ଆମେରିକା ସରକାର ସତର୍କ କରାଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପ ରାଜନୈତିକ ଭାବେ ବିବାଦୀୟ ରହିଛି । ହେଲେ ସମର୍ଥକମାନେ ଏହାକୁ ଦେଶ ସୁରକ୍ଷା ବ୍ୟବସ୍ଥାକୁ ନେଇ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ।...