ଫାଇଟର ଜେଟ୍‌ର ଗୋଟିଏ ସିଟର ଦାମ୍ କେତେ ? ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୨୨।୦୫: ଭାରତ-ପାକିସ୍ତାନ ଯୁଦ୍ଧରେ ବିଶ୍ୱ ଦେଖିଛି ଭାରତର ଯୁଦ୍ଧ ବିମାନର ଶକ୍ତି । ଏହି ସମୟରେ ବିଦେଶୀ ଲଢ଼ୁଆ ବିମାନ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ସେମାନଙ୍କର ଦାମ୍ କୋଟି କୋଟି ଡଲାର । କିନ୍ତୁ ଜାଣନ୍ତି କି ଫାଇଟର ଜେଟ୍‌ର ଗୋଟିଏ ସିଟର ଦାମ୍ କେତେ ?  ଆସନ୍ତୁ ଜାଣିବା... ଅଧିକାଂଶ ଲଢ଼ୁଆ ବିମାନରେ ଇଜେକ୍ସନ ସିଟ୍ ରହିଥାଏ, ଯାହା ଜରୁରୀକାଳୀନ ପରିସ୍ଥିତିରେ ପାଇଲଟଙ୍କ ଜୀବନ ବଞ୍ଚାଇଥାଏ। ଏହି ସିଟ୍‌ଗୁଡ଼ିକ ପାଇଲଟ୍‌ଙ୍କୁ ବାହାରକୁ ଆଣିବାକୁ ଡିଜାଇନ୍ କରାଯାଇଛି । ବାସ୍ତବରେ ଏହା ଏକ ରକେଟ୍-ଆଧାରିତ ସିଷ୍ଟମରେ କାମ କରେ । ଯାହା ପାଇଲଟଙ୍କୁ ସିଟ୍ ସହିତ ଶୀଘ୍ର ବାହାରକୁ ଫୋପାଡ଼ି ଦିଏ । ଯାହା ଫଳରେ ଯଦି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଏ, ତେବେ ପାଇଲଟଙ୍କ ଜୀବନ ସୁରକ୍ଷିତ ଭାବରେ ବଞ୍ଚାଯାଇପାରିବ।ଏବେ ପ୍ରଶ୍ନ ଆସୁଛି ଏହି ଗୋଟିଏ ଇଜେକ୍ସନ୍ ସିଟ୍ ଦାମ୍ କେତେ? ପବ୍ଲିକ୍ ଡୋମେନ ଅନୁଯାୟୀ, ମାର୍ଟିନ୍ ବେକର ଏକ ଇଜେକ୍ସନ୍ ସିଟ୍କୁ ୧୪ ଲକ୍ଷ- ୪୦ ଲକ୍ଷ ଡଲାରରେ ବିକ୍ରି କରିଥାଏ । ଏହା ଏକ ବ୍ରିଟିଶ କମ୍ପାନୀ । ଯାହା ବିମାନ ପାଇଁ ଇଜେକ୍ସନ ସିଟ୍ ଏବଂ ସୁରକ୍ଷା ଉପକରଣ ବିକ୍ରି କରେ ।ଏହା ପୂର୍ବରୁ କମ୍ପାନୀ ବିମାନ ନିର୍ମାଣ କରୁଥିଲା । ଏହି ଇଜେକ୍ସନ ସିଟ୍ ଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଯେକୌଣସି ପରିସ୍ଥିତିରେ ପାଇଲଟଙ୍କ ଜୀବନ ବଞ୍ଚାଇହେବ । କିନ୍ତୁ କିଛି କ୍ଷେତ୍ରରେ ପା

ଫାଇଟର ଜେଟ୍‌ର ଗୋଟିଏ ସିଟର ଦାମ୍ କେତେ ? ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୨୨।୦୫: ଭାରତ-ପାକିସ୍ତାନ ଯୁଦ୍ଧରେ ବିଶ୍ୱ ଦେଖିଛି ଭାରତର ଯୁଦ୍ଧ ବିମାନର ଶକ୍ତି । ଏହି ସମୟରେ ବିଦେଶୀ ଲଢ଼ୁଆ ବିମାନ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ସେମାନଙ୍କର ଦାମ୍ କୋଟି କୋଟି ଡଲାର । କିନ୍ତୁ ଜାଣନ୍ତି କି ଫାଇଟର ଜେଟ୍‌ର ଗୋଟିଏ ସିଟର ଦାମ୍ କେତେ ?  ଆସନ୍ତୁ ଜାଣିବା... 

ଅଧିକାଂଶ ଲଢ଼ୁଆ ବିମାନରେ ଇଜେକ୍ସନ ସିଟ୍ ରହିଥାଏ, ଯାହା ଜରୁରୀକାଳୀନ ପରିସ୍ଥିତିରେ ପାଇଲଟଙ୍କ ଜୀବନ ବଞ୍ଚାଇଥାଏ। ଏହି ସିଟ୍‌ଗୁଡ଼ିକ ପାଇଲଟ୍‌ଙ୍କୁ ବାହାରକୁ ଆଣିବାକୁ ଡିଜାଇନ୍ କରାଯାଇଛି । ବାସ୍ତବରେ ଏହା ଏକ ରକେଟ୍-ଆଧାରିତ ସିଷ୍ଟମରେ କାମ କରେ । ଯାହା ପାଇଲଟଙ୍କୁ ସିଟ୍ ସହିତ ଶୀଘ୍ର ବାହାରକୁ ଫୋପାଡ଼ି ଦିଏ । ଯାହା ଫଳରେ ଯଦି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଏ, ତେବେ ପାଇଲଟଙ୍କ ଜୀବନ ସୁରକ୍ଷିତ ଭାବରେ ବଞ୍ଚାଯାଇପାରିବ।

ଏବେ ପ୍ରଶ୍ନ ଆସୁଛି ଏହି ଗୋଟିଏ ଇଜେକ୍ସନ୍ ସିଟ୍ ଦାମ୍ କେତେ? ପବ୍ଲିକ୍ ଡୋମେନ ଅନୁଯାୟୀ, ମାର୍ଟିନ୍ ବେକର ଏକ ଇଜେକ୍ସନ୍ ସିଟ୍କୁ ୧୪ ଲକ୍ଷ- ୪୦ ଲକ୍ଷ ଡଲାରରେ ବିକ୍ରି କରିଥାଏ । ଏହା ଏକ ବ୍ରିଟିଶ କମ୍ପାନୀ । ଯାହା ବିମାନ ପାଇଁ ଇଜେକ୍ସନ ସିଟ୍ ଏବଂ ସୁରକ୍ଷା ଉପକରଣ ବିକ୍ରି କରେ ।

ଏହା ପୂର୍ବରୁ କମ୍ପାନୀ ବିମାନ ନିର୍ମାଣ କରୁଥିଲା । ଏହି ଇଜେକ୍ସନ ସିଟ୍ ଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଯେକୌଣସି ପରିସ୍ଥିତିରେ ପାଇଲଟଙ୍କ ଜୀବନ ବଞ୍ଚାଇହେବ । କିନ୍ତୁ କିଛି କ୍ଷେତ୍ରରେ ପାଇଲଟଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ।

ଏବେ ପ୍ରଶ୍ନ ଆସୁଛି ଇଜେକ୍ସନ୍ ସିଟ୍ କିପରି କାମ କରେ ? ଯେତେବେଳେ ପାଇଲଟ୍ ବିପଦରେ ପଡ଼ିଥାନ୍ତି, ସେତେବେଳେ ଇଜେକ୍ସନ୍ ସିଟ୍‌ର ହ୍ୟାଣ୍ଡେଲ୍ ଟାଣି ନିଅନ୍ତି । ଏହା ମାଧ୍ୟମରେ ରକେଟ୍ ଇଞ୍ଜିନ୍ ଆରମ୍ଭ ହୁଏ, ଯାହା ସିଧାସଳଖ ପାଇଲଟ୍‌ଙ୍କୁ ଉପରକୁ ଠେଲି ଦିଏ । ପାଇଲଟ୍ ତାଙ୍କ ସିଟ୍ ଛାଡିବା ମାତ୍ରେ ଏକ ଡ୍ରଗ୍ ଗନ୍ ଫାୟାର ହୋଇଥାଏ ।

ଯାହା ଏକ ଛୋଟ ପାରାଚୁଟ୍ ଖୋଲିଥାଏ, ଏହାପରେ ମୁଖ୍ୟ ପାରାଚୁଟ୍ ଖୋଲିଯାଏ ଏବଂ ପାଇଲଟ୍ ସୁରକ୍ଷିତ ଭାବରେ ଭୂମିରେ ଲ୍ୟାଣ୍ଡ କରିଥାନ୍ତି । MK-16 ଇଜେକ୍ସନ୍ ସିଟ୍ ମାର୍ଟିନ୍ ବେକରଙ୍କ ଦ୍ୱାରା ନିର୍ମିତ । ACES ୫ ସିଟ୍ ଆଧୁନିକ ଜେଟ୍‌ରେ ବ୍ୟବହୃତ ହୁଏ। K-36D ସିଟ୍ ମିଗ୍-29 ଭଳି ବିମାନରେ ବ୍ୟବହୃତ ହୁଏ।